ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଛତିଶଗଡ଼ରେ ବର୍ଷା, ମହାନଦୀକୁ ବିପଦ

0

ଭୁବନେଶ୍ବର: ସକାଳ ୬.୩୦ ରେ ପାଣିପାଗ ସାଟଲାଇଟ୍ ର ତଥ୍ୟ ମୁତାବକ ଆଜି ଓଡିଶା ର ଅଧିକାଂଶ ସ୍ଥାନ ରେ ଅଳ୍ପ ରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ସମଗ୍ର ଓଡ଼ିଶା ଆକାଶ ମେଘାଚ୍ଛନ୍ନ ରହିଛି। ସେହିପରି ବଙ୍ଗୋପସାଗର ଆଡୁ ଉପକୂଳ ଓଡ଼ିଶା କୁ ମଧ୍ୟମ ରୁ ଘନ ମେଘଖଣ୍ଡ ପ୍ରବେଶ କରୁଛନ୍ତି। ଅନ୍ୟ ପଟେ ଡିପ୍ରେଶନ ଛତିଶଗଡ଼ ନିକଟବର୍ତ୍ତୀ ଅଞ୍ଚଳ ରେ ରହିଛି, ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଡିପ୍ରେଶନ୍ ଦୁର୍ବଳ ହୋଇ ଚିହ୍ନିତ ଲଘୁଚାପ ରେ ପରିଣତ ହେବ ।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂପୁର, ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କଟକ, ଯାଜପୁର, କେଉଁଝର, ଅନୁଗୋଳ, ବୌଦ୍ଧ, ଦେଓଗଡ଼ , ମୟୂରଭଞ୍ଜ , ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି କନ୍ଧମାଳ, ରାୟଗଡ଼ା, ନବରଙ୍ଗପୁର, ଗଜପତି, କୋରାପୁଟ, ମାଲକାନଗିରି ଜିଲ୍ଲା ର କିଛି ଅଞ୍ଚଳ ରେ ମଧ୍ୟମ ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ପଶ୍ଚିମ ଓଡ଼ିଶା ର କିଛି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଛତିଶଗଡ଼ ରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଣୁ ମହାନଦୀ ରେ ଜଳସ୍ତର ବଢିପାରେ। ଆସନ୍ତା ୧୩ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ପ୍ରଭାବ ରେ ୧୨-୧୫ ଯାଏଁ ପୁଣି ଭଲ ବର୍ଷା ର ପ୍ରଭାବ ରହିବ।

Leave A Reply

Your email address will not be published.