ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ

0

ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା

ପୁରୀ: ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ଥିବା କେନ୍ଦୁଝର ଜିଲ୍ଲାର ହୋମଗାର୍ଡ ପ୍ରଦୀପ କୁମାର ମହାନ୍ତଙ୍କ ମୃତ୍ୟୁ ଘଟିଛି। ଘଟଗାଁ ଥାନା ଅନ୍ତର୍ଗତ ହୁଣ୍ଡାପିଟା ଗ୍ରାମର ବାସିନ୍ଦା ପ୍ରଦୀପ ରଥଯାତ୍ରା ଡିଉଟି ପାଇଁ ପୁରୀ ଆସିଥିଲେ। ତାଙ୍କ ଅକାଳ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି।
ମୁଖ୍ୟମନ୍ତ୍ରୀ ଦିବଙ୍ଗତ ହୋମଗାର୍ଡଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି ରୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିବା ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ କରାଯିବ ବୋଲି ଜଣାଇଛନ୍ତି।

ସୂଚନା ଅନୁସାରେ, କେନ୍ଦୁଝରରୁ ୫୦ ଜଣିଆ ହୋମଗାର୍ଡ ଦଳ ରଥଯାତ୍ରା ଡିଉଟି ପାଇଁ ପୁରୀ ଆସିଥିଲେ। ଶନିବାର ରାତିରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ରହୁଥିବା ବେଳେ ପ୍ରଦୀପ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ସେ ବାନ୍ତି କରିବା ସହ ପାଟିରୁ ଫେଣ ବାହାରୁଥିବା ଦେଖି ସହକର୍ମୀମାନେ ତୁରନ୍ତ ତାଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ପରେ ସାପ କାମୁଡ଼ା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ ଏହା ସ୍ପଷ୍ଟ ହୋଇନାହିଁ। ସତ୍ୟବାଦୀ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ।

Leave A Reply

Your email address will not be published.