ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ହଜାରେ ଟପିଲା କରୋନା ସଂକ୍ରମଣ

0

ଭୁବନେଶ୍ୱର : ଲଗାତାର ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ହଜାର ଟପିଲା ଦୈନିକ ସଂକ୍ରମିତ। ଗତ ୨୪ ଘଣ୍ଟା ମଧ୍ୟ ରାଜ୍ୟରୁ ୧୦୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ସଙ୍ଗରୋଧରୁ ୬୦୯ ଓ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୩୪ । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୦୦ ଆକ୍ରାନ୍ତ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨୯୭୧୭୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

୨୮ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୩୩୫ ଜଣ, କଟକ ୨୦୫ ଜଣ, ସୁନ୍ଦରଗଡ଼ରୁ ୧୦୬ ଜଣ,ସୋନପୁରରୁ ୩୨ ଜଣ, ସମ୍ବଲପୁରରୁ ୩୧ ଜଣ, ମୟୂରଭଞ୍ଜରୁ ୨୮ ଜଣ, ଜଗତସିଂହପୁରରୁ ୨୨ ଜଣ, ବାଲେଶ୍ବରରୁ ୨୦ ଜଣ, ନୟାଗଡ଼ରୁ ୧୯ ଜଣ, ଯାଜପୁରରୁ ୧୮ ଜଣ, କେନ୍ଦ୍ରାପଡ଼ାରୁ ୧୫ ଜଣ,ବୌଦ୍ଧରୁ ୧୩ ଜଣ, ଝାରସୁଗୁଡ଼ାରୁ ୧୨ ଜଣ, ଗଜପତି ଓ କଳାହାଣ୍ଡିରୁ ୧୦ ଜଣ ଲେଖାଁଏ, ନବରଙ୍ଗପୁର ଓ ନୂଆପଡ଼ା ଜିଲ୍ଲାରୁ ୯ ଜଣ ଲେଖାଁଏ, ଭଦ୍ରକ ଓ ବଲାଙ୍ଗୀର ଜିଲ୍ଲାରୁ ୭ ଜଣ ଲେଖାଁଏ, ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୬ ଜଣ ଲେଖାଁଏ, ଦେବଗଡ଼ ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଁଏ, ଢ଼େଙ୍କାନାଳରୁ ୩ ଜଣ, ବରଗଡ଼ ଓ କନ୍ଧମାଳ ଜିଲ୍ଲାରୁ ୨ ଜଣ ଲେଖାଁଏ, ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଁଏ ଏବଂ ଷ୍ଟେଟ୍ ପୁଲ୍‌ରୁ ୭୯ ଜଣ ଆକ୍ରାନ୍ତ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୯୭୧୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୮୨୫ ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୮୩୧୬୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୨୩୧୪୧୦୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।   

Leave A Reply

Your email address will not be published.