ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁଫ ତରଫରୁ ମିଳିଲା ଅଫର

0

ନୂଆଦିଲ୍ଲୀ: ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ ମିଳିବ ନିଯୁକ୍ତି। ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍‌ ଆନନ୍ଦ ମହିନ୍ଦ୍ରା ଅଗ୍ନିବୀରଙ୍କୁ ଏହି ବଡ ଅଫର୍‌ ଦେଇଛନ୍ତି। । ଅବସର ପରେ ଅଗ୍ନିବୀରଙ୍କୁ ମହିନ୍ଦ୍ରା ଗ୍ରୁପ୍‌ରେ କାମ କରିବାକୁ ସୁଯୋଗ ମିଳିବ। ଶୃଙ୍ଖଳିତ ଓ କୁଶଳୀ ଅଗ୍ନିବୀରଙ୍କୁ ନିଯୁକ୍ତି ମିଳିବ ବୋଲି କହିଛି ମହିନ୍ଦ୍ର ଗ୍ରୁପ୍।ର ମାଲିକ।କେନ୍ଦ୍ର ସରକାରଙ୍କ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଟ୍ଵିଟ୍ କରି ଏପରି ଘୋଷଣା କରିଛନ୍ତି ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା।

ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସେନାରେ ନିଯୁକ୍ତିର ନୂଆ ଯୋଜନା ‘ଅଗ୍ନିପଥ କୁ ବିରୋଧ କରିଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହି ଯୋଜନା ଅଧୀନରେ ତାଲିମ ପ୍ରାପ୍ତ ଯୁବକମାନଙ୍କୁ ଚାକିରି ପ୍ରଦାନ କରିବାକୁ ଏକ ଟ୍ୱିଟ ମାଧ୍ୟମରେ ଜଣାଇଛନ୍ତି। ସେ କହିଛନ୍ତି, ‘ଗତ ବର୍ଷ ଯେତେବେଳେ ଏହି ଯୋଜନାର ସୂଚନା ଆସିଲା, ଏହାକୁ ନେଇ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା। ଏହା ଅଧୀନରେ ଶିଖିଥିବା ଅନୁଶାସନ ଏବଂ ଦକ୍ଷତା ସେମାନଙ୍କୁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ। ମହିନ୍ଦ୍ରା ଗ୍ରୁପ୍ ଏଭଳି ତାଲିମପ୍ରାପ୍ତ, ଦକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ସ୍ୱାଗତ କରୁଛି।’

ଆନନ୍ଦ ମହିନ୍ଦ୍ରା ସୋମବାର ସକାଳେ ଟ୍ୱିଟ୍ କରି କହିଛନ୍ତି ଯେ ‘ଅଗ୍ନିପଥ ଯୋଜନାକୁ ନେଇ ଚାଲିଥିବା ବିକ୍ଷୋଭରେ ସେ ଦୁଃଖିତ। ଗତ ବର୍ଷ ଯେତେବେଳେ ଏହି ଯୋଜନାର ସୂଚନା ଆସିଲା, ଏହାକୁ ନେଇ ନୂଆ ଆଶା ଓ ସମ୍ଭାବନା ସୃଷ୍ଟି ହୋଇଥିଲା । ଏହା ଅଧୀନରେ ଶିଖିଥିବା ଅନୁଶାସନ ଏବଂ ଦକ୍ଷତା ସେମାନଙ୍କୁ ସର୍ବୋତ୍ତମ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ମହିନ୍ଦ୍ରା ଗ୍ରୁପ୍ ଏଭଳି ତାଲିମପ୍ରାପ୍ତ, ଦକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ସ୍ୱାଗତ କରୁଛି’।

ଆନନ୍ଦ ମହିନ୍ଦ୍ରାଙ୍କ ଘୋଷଣାକୁ ଟ୍ୱିଟରରେ ଅନେକ ଲୋକ ସ୍ୱାଗତ କରିଥିଲେ। ଜଣେ ୟୁଜର ପ୍ରଶ୍ନ ପଚାରିଥିଲେ ଯେ, ‘ମହିନ୍ଦ୍ରା ଗ୍ରୁପରେ ଅଗ୍ନିବୀରମାନଙ୍କୁ କେଉଁ ପୋଷ୍ଟ ଦିଆଯିବ’? ଏହାର ଉତ୍ତରରେ ଆନନ୍ଦ ମହିନ୍ଦ୍ରା କହିଛନ୍ତି ଯେ କର୍ପୋରେଟ କ୍ଷେତ୍ରରେ ଅଗ୍ନିବୀରମାନଙ୍କ ପାଇଁ ଅପାର ନିଯୁକ୍ତି ସମ୍ଭାବନା ରହିଛି । ଲିଡରସିପ୍ ଠାରୁ ଆରମ୍ଭ କରି ଦଳଗତ କାର୍ୟ୍ୟ ସବୁଥିରେ ସେମାନଙ୍କୁ ଅଗ୍ରାଧିକାର ଦିଆଯିବ’ ।

Leave A Reply

Your email address will not be published.