ପ୍ରମୁଖ ଖବର

ୟୁପିଆଇ କାରବାରରେ ନୂଆ ଶୁଳ୍କ ଲାଗୁ ନେଇ ଅନିଶ୍ଚିତତା, ୨୦୨୭ ଯାଏଁ ଘୁଞ୍ଚିପାରେ ତାରିଖ
ନନ୍ଦିଗ୍ରାମରେ ବିଜେପିର ବଡ଼ ବିଜୟ, ୧.୨୨ ଲକ୍ଷ ଭୋଟରେ ଜିତିଲେ ହସିରାଣୀ
ମୋଦିଙ୍କ ନାମରେ ନାମିତ ହେବ ଜେୱର ଅନ୍ତର୍ଜାତୀୟ ବିମାନବନ୍ଦର
ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କୁ ଇସ୍ରାଏଲର ସର୍ବୋଚ୍ଚ ବୀରତ୍ୱ ସମ୍ମାନ

ସ୍ତ୍ରୀକୁ କାଠ ଫାଳିଆରେ ମାରି ହତ୍ୟା କଲା ସ୍ବାମୀ

0

ସୋର: ସଇତାନ ସାଜିଲା ସ୍ବାମୀ। ନିଜ ସ୍ତ୍ରୀକୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିବା ପରେ ଶବକୁ ୨୪ ଘଣ୍ଟା ଲୁଚାଇ ରଖିଥିଲା। ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା କଇଁଷି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି।

ସୂଚନାନୁଯାୟୀ, ସୋମବାର ରାତିରେ କଇଁଷି ଗ୍ରାମର ରାମ ମୁର୍ମୁ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ ଘରକୁ ଫେରିଥିଲେ। ଏହାପରେ ସ୍ତ୍ରୀ ଦେଉଳା ସହ ତାଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ରାମ ତାଙ୍କ ସ୍ତ୍ରୀ ଦେଉଳାଙ୍କୁ କାଠ ଫାଳିଆରେ ପିଟିପିଟି ହତ୍ୟା କରିଥିଲେ। ଆଜି ଗ୍ରାମବାସୀମାନେ ଦେଉଳାଙ୍କ ମୃତଦେହ ଘର ଭିତରୁ ଉଦ୍ଧାର କରିବା ସହ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି।

Leave A Reply

Your email address will not be published.