ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ବାବାଙ୍କୁ ସୁନାମୁକୁଟ ଦେଲେ ଭକ୍ତ

0

ଶିରିଡି: ମହାରାଷ୍ଟ୍ର ଶିରିଡିରେ ଥିବା ସାଇବାବାଙ୍କୁ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଗୋଟିଏ ସୁନା ମୁକୁଟ ପ୍ରଦାନ କରିଛନ୍ତି। ସତୀଶ ପ୍ରଭାକର ନାମକ ୫୭ବର୍ଷୀୟ ଏହି ବ୍ୟକ୍ତି ୩୬ଲକ୍ଷ ୯୮ ହଜାର ଟଙ୍କା ମୂଲ୍ୟରେ ଏହି ମୁକୁଟ ଦେଇଛନ୍ତି। ଏହାର ଓଜନ ୭୭୦ ଗ୍ରାମ୍ ଓଜନ ହେବ ବୋଲି କୁହାଯାଉଛି।

କେବଳ ସେତିକି ନୁହେଁ, ସଂପୃକ୍ତ ବ୍ୟକ୍ତି ୩୩ ହଜାର ଟଙ୍କାର ଗୋଟିଏ ରୂପା ଥାଳି ମଧ୍ୟ ଦାନ କରିଥିବା ଶିରିଡି ସାଇବାବା ମନ୍ଦିରର ପରିଚାଳନା ଟ୍ରଷ୍ଟର ଜଣେ ବରିଷ୍ଠ ଅଧିକାରୀ ଶୁକ୍ରବାର କହିଛନ୍ତି।ଗୁରୁବାର ଦିନ ପ୍ରଭାକର ବାବାଙ୍କୁ ଉଭୟ ମୁକୁଟ ଓ ଥାଳି ପ୍ରଦାନ କରିଥିଲେ। ଗତ ମାସରେ ହାଇଦ୍ରାବାଦର ଜଣେ ୮୦ ବର୍ଷୀୟ ଡାକ୍ତର ମନ୍ଦିର ଟ୍ରଷ୍ଟକୁ ୩୩ ଲକ୍ଷ ଟଙ୍କା ମୂଲ୍ୟର ଏକ ସୁନା ମୁକୁଟ ଦାନ କରିଥିଲେ।

Leave A Reply

Your email address will not be published.