ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଏଣିକି ବଢିବ ବର୍ଷା

0
  • ୭ ରେ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ପରବର୍ତ୍ତୀ ୪୮ ଘଣ୍ଟା ରେ ଚିହ୍ନିତ ଲଘୁଚାପ ରୂପ ନେଇପାରେ
  • ୬ ରୁ ୧୧ ଯାଏଁ ବର୍ଷା ପରିମାଣ ବୃଦ୍ଧି ଓ ବିସ୍ତୃତି
  • ଦକ୍ଷିଣ ଓ ଉପକୂଳ ରେ ୮-୧୦ ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷିବ

ଭୁବନେଶ୍ବର: କିଛି ଦିନ ର ବ୍ୟବଧାନ ପରେ ମୌସୁମୀ ଟ୍ରଫ ଏବେ ଦକ୍ଷିଣ କୁ ଗତି କରୁଛି। ଫଳରେ ଉଭେଇ ଯାଇଥିବା ମୌସୁମୀ ବାୟୁ ପୁନଃ ସକ୍ରିୟ ହୋଇଛି। ପ୍ରଭାବ ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି । ସେହିପରି ଆସନ୍ତା ୭ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ, ପରବର୍ତ୍ତୀ ୪୮ ଘଣ୍ଟା ରେ ଲଘୁଚାପ ଟି ଅଧିକ ଘନୀଭୂତ ହୋଇପାରେ । ଲଘୁଚାପ ପ୍ରଭାବରେ ୦୬-୧୦ ତାରିଖ ଯାଏଁ ଓଡ଼ିଶା ର ଅଧିକାଂଶ ଅଞ୍ଚଳ ରେ ବର୍ଷା ସମ୍ଭାବନା ରହିଛି। ଲଘୁଚାପ ର ପ୍ରଭାବ ଉପକୂଳ ଓ ଦକ୍ଷିଣ ଓଡ଼ିଶା ଉପରେ ଅଧିକ ରହିବ।

୫ ରୁ ୬ ଅଗଷ୍ଟ ମଧ୍ୟରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୬ ରୁ ୧୧ ତାରିଖ ମଧ୍ୟରେ ଲଘୁଚାପ ପ୍ରଭାବ ରେ ଦକ୍ଷିଣ , ଦକ୍ଷିଣ- ଆଭ୍ୟନ୍ତର, ଉପକୂଳ ଓଡ଼ିଶା ରେ ବର୍ଷା ପରିମାଣ ଅଧିକ ରହିବ। ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା(୭-୧୧ସେମି) ସମ୍ଭାବନା ଥିବାବେଳେ ସ୍ଥାନେ ସ୍ଥାନେ ପ୍ରବଳ ରୁ ଅତି ପ୍ରବଳ(୭-୨୦ସେମି) ବର୍ଷା ସମ୍ଭାବନା ରହିଛି।

ଓଡ଼ିଶା ସମେତ ଏହି ସମୟ ରେ ଛତିଶଗଡ଼ ତଥା ମହାନଦୀ ଉପରମୁଣ୍ଡ ରେ ମଧ୍ୟ ପ୍ରବଳ ବର୍ଷା ଓ କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ୭ ରୁ ଓଡ଼ିଶା ଉପକୂଳ ତଥା ଉତ୍ତର ପଶ୍ଚିମ ତତ୍ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ ତେଣୁ ଏହି ସମୟ ରେ ସମୁଦ୍ର କୁ ଯିବା ବାରଣ। ଏହି ସମୟ ରେ ସମୁଦ୍ର ଉପକୂଳ ରେ ପବନ ର ବେଗ ଘଣ୍ଟା ପ୍ରତି ୪୫-୫୫କିମି ରହିପାରେ।।
ପୂର୍ବାନୁମାନ- ସାର୍ଥକ ମିଶ୍ର

Leave A Reply

Your email address will not be published.