ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ବଢ଼ିବ କରୋନା ଯୋଦ୍ଧାଙ୍କ ବୀମା ଅବଧି

0

ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ କରୋନା ଯୋଦ୍ଧାଙ୍କ ପାଇଁ ଉଦ୍ଦିଷ୍ଟ ବୀମାର ଅବଧିକୁ ଆଉ ୬ମାସ ବୃଦ୍ଧି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ, ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ଅବଗତ କରାଇଛି। ଏହି ବୀମା ଅବଧି ୨୦୨୨ ଏପ୍ରିଲ ୧୯ ରୁ ୧୮୦ ଦିନ ପାଇଁ ବୃଦ୍ଧି ପାଇବ।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଦୀନବନ୍ଧୁ ପଣ୍ଡା ଏନେଇ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ କୋଭିଡ୍ -୧୯ ମୁକାବିଲା କାର୍ଯ୍ୟରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀଙ୍କ ନିମନ୍ତେ ଉଦ୍ଦିଷ୍ଟ ବୀମାର ଅବଧିକୁ ଏପ୍ରିଲ ୧୯ରୁ ଆଉ ୧୮୦ଦିନ ବୃଦ୍ଧି କରାଯାଇଛି । ଏହି ବୀମା ସୁବିଧା ଉଭୟ ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାମାନଙ୍କୁ ମିଳିବ ।

ବିଶେଷକରି କରୋନା ମୁକାବିଲାରେ ନିୟୋଜିତ ଘରୋଇ ହସ୍ପିଟାଲର କର୍ମଚାରୀ, ଅବସରପ୍ରାପ୍ତ, ସ୍ୱେଚ୍ଛାସେବୀ, ସ୍ଥାନୀୟ ସହରାଂଚଳ ସ୍ୱାୟତ୍ତ ସଂସ୍ଥା, ଠିକା, ଆଡହକ୍‌, ଆଉଟସୋର୍ସିଂ ଓ ଦୈନିକ ପାରିଶ୍ରମିକ ନେଉଥିବା କର୍ମଚାରୀଙ୍କ ପାଇଁ ଏହି ବୀମା ଉପଲବ୍ଧ ହେବ । ଦେଶର ବିଭିନ୍ନ ଭାଗରେ ଏବେବି କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଉଥିବାରୁ ଏହି ବୀମା ଅବଧି ବୃଦ୍ଧି କରାଯାଇଥିବା ଜଣାପଡ଼ିଛି ।

Leave A Reply

Your email address will not be published.