ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ବଲାଙ୍ଗିରରେ ୧୨୧.୮୦ କୋଟି ଟଙ୍କାର ୩ ଲିଫ୍ଟ ସେଚନ ପ୍ରକଳ୍ପକୁ କ୍ୟାବିନେଟ୍‌ ମଞ୍ଜୁରି

0

ବଲାଙ୍ଗିର: ରାଜ୍ୟ କ୍ୟାବିନେଟ୍‌ ବଲାଙ୍ଗିର ଜିଲ୍ଲାରେ ‘ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ୍‌ ସ୍କିମ୍‌’ର କ୍ଲଷ୍ଟର-୩୬ ଅଧୀନରେ ୩ଟି ଲିଫ୍ଟ ସେଚନ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ସର୍ବନିମ୍ନ ଆର୍ଥିକ ଦରପତ୍ରକୁ ଅନୁମୋଦନ କରିଛି। ଏହି ପ୍ରକଳ୍ପର କାର୍ଯ୍ୟନିର୍ବାହ ପାଇଁ ୧୨୧ କୋଟି ୮୦ ଲକ୍ଷ ୭୮ ହଜାର ୬୬୧ ଟଙ୍କା ବ୍ୟୟ ହେବ। ଏହା ସହ ୧୫ ବର୍ଷର ପରିଚାଳନା ଓ ରକ୍ଷଣାବେକ୍ଷଣ (ଓ ଆଣ୍ଡ ଏମ୍‌) ଖର୍ଚ୍ଚ ବାବଦକୁ ୯ କୋଟି ୭୪ ଲକ୍ଷ ୪୬ ହଜାର ୨୯୩ ଟଙ୍କା ମଞ୍ଜୁର କରାଯାଇଛି।
ପ୍ରକଳ୍ପଟିକୁ ୩୬ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଅଧୀନରେ ତେଲ ନଦୀ ଓ ଉନ୍ଦର ନଦୀରୁ ପାଥର୍ଲା ଆଇଏସ୍‌ଏସ୍‌ ଇନ୍‌ଟେକ୍‌ ବ୍ୟବସ୍ଥା ମାଧ୍ୟମରେ ଜଳ ଉଠାଯାଇ ଚାପଯୁକ୍ତ ବଣ୍ଟନ ପ୍ରଣାଳୀ ଜରିଆରେ ଚାଷଜମିକୁ ପହଞ୍ଚାଯିବ। ଏହାଦ୍ୱାରା ବଲାଙ୍ଗିର ଜିଲ୍ଲାରେ ପ୍ରାୟ ୪,୩୩୦ ହେକ୍ଟର ଅତିରିକ୍ତ ଜମିକୁ ସେଚନ ସୁବିଧା ମିଳିବ।
୧୦,୭୫୯.୨୦ କୋଟି ଟଙ୍କା ବ୍ୟୟରେ ପ୍ରସ୍ତୁତ ‘ପାର୍ବତୀ ଗିରି ମେଗା ଲିଫ୍ଟ ଇରିଗେସନ୍‌ ସ୍କିମ୍‌’ର ଲକ୍ଷ୍ୟ ହେଉଛି ରାଜ୍ୟର ୨ ଲକ୍ଷ ୬୩ ହଜାର ୮୦୧ ହେକ୍ଟର ଉଚ୍ଚଭୂମି ଚାଷଜମିକୁ ଖରିଫ ଋତୁରେ ସହାୟକ ସେଚନ ସୁବିଧା ପ୍ରଦାନ କରିବା। ଭୌଗୋଳିକ ପ୍ରତିବନ୍ଧକତା ଯୋଗୁଁ ଏହି ଅଞ୍ଚଳଗୁଡ଼ିକ ସାଧାରଣ ପ୍ରବାହ ଭିତ୍ତିକ ସେଚନ ବ୍ୟବସ୍ଥାରୁ ବଞ୍ଚିତ ଥିଲେ।
ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ବଲାଙ୍ଗିର ଜିଲ୍ଲାର ୨୫ଟି ଗାଁର ଚାଷୀମାନେ ସିଧାସଳଖ ଭାବେ ଉପକୃତ ହେବେ। ମାଇକ୍ରୋ ଇରିଗେସନ୍‌ ବ୍ୟବସ୍ଥା ସହ ସୁସଙ୍ଗତ ଥିବାରୁ ଚାଷୀମାନଙ୍କୁ ଅଧିକ ଜଳ ଆବଶ୍ୟକ କରୁଥିବା ଧାନ ଚାଷ ପରିବର୍ତ୍ତେ ନଗଦ ଫସଲ ଚାଷ ଦିଗରେ ଉତ୍ସାହିତ କରାଯିବ।
ସରକାରଙ୍କ ମତାନୁସାରେ, ଏହି ପ୍ରକଳ୍ପ ଉଚ୍ଚଭୂମି ଅଞ୍ଚଳର ଚାଷୀମାନଙ୍କୁ ନିଶ୍ଚିତ ସେଚନ ସୁବିଧା ଯୋଗାଇବା ସହ ଫସଲ ବିବିଧୀକରଣକୁ ପ୍ରୋତ୍ସାହନ ଦେବ ଏବଂ ସେମାନଙ୍କ ଆର୍ଥିକ ଓ ସାମାଜିକ ସ୍ଥିତିରେ ଉନ୍ନତି ଆଣିବ।

Leave A Reply

Your email address will not be published.