ପ୍ରମୁଖ ଖବର

ଡିପିଡିପି ଆଇନକୁ ଚ୍ୟାଲେଞ୍ଜ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍
ବାତ୍ୟା ‘ଅର୍ଣ୍ଣବ’ ପାଇଁ ୨ ଦିନ ଘୁଞ୍ଚିଲା ଓସିଏସ୍‌ ମୁଖ୍ୟ ପରୀକ୍ଷା
ଗୌହାଟୀ ହୋଟେଲରେ ଗୁଳିକାଣ୍ଡ, ୫ ମୃତ; ଜଣେ ଗିରଫ
‘ଗରିବଙ୍କୁ ମତଦାନ ଅଧିକାରରୁ ବଞ୍ଚିତ କରାଯାଉଛି’, ନିର୍ବାଚନ ଆୟୋଗକୁ ଘେରିଲେ ରାହୁଲ ଗାନ୍ଧୀ
କଂଗ୍ରେସର ଭାଷା ଓ ଆଚରଣ ରାଜନୈତିକ ପତନର ସଙ୍କେତ: ଶିବରାଜ
ଟୋଲ୍‌ ପ୍ଲାଜା ପାଖରେ ରହୁଥିଲେ ବର୍ଷକୁ ମାତ୍ର ୧,୫୦୦ ଟଙ୍କାରେ ପାସ୍‌!

କେଉଁ ମନ୍ତ୍ରରେ ହେବ ମହାପ୍ରଭୁଙ୍କ ରଥ ଅନୁକୂଳ?

0

ପୁରୀ: ପବିତ୍ର ଅକ୍ଷୟତୃତୀୟା ଅବସରରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ରଥଯାତ୍ରାର ଏହି ଗୁରୁତ୍ବପୂର୍ଣ୍ଣ ପର୍ବ ସହିତ ରଥଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଆଜି ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାମ୍ନାରେ ତିନିଟି ଧଉରା କାଠ ରଖାଯାଇଛି। ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିବା ପରେ ବନଜାଗ ମନ୍ତ୍ରରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।

ଆଜି ଦେଉଳ ପୁରୋହିତ, ରାଜଗୁରୁ ଓ ବେଦଜ୍ଞ ବ୍ରାହ୍ମଣମାନେ ନୃସିଂହ ମନ୍ତ୍ରରେ ଏହି କାର୍ଯ୍ୟ ସମାହିତ କରିବେ। ସମାନ୍ତରାଳ ଭାବେ ଦକ୍ଷିଣକାଳୀ ମନ୍ତ୍ରୀରେ ଅଭିମନ୍ତ୍ରିତ କରାଯାଇ ତିନିଟି ସୁନା କୁରାଢିରେ ଦେଉଳ ପୁରୋହିତ ରଥନିର୍ମାଣ ଲାଗି ଉଦ୍ଦିଷ୍ଟ କାଠକୁ ଛେଦନ କରିବା ପରେ ବିଶ୍ବକର୍ମା ମହାରଣାମାନେ ଏହି କାର୍ଯ୍ୟ ଆରମ୍ଭ କରିବେ। ସେମାନଙ୍କ ମୁଣ୍ଡରେ ଶାଢିବନ୍ଧା ଯିବା ସହିତ ଏହି ପ୍ରକ୍ରିୟା ଆରମ୍ଭ ହେବ।

ରଥ ସଂହିତା ଅନୁଯାୟୀ, ୪୨୬ ଖଣ୍ଡ ଧଉରା, ୩୨୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶୀ, ୩ ଖଣ୍ଡ ଶିମିଳି କାଠ ଏହିଭଳି ମୋଟ ୮୬୫ ଖଣ୍ଡ କାଠରେ ରଥ ନିର୍ମାଣ କରାଯାଇଥାଏ। ସରସ୍ବତୀ ପୂଜାରେ ରଥକାଠ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରୀରାମ ନବମୀରେ ରଥକାଠ ଚିରଟ ଅନୁକୂଳ କରାଯାଇଥିଲା। ଭଉଁରୀରେ ଚକଡେରା କାମ ଆରମ୍ଭ ହୋଇ ଶୀତଳଷଷ୍ଠୀରେ ଶେଷ ହେବ। ନୃସିଂହ ଚତୁର୍ଦ୍ଦଶୀ ଦିନ କୋଣଗୁଜ ଅନୁକୂଳ ଏବଂ ସ୍ନାନପୂର୍ଣ୍ଣମୀ ଦିନ ଚାରି ନାହାକା ଉଠିବାର ବିଧି ରହିଛି।

Leave A Reply

Your email address will not be published.