ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ମହାରାଷ୍ଟ୍ରରେ ପୁଣି ବଢ଼ିଲା କରୋନା ସଂକ୍ରମଣ

0

ମହାରାଷ୍ଟ୍ର: କରୋନାର ତିନୋଟି ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ଭିତରେ ମହାରାଷ୍ଟ୍ର ଥିଲା । ବିଶେଷକରି ମୁମ୍ବାଇ ସହରର ସଂକ୍ରମଣ ସବୁଠୁ ଚିନ୍ତାର କାରଣ ପାଲଟିଥିଲା । ଏବେ ପୁଣି ସେଠାରେ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୦୪୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦୦ ଛୁଇଁଛି । ମୁମ୍ବାଇରେ ଏବେ ସଂକ୍ରମଣ ହାର ୬ ପ୍ରତିଶତ ଥିବା ବେଳେ ମହାରାଷ୍ଟ୍ରରେ ୩ ପ୍ରତିଶତ ରହିଛି ।

ସଂକ୍ରମଣ ବଢ଼ିବାକୁ ନେଇ ସତର୍କ ହୋଇପଡ଼ିଛନ୍ତି ମହାରାଷ୍ଟ୍ର ସରକାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଲୋକମାନେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ, ନଚେତ ପୁଣି କଟକଣା ଲାଗୁ କରାଯିବ । ଅନ୍ୟପଟେ ଓଡ଼ିଶାର ବିଶେଷଜ୍ଞ ଡାକ୍ତରଙ୍କ କହିବା କଥା ହେଲା, ଓମିକ୍ରନ ଭୂତାଣୁର ଭାରିଆଣ୍ଟ ଯୋଗୁଁ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବା ଅନୁମାନ କରାଯାଉଛି । ସଂକ୍ରମଣ ହାର ଅଧିକ ଥିଲେ ବି ଗୁରୁତର ସଂଖ୍ୟା କମ୍ ରହୁଛନ୍ତି ।

ସେପଟେ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱଆରୋପ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ବିମାନ ବନ୍ଦର ଓ ବିମାନ ଭିତରେ କୋଭିଡ ନିୟମ ମାନୁନଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି କହିଛନ୍ତି ଯେ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା ଲଗାଯାଉ, ଏହାସହ ସେମାନଙ୍କ ବିମାନ ଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଉ । ଏସବୁ ଭିତରେ ଦେଶରେ ସଂକ୍ରମଣ ବଢ଼ିଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏ ଦିନରେ ଦେଶରେ ୪ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି।

Leave A Reply

Your email address will not be published.