ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ପାଣିପାଗ ସଂପର୍କରେ କିଛି ନୂଆ ଖବର

0

ଭୁବନେଶ୍ବର: ଆଜି ଦକ୍ଷିଣ ଆଣ୍ଡାମାନସାଗର ଓ ସଂଲଗ୍ନ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ପାଣିପାଗ ବିଭାଗ ଏ ନେଇ ପୂର୍ବାନୁମାନ କରିଛି। ଏହା ଆସନ୍ତା ୬ ତାରିଖ ସୁଦ୍ଧା ଗୋଟିଏ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଅଧିକ। କେବଳ ସେତିକି ନୁହେଁ, ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହେବ। ଏହା ଯେ ବାତ୍ୟା ରୂପ ନେବ, ଏଥିରେ ସନ୍ଦେହ ନାହିଁ। ତେବେ କେତେ ପ୍ରବଳ ହେବ, କେଉଁ ଅଞ୍ଚଳକୁ ଛୁଇଁବ, ସେ ନେଇ ଆସନ୍ତା ୪୮ ଘଣ୍ଟାରେ ଗୋଟିଏ ସ୍ପଷ୍ଟ ଚିତ୍ର ମିଳିପାରେ।

ତେବେ ପାଣିପାଗ ବିଜ୍ଞାନ କେନ୍ଦ୍ର ଟ୍ବିଟର ୨୧୫ କିଲୋମିଟର ବେଗରେ ୨୦୧୯ ମେ’ ୩ ତାରିଖରେ ହୋଇଥିବା ବାତ୍ୟା କଥା ମନେ ପକାଇ ଦେଇଛି। ଏଥିରେ କୁହାଯାଇଛି ଯେ ୧୯୬୫ ପରେ ଏହା ମେ’ ମାସରେ ସବୁଠାରୁ ବଡ ବାତ୍ୟା ଥିଲା, ଯାହାର ଗତିପଥ ପାଖାପାଖି ୩୦୩୦ କିଲୋମିଟର ଲମ୍ବା ଥିଲା। ଏଣୁ ଏଥର ଯେ ବଡ ବାତ୍ୟା ଆସିପାରେ, ଏ ଆଶଙ୍କାକୁ ଏଡ଼ାଇ ଦିଆଯାଇପାରୁନାହିଁ। ସ୍କାଏମେଟ୍ ଓଡ଼ିଶାରେ ବାତ୍ୟାର ପ୍ରଭାବ ପଡି଼ବନି ବୋଲି ଆକଳନ କରୁଥିବା ବେଳେ ଓ୍ବିଣ୍ଡ୍ ଆପ୍ ପଶ୍ଚିମବଙ୍ଗ ଆଡ଼କୁ ସଙ୍କେତ ଦେଉଛି।

ଏପଟେ ପ୍ରବଳ ଗ୍ରୀଷ୍ମ ପରେ ଗତକାଲିଠାରୁ ରାଜ୍ୟରେ କାଳବୈଶାଖୀ ଆରମ୍ଭ ହୋଇଯାଇଛି। ରାଜଧାନୀ ଭୁବନେଶ୍ବରରେ ବି ଗତକାଲି ରାତିରେ ଭୀଷଣ ବର୍ଷା ହୋଇଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ ଆଜି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିବା ସହ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିଭଳି କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

Leave A Reply

Your email address will not be published.