ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କେଉଁ ମନ୍ତ୍ରରେ ହେବ ମହାପ୍ରଭୁଙ୍କ ରଥ ଅନୁକୂଳ?

0

ପୁରୀ: ପବିତ୍ର ଅକ୍ଷୟତୃତୀୟା ଅବସରରେ ଆଜିଠାରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ରଥଯାତ୍ରାର ଏହି ଗୁରୁତ୍ବପୂର୍ଣ୍ଣ ପର୍ବ ସହିତ ରଥଯାତ୍ରା ପ୍ରକ୍ରିୟା ଆରମ୍ଭ ହୋଇଯିବ। ଆଜି ରଥ ନିର୍ମାଣ ଅନୁକୂଳ ପାଇଁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସାମ୍ନାରେ ତିନିଟି ଧଉରା କାଠ ରଖାଯାଇଛି। ଅପରାହ୍ନରେ ମହାପ୍ରଭୁଙ୍କ ଆଜ୍ଞାମାଳ ବିଜେ କରିବା ପରେ ବନଜାଗ ମନ୍ତ୍ରରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ।

ଆଜି ଦେଉଳ ପୁରୋହିତ, ରାଜଗୁରୁ ଓ ବେଦଜ୍ଞ ବ୍ରାହ୍ମଣମାନେ ନୃସିଂହ ମନ୍ତ୍ରରେ ଏହି କାର୍ଯ୍ୟ ସମାହିତ କରିବେ। ସମାନ୍ତରାଳ ଭାବେ ଦକ୍ଷିଣକାଳୀ ମନ୍ତ୍ରୀରେ ଅଭିମନ୍ତ୍ରିତ କରାଯାଇ ତିନିଟି ସୁନା କୁରାଢିରେ ଦେଉଳ ପୁରୋହିତ ରଥନିର୍ମାଣ ଲାଗି ଉଦ୍ଦିଷ୍ଟ କାଠକୁ ଛେଦନ କରିବା ପରେ ବିଶ୍ବକର୍ମା ମହାରଣାମାନେ ଏହି କାର୍ଯ୍ୟ ଆରମ୍ଭ କରିବେ। ସେମାନଙ୍କ ମୁଣ୍ଡରେ ଶାଢିବନ୍ଧା ଯିବା ସହିତ ଏହି ପ୍ରକ୍ରିୟା ଆରମ୍ଭ ହେବ।

ରଥ ସଂହିତା ଅନୁଯାୟୀ, ୪୨୬ ଖଣ୍ଡ ଧଉରା, ୩୨୪ ଖଣ୍ଡ ଅସନ, ୭୨ ଖଣ୍ଡ ଫାଶୀ, ୩ ଖଣ୍ଡ ଶିମିଳି କାଠ ଏହିଭଳି ମୋଟ ୮୬୫ ଖଣ୍ଡ କାଠରେ ରଥ ନିର୍ମାଣ କରାଯାଇଥାଏ। ସରସ୍ବତୀ ପୂଜାରେ ରଥକାଠ ଆସିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଶ୍ରୀରାମ ନବମୀରେ ରଥକାଠ ଚିରଟ ଅନୁକୂଳ କରାଯାଇଥିଲା। ଭଉଁରୀରେ ଚକଡେରା କାମ ଆରମ୍ଭ ହୋଇ ଶୀତଳଷଷ୍ଠୀରେ ଶେଷ ହେବ। ନୃସିଂହ ଚତୁର୍ଦ୍ଦଶୀ ଦିନ କୋଣଗୁଜ ଅନୁକୂଳ ଏବଂ ସ୍ନାନପୂର୍ଣ୍ଣମୀ ଦିନ ଚାରି ନାହାକା ଉଠିବାର ବିଧି ରହିଛି।

Leave A Reply

Your email address will not be published.