ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ଏବେ ଗୋଲାପୀ ଆସନରେ ବସିବେ ମହିଳା..

0
  • ଭୁବନେଶ୍ୱରରେ ଇ-ବସ ଓ ଇ-ରିକ୍ସା ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
  • ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ -ବସ ଓ ୫୦ ଟି ଇ -ରିକ୍ସା ଗଡିଲା

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଏୟାରପୋର୍ଟ ଛକ ଠାରେ ଇ-ବସ ଓ ଇ-ରିକ୍ସା ଚଳାଚଳର ଶୁଭାରମ୍ଭ କରିଛନ୍ତି। ଗାଡି ଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହା ଦ୍ବାରା ସହରରେ ବାୟୁ ପ୍ରଦୂଷଣ କମ୍ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ ପଦକ୍ଷେପ ଆରମ୍ଭ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ୧୦ଟି ଇ-ବସ ଓ ୫୦ ଟି ଇ-ରିକ୍ସା ଚଳାଚଳ ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗାମୀ ଦିନରେ ୫୦ ଟି ଇ ବସ ଚଳାଚଳ କରାଯିବାର ଲକ୍ଷ୍ୟ ରଖା ଯାଇଛି।ଲିଙ୍ଗ ସମାନତା ଉପରେ ଗୁରୁତ୍ବ ଦିଆଯାଇ ପ୍ରତ୍ୟେକ ସିଆରୟୁଟି ପକ୍ଷରୁ ଗାଇଡ୍ ଭାବରେ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତ କରାଯାଇଛି। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ମଧ୍ୟ ମହିଳାଙ୍କ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରତ୍ୟେକ ବସରେ ୩୦ ଟି ଆସନ ରହିଥିବା ବେଳେ ମହିଳା ମାନଙ୍କ ପାଇଁ ସଂରକ୍ଷିତ ଆସନ ଗୁଡ଼ିକୁ ଗୋଲାପି ରଙ୍ଗରେ ଚିହ୍ନିତ କରାଯାଇଛି।

ସୂଚନା ଯୋଗ୍ୟ ଯେ ସିଆରୟୁଟି ପକ୍ଷରୁ ବର୍ତ୍ତମାନ ୨୫୫ ଟି ଡିଜେଲ୍ ବସ୍ ଚଳାଚଳ କରୁଛି।

Leave A Reply

Your email address will not be published.