ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ମହାନଦୀରେ ଆସୁଛି କି ବଡ ଧରଣର ବନ୍ୟା ?

0

ଭୁବନେଶ୍ବର: ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ମହାନଦୀରେ ଆସୁଛି ବନ୍ୟା। ନଦୀର ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ବର୍ତ୍ତମାନ ହୀରାକୁଦରୁ ୩୪ଟି ଗେଟ ଦେଇ ବନ୍ୟା ଜଳ ପ୍ରବାହିତ ହେଉଛି । ଯାହା ଫଳରେ ରାଜ୍ୟର ବିଭିନ୍ନ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ତେବେ ସୁବର୍ଣ୍ଣରେଖା, ବୁଢାବଳଙ୍ଗ ନଦୀରେ ବନ୍ୟା ଆଶଙ୍କା ନଥିବା ବେଳେ ଜଳକାରେ ଜଳସ୍ତର ବିପଦ ସଂକେତ ଉପରେ ରହିଛି । ଦକ୍ଷିଣ ଓଡ଼ିଶା ନଦୀରେ ସେମିତି ବନ୍ୟା ଆଶଙ୍କା ନାହିଁ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଲଘୁଚାପ ବର୍ଷାକୁ ଦୃଷ୍ଟିରେ ରଖିଲେ ମହାନଦୀ ଅବବାହିକା ଏବେ ମୁଣ୍ଡଳୀରେ ୫ଲକ୍ଷ ୮୭ହଜାର ୮୬୦ କ୍ୟୁସେକ ଜଳ ସେକେଣ୍ଡ ପ୍ରତି ପ୍ରବାହିତ ହେଉଛି ଓ ଜଳପତ୍ତନ ବଢ଼ିବାରେ ଲାଗିଛି। ଭୀଷଣ ବର୍ଷା କାରଣରୁ ପୂରା ମହାନଦୀ ଅବିବାହିକା ରେ ବଡ଼ ବନ୍ୟା ପାଇଁ କ୍ଷେତ୍ର ସୃଷ୍ଟି ହୋଇଛି। ଖଇରମାଳରେ ୯ ଲକ୍ଷ ୫୭ହଜାର କ୍ୟୁସେକ ଜଳ ଅତିକ୍ରମ କରୁଛି। କାଲି ସନ୍ଧ୍ୟା ୬ ଟାରେ ମୁଣ୍ଡୁଳିରେ ୧୧ ଲକ୍ଷ କ୍ୟୁସେକ ଅତିକ୍ରମ କରିବ। ହୀରାକୁଦରୁ ଅଧିକ ପାଣି ଆସୁଛି । ହୀରାକୁଦର ଉପରମୁଣ୍ଡରେ ପ୍ରବଳ ବର୍ଷା ହେଉଛି । ଯାହାଫଳରେ ସରାଡିହି ଠାରେ ୬.୫୭ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଛି ।

ଆସନ୍ତାକାଲି ମୁଣ୍ଡଳୀଠାରେ ସର୍ବାଧିକ ଜଳ ପ୍ରବାହିତ ହେବ । ମହାନଦୀର ଅବବାହିକାରେ ଥିବା କେନ୍ଦ୍ରାପଡା , ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଜିଲ୍ଲାର କିଛି ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହେବାର ସମ୍ଭାବନା ରହିଛି । ଯେଉଁଥିପାଇଁ ୭ଟି ଓଡ୍ରାଫ୍, ୩ଟି ଏନଡିଆରଏଫ ଟିମ୍ ଓ ୧୨ଟି ଅଗ୍ନିଶମ ଟିମ୍ ନିୟୋଜିତ କରାଯିବ । ପୁରୀ, କେନ୍ଦ୍ରାପଡା, ଜଗତସିଂହପୁରକୁ ଅଗ୍ନିଶମ ଟିମ୍ ଅଧିକ ଦିଆଯିବ । ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆସୁଥିବା କହିଛନ୍ତି ଏସଆରସି। ପରିସ୍ଥିତି ଉପରେ ନଜରରେ ରଖି ସରକାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀ ଙ୍କ ସହ ବୈଠକ ଜାରି ରଖିଛନ୍ତି।

Leave A Reply

Your email address will not be published.