ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଶରତ ପଟ୍ଟନାୟକ ନୂଆ ପିସିସି ସଭାପତି ନିଯୁକ୍ତ

0

ଭୁବନେଶ୍ବର: ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତିକୁ ନେଇ  ଦୀର୍ଘ ଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅବସାନ ଘଟିଛି। ନୂଆ ପିସିସି ସଭାପତି  ଭାବେ ଶରତ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି। ଶରତ ପଟ୍ଟନାୟକଙ୍କ ନିଯୁକ୍ତି ନେଇ ଏଆଇସିସି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। l ଦ୍ବିତୀୟ ଥର ପାଇଁ ପିସିସି ସଭାପତି ହୋଇଛନ୍ତି  ଶରତ ପଟ୍ଟନାୟକ। ଗତ ଦୁଇମାସ ଧରି ପିସିସି ସଭାପତି ପଦକୁ ନେଇ ଛକାପଞ୍ଝା ଲାଗି ରହିଥିଲା । ଶରତ ପଟ୍ଟନାୟକ ନିଜେ ପିସିସି ସଭାପତି ଦୌଡ଼ରେ ନଥିବା କଥା ଗଣମାଧ୍ୟମକୁ ବୟାନ ଦେଇଥିଲେ ମଧ୍ୟ ତାଙ୍କୁ ଦଳ ପିସିସି ସଭାପତି କରିପାରେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି କଂଗ୍ରେସର ଗୋଟିଏ ପ୍ରଭାବଶାଳୀ ଗୋଷ୍ଠୀ ମଧ୍ୟ ତାଙ୍କର ପିସିସି ସଭାପତିିତ୍ୱକୁ ତୀବ୍ର ବିରୋଧ କରୁଥିଲେ । ଜଣେ ବିଧାୟକଙ୍କୁ ପିସିସି ସଭାପତି ଦାୟିତ୍ୱ ଦେବାକୁ ଚାପ ପଡ଼ିଥିଲା। ମାତ୍ର ଓଡ଼ିଶା ପିସିସି ପ୍ରଭାରୀ ଏ. ଚେଲାକୁମାରଙ୍କ ସୁପାରିଶ ଓ ଦଳର ଅନ୍ୟ ପ୍ରମୁଖ ନେତାମାନଙ୍କ ସହ ବିଚାରବିମର୍ଶ କରି ଶ୍ରୀ ପଟ୍ଟନାୟକଙ୍କୁ ପିସିସି ସଭାପତି ଭାବେ ନିଯୁକ୍ତି ଦିଆଯାଇଛି।

ସୂଚନାଯୋଗ୍ୟ ଯେ  ପିସିସି ସଭାପତି ଚୟନ ପାଇଁ କିଛି ଦିନ ତଳେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତାମାନଙ୍କୁ ଏଆଇସିସିରୁ ଡାକରା  ପାଇ  ଦିଲ୍ଳୀ ଯାଇଥିଲେ। ସେଠାରେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିଥିଲେ।   ଏଥିରେ କଂଗ୍ରେସର ବରିଷ୍ଠ ନେତା ଶରତ ପଟ୍ଟନାୟକ, ଜୟଦେବ ଜେନା, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ବାହିନୀପତି, ସନ୍ତୋଷ ସିଂ ସାଲୁଜା, ଅଧିରାଜ ପାଣିଗ୍ରାହୀ , ମହମ୍ମଦ ମୋକିମ, ରମେଶ ଜେନା, ଦାଶରଥୀ ଗମାଙ୍ଗୋ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରମୁଖ ଦିଲ୍ଲୀ ଯାଇଥିଲେ। ସେଠାରେ ରାହୁଲ ଗାନ୍ଧୀଙ୍କ ସହ ଓ୍ବାନ ଟୁ ଓ୍ବାନ  ସାକ୍ଷାତ କରିଥିଲେ।

ଶରତ ପଟ୍ଟନାୟକ ପିସିସି ସଭାପତି ନିଯୁକ୍ତ ହେବା ପରେ ସମସ୍ତଙ୍କୁ ନେଇ କାମ କରିବେ ବୋଲି କହିଛନ୍ତି। ସେ କହିଛନ୍ତି, ସମସ୍ତଙ୍କୁ ସାଙ୍ଗରେ ନେଇ ଆଗାମୀ ଦିନରେ ନିର୍ବାଚନ ଲଢ଼ିବୁ। ସଂଗଠନକୁ ସୁଦୃଢ଼ କରିବା ପାଇଁ ମିଳିତ ଭାବେ କାମ କରିବାକୁ ହେବ। ବ୍ରଜରାଜନଗର ଉପନିର୍ବାଚନ ପରେ ୨୦୨୪ ପାଇଁ ପ୍ରସ୍ତୁତି ହେବ। ନୂଆ ନିଯୁକ୍ତି ପାଇଁ ସୋନିଆ ଓ ରାହୁଲ ଗାନ୍ଧିଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।

Leave A Reply

Your email address will not be published.