ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଓଲଟି ପଡ଼ିଲା ଟୁରିଷ୍ଟ ବସ୍, ୨ମୃତ ସୂଚନା

0

ବ୍ରହ୍ମପୁର: ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲାର ଭଂଜନଗର ନିକଟସ୍ଥ କଳିଙ୍ଗା ଘାଟିରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ଏକ ପର୍ଯ୍ୟଟନ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଘଟଣାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ବସଟି ଓଲଟି ପଡ଼ିଥିଲା। ପଶ୍ଚିମବଙ୍ଗରୁ ଏହି ଟୁରିଷ୍ଟ ବସ୍ ଆସିଥିବା ଜଣାପଡିଛି। ବସ୍ ତଳେ ଅନେକ ଚାପି ହୋଇଯାଇଥିଲେ।

ଗଂଜାମ-କନ୍ଧମାଳ ସୀମାନ୍ତରେ ଘଟିଥିବା ଏହି ଦୁର୍ଘଟଣା ସଂପର୍କରେ ଖବର ପାଇଁ ପୁଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ତୁରନ୍ତ ଅପରେସନ୍ ଆରମ୍ଭ କରିଥିଲେ। ବସରେ ୫୦ରୁ ଅଧିକ ଯାତ୍ରୀ ଥିଲେ ଏବଂ ଏହା ଦାରିଙ୍ଗିବାଡିରୁ ବିଶାଖାପାଟଣା ଯାଉଥିଲା। ଘାଟିରୁ ଓହ୍ଲାଇବା ପରେ ଦୁର୍ଘଟଣା ଘଟିଥିଲେ ହେଁ ପ୍ରକୃତ କାରଣ ନେଇ ପୁଲିସ କୌଣସି ସୂଚନା ଦେଇନାହିଁ।

Leave A Reply

Your email address will not be published.