ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ମହାରାଷ୍ଟ୍ରରେ ପୁଣି ବଢ଼ିଲା କରୋନା ସଂକ୍ରମଣ

0

ମହାରାଷ୍ଟ୍ର: କରୋନାର ତିନୋଟି ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ଭିତରେ ମହାରାଷ୍ଟ୍ର ଥିଲା । ବିଶେଷକରି ମୁମ୍ବାଇ ସହରର ସଂକ୍ରମଣ ସବୁଠୁ ଚିନ୍ତାର କାରଣ ପାଲଟିଥିଲା । ଏବେ ପୁଣି ସେଠାରେ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୦୪୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୫୦୦ ଛୁଇଁଛି । ମୁମ୍ବାଇରେ ଏବେ ସଂକ୍ରମଣ ହାର ୬ ପ୍ରତିଶତ ଥିବା ବେଳେ ମହାରାଷ୍ଟ୍ରରେ ୩ ପ୍ରତିଶତ ରହିଛି ।

ସଂକ୍ରମଣ ବଢ଼ିବାକୁ ନେଇ ସତର୍କ ହୋଇପଡ଼ିଛନ୍ତି ମହାରାଷ୍ଟ୍ର ସରକାର । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ଯେ, ଲୋକମାନେ କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରନ୍ତୁ, ନଚେତ ପୁଣି କଟକଣା ଲାଗୁ କରାଯିବ । ଅନ୍ୟପଟେ ଓଡ଼ିଶାର ବିଶେଷଜ୍ଞ ଡାକ୍ତରଙ୍କ କହିବା କଥା ହେଲା, ଓମିକ୍ରନ ଭୂତାଣୁର ଭାରିଆଣ୍ଟ ଯୋଗୁଁ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ୁଥିବା ଅନୁମାନ କରାଯାଉଛି । ସଂକ୍ରମଣ ହାର ଅଧିକ ଥିଲେ ବି ଗୁରୁତର ସଂଖ୍ୟା କମ୍ ରହୁଛନ୍ତି ।

ସେପଟେ କୋଭିଡ ଗାଇଡଲାଇନ ପାଳନ ଉପରେ ଗୁରୁତ୍ୱଆରୋପ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ବିମାନ ବନ୍ଦର ଓ ବିମାନ ଭିତରେ କୋଭିଡ ନିୟମ ମାନୁନଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି କହିଛନ୍ତି ଯେ, ନିୟମ ଉଲ୍ଲଂଘନକାରୀଙ୍କ ଉପରେ ଜରିମାନା ଲଗାଯାଉ, ଏହାସହ ସେମାନଙ୍କ ବିମାନ ଯାତ୍ରା ଉପରେ ମଧ୍ୟ କଟକଣା ଲଗାଯାଉ । ଏସବୁ ଭିତରେ ଦେଶରେ ସଂକ୍ରମଣ ବଢ଼ିଥିବା ଲକ୍ଷ୍ୟ କରାଯାଉଛି । ଗୋଟିଏ ଦିନରେ ଦେଶରେ ୪ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି।

Leave A Reply

Your email address will not be published.