ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଆଇଏଏସ ପୂଜା ସିଙ୍ଘଲ ସସପେଣ୍ଡ୍

0

ଝାରଖଣ୍ଡ: ଝାରଖଣ୍ଡର ବିବାଦୀୟ ଆଇଏଏସ ପୂଜା ସିଙ୍ଘଲ ସସପେଣ୍ଡ ହୋଇଛନ୍ତି । ସରକାର ତାଙ୍କୁ ନିଲମ୍ବନ କରିଥିବା କାର୍ମିକ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମନରେଗା ସହ ବିଭିନ୍ନ ଦୁର୍ନୀତି ଅଭିଯୋଗରେ ବୁଧବାର ପୂଜାଙ୍କୁ ଇଡି ଗିରଫ କରିଥିଲା । ଖଣି ସହ ଉଦ୍ଦ୍ୟୋଗ ବିଭାଗର ସଚିବ ଥିବା ପୂଜାଙ୍କ ଘରୁ ବ୍ୟାପକ ଟଙ୍କା ଜବତ କରାଯାଇଥିଲା । ଏହା ପରେ ଇଡି ତାଙ୍କୁ ଏବଂ ତାଙ୍କର ସିଏଙ୍କୁ ଗିରଫ କରିଛି ।

ବୁଧବାର ସନ୍ଧ୍ୟାରେ ଗିରଫ ପରେ ପୂଜାଙ୍କୁ ରାଞ୍ଚିର ବିର୍ସାମୁଣ୍ଡା ଜେଲକୁ ପଠାଇଦିଆଯାଇଛି । ଇଡି ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରା ଉଚରା କରିବ ବୋଲି ସୂଚନା ମିଳିଛି । ତେବେ ପଚରାଉଚରା ବେଳେ ତାଙ୍କ ରକ୍ତ ଚାପ ବଢିବା ପରେ ଡାକ୍ତର ତାଙ୍କର ପରୀକ୍ଷା କରିଛନ୍ତି।

Leave A Reply

Your email address will not be published.