ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଜମିଜମାକୁ ନେଇ ସାବତ ଭାଇକୁ ମାରିଲେ ମାଆ-ପୁଅ

0

ବାଲିପାଟଣା : ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ସରାଟ ଗ୍ରାମରେ ଅଘଟଣା। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଭାଇକୁ ହାଣି ଦେଲେ ସାବତ ଭାଇ ଏବଂ ସାବତ ମା’। ଗୁରୁତର ଅବସ୍ଥାରେ ଭାଇକୁ ଉଦ୍ଧାର କରାଯାଇ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ଆକ୍ରମଣକାରୀ ସାବତ ଭାଇ ଦେବେନ୍ଦ୍ର ବେହେରା ଏବଂ ସାବତ ମାଆଙ୍କୁ ବାଲିପାଟଣା ପୁଲିସସ ଗିରଫ କରିଛି ।

ସୂଚନାଅନୁସାରେ, ଆଜି ସକାଳୁ ଖାଇବା ପରେ ହାତ ଧୋଉଥିଲେ ସଂଜୟ । ଏହି ସମୟରେ ସଂଜୟଙ୍କର ସାବତ ଭାଇ ଦେବେନ୍ଦ୍ର ତାଙ୍କ ମୁଣ୍ଡକୁ କଟୁରୀରେ ହାଣି ଦେଇଥିଲା । ଏହା ସହ ସଂଜୟଙ୍କର ସାବତ ମାଆ ମଧ୍ୟ କୌଣସି ଏକ ଅସ୍ତ୍ରରେ ସଂଜୟଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣରେ ସଂଜୟ ଲହୁଲୁହାଣ ହୋଇଥିଲେ । ସଂଗେ ସଂଗେ ସ୍ଥାନୀୟଲୋକ ସଂଜୟଙ୍କୁ ଉଦ୍ଧାର କରି ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ସ୍ବାସ୍ଥବସ୍ଥା ଗୁରୁତର ହେବାରୁ ସଂଜୟଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ରେଫର କରାଯାଇଛି।ଏହି ଘଟଣାରେ ସାବତ ଭାଇ ଦେବେନ୍ଦ୍ର ବେହେରା ଏବଂ ସାବତ ମାଆଙ୍କୁ ବାଲିପାଟଣା ପୁଲିସ ଗିରଫ କରିଛି ।

Leave A Reply

Your email address will not be published.