ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ହଜିଗଲା ଇଣ୍ଡିଗୋ କର୍ମଚାରୀଙ୍କ ମାନବିକତା

0

ରାଞ୍ଚି: ଦିବ୍ୟାଙ୍ଗ ହୋଇଥିବାରୁ ଜଣେ ୧୩ ବର୍ଷୀୟ ନାବାଳକକୁ ବିମାନରେ ଯାତ୍ରା କରିବାକୁ ସୁଯୋଗ ଦେଲେନି ଇଣ୍ଡିଗୋ କର୍ମଚାରୀ। ଝାଡ଼ଖଣ୍ଡ ରାଞ୍ଚି ବିମାନ ବନ୍ଦରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଇଣ୍ଡିଗୋ ଏୟାରଲାଇନ୍ସ କର୍ମଚାରୀଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ୁଛି।

ସୂଚନାଯୋଗ୍ୟ, ଭିଡିଓରେ ଦେଖାଯାଇଛି ଓ୍ୱିଲ୍ ଚେୟାରରେ ଦିବ୍ୟାଙ୍ଗ ପିଲାଟି  ନିଜ ମାତାପିତାଙ୍କ ସହ ବିମାନକୁ ଅପେକ୍ଷା କରିଥିଲେ। ହେଲେ ପିଲାଟିର ଅସ୍ୱାଭାବିକ ଆଚରଣ ଦେଖି ପିଲାଟିକୁ ବିମାନରେ ଯିବାକୁ  କର୍ମଚାରୀ  ଅନୁମତି ଦେଇ ନ ଥିଲେ। ସମ୍ପୃକ୍ତ ପିଲା  ଅନ୍ୟ ଯାତ୍ରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଇଣ୍ଡିଗୋ କର୍ମଚାରୀ ଦର୍ଶାଇଥିଲେ । ଏହ ସହ ସଂପୃକ୍ତ ନାବାଳକ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଉଡ଼ାଣ ପାଇଁ ଅନୁମତି ମିଳିନଥିଲା ।

ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାକୁ ଗୁରୁତର ସହ ନେଇଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ  । ଘଟଣାର ନିଜେ ତଦନ୍ତ କରିବେ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଟ୍ୱିଟ କରିଛନ୍ତି । ଏଭଳି ଘଟଣାକୁ ଆଦୌ ବରଦାସ୍ତ କରାଯିବ ନାହିଁ। ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ୱିଟ କରିଛନ୍ତି ମନ୍ତ୍ରୀ ।

ଘଟଣା ଏବେ ଜଟିଳ ଆକାର ଧାରଣ କରୁଥିବା ଦେଖି ଇଣ୍ଡିଗୋ ସିଇଓ ରଣଞ୍ଜୟ ଦତ୍ତା ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ସଂପୃକ୍ତ ଭିନ୍ନକ୍ଷମ ପିଲା ପାଇଁ ଏକ ଇଲେକ୍ଟ୍ରିକ୍ ହ୍ବିଲଚେୟାର କିଣିଦେବାକୁ ପ୍ରସ୍ତାବ ଦେଇଛନ୍ତି ।

Leave A Reply

Your email address will not be published.