ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ମାଛ ଧରିବା ବେଳେ ବଜ୍ରାଘାତରେ ଜଣେ ମୃତ୍ୟୁ, ୨ ଗୁରୁତର

0

ଟାଙ୍ଗୀ : ଚିଲିକାରେ ମାଛ ଧରିବା ବେଳେ ବଜ୍ରାଘାତ। ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଚିଲିକାରେ ମାଛ ଧରୁଥିବା ବେଳେ ବଜ୍ରାଘାତ ମାରିଥିଲା। ଫଳରେ ଜଣେ ମତ୍ସ୍ୟଜିବୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ ଚିଲିକା ବ୍ଲକ ସାନ-ନଈରୀ ଗାଁର ନାରାୟଣ ବେହେରା ବୋଲି ଜଣାପଡିଛି। ସେହିପରି ଅନ୍ୟ ଦୁଇ ଭାଇ ଚିଲିକା କୂଳ ନଈରୀ ପେଣ୍ଠ ନିକଟରେ ମାଛ କିଣିବା ପାଇଁ ଡଙ୍ଗାକୁ ଅପେକ୍ଷା କରିଥିବା ବେଳେ ବଜ୍ରାଘାତ ଶିକାର ହୋଇଛନ୍ତି । ଆହତ ଦୁହେଁ ହେଉଛନ୍ତି ନିକଟସ୍ଥ ହରିକୁଣ୍ଡ-ବରଡି ଗାଁର ନବୀନ ବରାଳ ଓ ବିପିନ ବରାଳ । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.