ପ୍ରମୁଖ ଖବର

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ
ତାଜ ହୋଟେଲକୁ ବୋମା ଧମକ, ତଲାସି ପରେ ଗୁଜବ ବୋଲି ସ୍ପଷ୍ଟ
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ରଥଯାତ୍ରା ଡିଉଟିରେ ଥିବା ହୋମଗାର୍ଡଙ୍କ ମୃତ୍ୟୁ; ପରିବାରକୁ ୧୦ ଲକ୍ଷ ସହାୟତା ଘୋଷଣା
ଆଖି ବୁଜିଲେ ବ୍ରହ୍ମପୁର ପୀଡ଼ିତା, ବାପାଙ୍କ ବିରୋଧରେ ଆଣିଥିଲେ ଯୌନ ନିର୍ଯାତନା ଅଭିଯୋଗ
କଣ୍ଡକ୍ଟରଙ୍କୁ ଆକ୍ରମଣ ଘଟଣା: ଆଜିଠାରୁ ଉଦଳାରୁ ସମସ୍ତ ରୁଟ୍‌କୁ ବସ ବନ୍ଦ

ଅହମଦାବାଦ ରଥଯାତ୍ରା ପାଇଁ ୩୧ ହଜାରରୁ ଅଧିକ ପୋଲିସ ମୁତୟନ

0

ଅହମଦାବାଦ: ଆସନ୍ତା ଜୁଲାଇ ୧୬ ତାରିଖରେ ଅହମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ପ୍ରଭୁ ଜଗନ୍ନାଥଙ୍କ ୧୪୯ତମ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଯାତ୍ରା ସମୟରେ ୩୧ ହଜାରରୁ ଅଧିକ ପୋଲିସ କର୍ମଚାରୀ ମୁତୟନ ହେବେ ବୋଲି ଅହମଦାବାଦ ପୋଲିସ ସୂଚନା ଦେଇଛି। ରଥଯାତ୍ରା ଉପରେ ନଜର ରଖିବା ପାଇଁ ୨୪୦ରୁ ଅଧିକ ଟେରାସ୍ ଅବଜରଭେସନ ପଏଣ୍ଟ, ୬୫ଟି ଡ୍ରୋନ ଏବଂ ୨,୮୦୦ରୁ ଅଧିକ ବଡି-ୱର୍ଣ୍ଣ କ୍ୟାମେରା ବ୍ୟବହାର କରାଯିବ। ପୋଲିସ ଏହାକୁ ‘ଜିରୋ ରିସ୍କ’ ସୁରକ୍ଷା ବ୍ୟବସ୍ଥା ବୋଲି ବର୍ଣ୍ଣନା କରିଛି।

ଗାନ୍ଧୀନଗରରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ରଥଯାତ୍ରାର ସୁରକ୍ଷା ଓ ନାଗରିକ ବ୍ୟବସ୍ଥା ସମୀକ୍ଷା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆୟୋଜିତ ହେବାକୁ ଥିବା ପ୍ରାୟ ୨୩୦ଟି ରଥଯାତ୍ରା ଏବଂ ଅହମଦାବାଦର ୬ଟି ମିନି ରଥଯାତ୍ରାକୁ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ୧୬ କିଲୋମିଟର ଦୀର୍ଘ ଏହି ରଥଯାତ୍ରାରେ ୧୦୧ଟି ଟ୍ରକ, ୩୦ଟି ଆଖଡ଼ା ଓ ୧୮ଟି ଭଜନ ମଣ୍ଡଳୀ ଅଂଶଗ୍ରହଣ କରିବେ। ଏଥିସହ ଅହମଦାବାଦ ମହାନଗର ନିଗମ ପକ୍ଷରୁ ୧୫ ଜଣ ଡାକ୍ତର, ୧୦୦ ସ୍ୱାସ୍ଥ୍ୟକର୍ମୀ, ୩୧ଟି ଅଗ୍ନିଶମ ଗାଡ଼ି ଓ ୨୩୭ ଜଣ ଅଗ୍ନିଶମ କର୍ମଚାରୀ ନିୟୋଜିତ ହେବେ। ସାମ୍ପ୍ରଦାୟିକ ସଦ୍‌ଭାବ ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ୬୯ଟି ଶାନ୍ତି କମିଟି ବୈଠକ, ୭୯ଟି ମହଲ୍ଲା କମିଟି ବୈଠକ ଏବଂ ବିଭିନ୍ନ ଧର୍ମର ନେତାମାନଙ୍କ ସହ ୧୭୮ଟି ବୈଠକ ଆୟୋଜନ କରାଯାଇଛି।

Leave A Reply

Your email address will not be published.