ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆଜି ମୟୁରଭଞ୍ଜ ଯିବେ ମୁଖ୍ୟମନ୍ତ୍ରୀ ନବୀନ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଗସ୍ତରେ ଯିବେ । ଗସ୍ତକୁ ଆଖିରେ ରଖି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।ଆଜି କରଞ୍ଜିଆ ବ୍ଲକର ହାତୀବାରି ଠାରେ ଦେଓ ଜଳସେଚନ ଓ ରାସଗୋବିନ୍ଦପୁର ବ୍ଲକର ଟିକରପଡା ଠାରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିବେ।

ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ବହୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କରିବେ । ଆଜି ଦିନ ୧୧ଟାରେ ଭୁବନଶ୍ୱରରୁ ହେଲିକପ୍ଟର ଯୋଗେ ବାହାରି କରଞ୍ଜିଆ ବ୍ଲକର ହାତିବାରୀର ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବେ । ସେଠାରେ ଦେଓ ଜଳସେଚନ ସହ ଅନ୍ୟ କିଛି ପ୍ରକଳ୍ପର ଭିତିରପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ । ଏହାପରେ ଦିନ ୧୨ଟା ୧୫ ମିନିଟ ସମୟରେ ରାସଗୋବିନ୍ଦପୁର ଟିକରପଡାକୁ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ଶେଷ କରି ଦିନ ୧୨ଟା ୫୫ମିନିଟରେ ଭୁବନେଶ୍ୱର ଫେରି ଆସିବେ । ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତକୁ ରାଜନୈତିକ ମହଲରେ ଏହାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି ।

ବିଜେଡିର ଛାମୁଆ ନେତାମାନେ ବାରିପଦାରେ ପହଞ୍ଚି ସବୁ କାର୍ଯ୍ୟକ୍ରମ ତଦାରଖ କରୁଛନ୍ତି । ନବୀନଙ୍କ ବିକାଶମୂଳକ ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ଦ୍ରୌପଦୀ ମୁର୍ମୁଙ୍କୁ ନବୀନ କିପରି ତତ୍‌କାଳ ସହଯୋଗର ହାତ ବଢ଼ାଇଥିଲେ ତାହାକୁ ମଧ୍ୟ ପ୍ରଚାର କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୦ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବା ସହ ପୁଲିସ ଅଧିକାରୀ ମଧ୍ୟ କଡା ସୁରକ୍ଷା ଦାୟିତ୍ୱରେ ଅଛନ୍ତି।  ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ମୟୂରଭଞ୍ଜ କଂଗ୍ରେସ ଦଳର ୩୮ ଜଣ ନେତା ଓ କର୍ମୀଙ୍କୁ ପୁଲିସ ଅଟକ ରଖିଥିବା ଜଣାପଡିଛି।

Leave A Reply

Your email address will not be published.