ପ୍ରମୁଖ ଖବର

କୁଆଖାଇରେ ଭାସିଯାଇଥିବା ୨ ଯୁବକଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର, ଅନ୍ୟ ନିଖୋଜ
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
୧୨ରେ ବଙ୍ଗୋପସାଗରରେ ନୂଆ ଘୂର୍ଣ୍ଣିବଳୟ, ଉତ୍ତର-ଉପକୂଳ ଓଡ଼ିଶାକୁ ରେଡ୍ ୱାର୍ଣ୍ଣିଂ
ଆଇଟି ନିୟମ ହେବ ଅଧିକ କଡ଼ା: ୩ ଘଣ୍ଟାରେ ହଟିବ ବେଆଇନ ଏଆଇ ବିଷୟବସ୍ତୁ
ବ୍ୟାଙ୍କକ ସ୍କୁଲରେ ଗୁଳିକାଣ୍ଡ: ୭ ମୃତ, ୨୦ ଛାତ୍ର ଆହତ
୫୮.୩୬ ଲକ୍ଷ ଭୋଟରଙ୍କୁ ନୋଟିସ୍‌, ୧୨,୫୭୨ ଅଯୋଗ୍ୟ ଘୋଷିତ

କମିଲା ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର

0

ନୂଆଦିଲ୍ଲୀ: ଆଜିଠାରୁ ୧୯ କି.ଗ୍ରା,ବିଶିଷ୍ଟ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ୩୬ ଟଙ୍କା ହ୍ରାସ ପାଇଛି।ଏହି ହ୍ରାସ ପରେ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ସିଲିଣ୍ଡର ର ମୂଲ୍ୟ ସିଲିଣ୍ଡର ପିଛା ୧୯୭୬ ଟଙ୍କା ରହିଛି । ଏହାର ମୂଲ୍ୟ  ୨୦୧୨.୫୦ ଟଙ୍କା ଥିଲା । ଦର ହ୍ରାସ ଯୋଗୁଁ ହୋଟେଲ୍‌, ରେସ୍ତୋରାଁ ଏବଂ ରନ୍ଧନ ଗ୍ୟାସ୍‌ ବ୍ୟବହାର କରୁଥିବା ଅନ୍ୟାନ୍ୟ ବ୍ୟାବସାୟିକ ପ୍ରତିଷ୍ଠାନ ଉପକୃତ ହେବେ। କିନ୍ତୁ, ଘରେ ରୋଷେଇ କରିବାକୁ ବ୍ୟବହାର କରାଯାଉଥିବା ‘ଏଲ୍‌ପିଜି’ ସିଲିଣ୍ଡର୍‌ର ଦର ଅପରିବର୍ତ୍ତିତ ରହିଛି।

ସେହିପରି, ମୁମ୍ବାଇରେ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଟ. ୧୯୭୨.୫୦ ପରିବର୍ତ୍ତେ ଟ. ୧୯୩୬.୫୦ରେ ବିକ୍ରୟ ହେଉଛି। କୋଲ୍‌କାତାରେ ବ୍ୟାବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ଟ. ୨୧୩୨/- ପରିବର୍ତ୍ତେ ଟ. ୨୦୯୫.୫୦ ରେ ବିକ୍ରୟ ହେଉଛି। ଏହାଛଡ଼ା, ଚେନ୍ନାଇରେ ଏବେ ୧୯ କେ.ଜି. ବ୍ୟାବସାୟିକ ସିଲିଣ୍ଡର୍‌ ଦର ହେଉଛି ଟ. ୨୪୧/-, ବେଙ୍ଗାଲୁରୁରେ ଟ. ୨୦୬୩.୫୦ ଏବଂ ହାଇଦ୍ରାବାଦରେ ଟ.୨୧୯୭.୫୦। ସ୍ଥାନୀୟ ‘ଭାଟ୍‌’ ଅନୁସାରେ ରାଜ୍ୟରୁ ରାଜ୍ୟ ମଧ୍ୟରେ ରନ୍ଧନ ଗ୍ୟାସ୍‌ ଦର ମଧ୍ୟରେ ପ୍ରଭେଦ ରହୁଛି।

ଉଲ୍ଲେଖଯୋଗ୍ୟ, ଗତ ୪ ମାସ ମଧ୍ୟରେ ଭାରତରେ ଏହା ହେଉଛି ‘ଏଲ୍‌ପିଜି’ ଗ୍ୟାସ୍‌ ସିଲିଣ୍ଡର୍‌ ଦରରେ ୪ର୍ଥ ମୂଲ୍ୟ ହ୍ରାସ। ପୂର୍ବରୁ ଜୁନ୍‌ ମାସରେ କେନ୍ଦ୍ର ସରକାର ୧୯ କେ.ଜି. ବ୍ୟବସାୟିକ ‘ଏଲ୍‌ପିଜି’ ସିଲିଣ୍ଡର୍‌ପିଛା ଟ. ୧୩୫/- ହ୍ରାସ କରିଥିଲେ। ବର୍ତ୍ତମାନ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ପୂର୍ବରୁ ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧,୦୦୩ ଟଙ୍କା ଥିଲା । ଦିଲ୍ଲୀରେ ଗତ ଏକ ବର୍ଷ ମଧ୍ୟରେ ଏଲପିଜି ସିଲିଣ୍ଡରର ମୂଲ୍ୟ ପ୍ରାୟ ୨୧୫ ଟଙ୍କା ବୃଦ୍ଧି ପାଇଛି । ଏହାର ମୂଲ୍ୟ ୮୩୪.୫୦ ଟଙ୍କା ବୃଦ୍ଧି ପାଇ ୧,୦୦୩ ଟଙ୍କାରେ ପହଞ୍ଚିଛି, ଯାହା ବର୍ତ୍ତମାନ ଆଉ ୫୦ ଟଙ୍କା ବୃଦ୍ଧି ପାଇଛି।

Leave A Reply

Your email address will not be published.