ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆଖିବୁଜିଲା ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ‘ବାବିୟା’

0
  • ‘ବାବିୟା’ ଥିଲା ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର
  • ନା ମାଂସ ଖାଉଥିଲା, ନା କାହାକୁ କରୁଥିଲା ଆକ୍ରମଣ
  • ଭଗବାନଙ୍କ ପ୍ରସାଦ ଖାଏ, ମନ୍ଦିରକୁ ଦେଉଥିଲା ସୁରକ୍ଷା

କେରଳ: ବିଶ୍ୱର ଏକମାତ୍ର ଶାକାହାରୀ କୁମ୍ଭୀର ‘ବାବିୟା’କୁ ପ୍ରାୟ ସମସ୍ତେ ଜାଣିଥିବେ । ଆଜି ‘ବାବିୟା’ ଶେଷ ନିଶ୍ୱାସ ତ୍ୟାଗ କରିଛି । ଲୋକ ମାନ୍ୟତା ଅନୁଯାୟୀ, ବାବିୟା ଅନନ୍ତ ପଦ୍ମନାଭ ସ୍ୱାମୀ ମନ୍ଦିରର ସୁରକ୍ଷା କରୁଥିଲା । ଶ୍ରଦ୍ଧାଳୁ ମାନେ ଉଭୟ ଭଗବାନ କୁମ୍ଭୀରକୁ ଏଠାରେ ପୂଜା କରୁଥିବାର କୁହାଯାଇଥାଏ । ଏତଦବ୍ୟତୀତ ମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ବାବିୟା ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବାବିୟା ଗତ କିଛି ଦିନ ହେବ ଅସୁସ୍ଥ ଥିଲା । ଏପରିକି ପଶୁ ଚିକିତ୍ସିକ ବାବିୟାର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରିଥିଲେ । ମନ୍ଦିରର ପୂଜାରୀଙ୍କ କହିବା ଅନୁଯାୟୀ, ଏହି ଦିବ୍ୟ କୁମ୍ଭୀର ଅଧିକାଂଶ ସମୟ ମନ୍ଦିରର ପୋଖରୀ ଭିତରେ ରହୁଥିବା ବେଳେ ଦ୍ୱିପ୍ରହରରେ ବାହାରକୁ ବାହାରୁଥିଲା ।

ଗତ ୨ ଦିନ ହେବ ଖାଇବାକୁ ଡକାଯାଉଥିଲେ ମଧ୍ୟ କୂଳକୁ ଖାଇବାକୁ ଆସୁନଥିଲା ବାବିୟା । ପ୍ରତ୍ୟେକ ଦିନ ୨ ଥର ମନ୍ଦିର ପୂଜକ ବାବିୟାଙ୍କୁ ଭଗବାନଙ୍କ ପ୍ରସାଦ ଖାଇବାକୁ ଦେଉଥିଲେ । ଆଉ ଏହାକୁ ବେଶ ଆନନ୍ଦ ସହକାରେ ଖାଉଥିଲା ବାବିୟା । ସବୁଠୁ ବଡ କଥା ହେଉଛି ବାବିୟା ନା କେବେ ମାଂସ ଖାଉଥିଲା ନା କେବେ ପୋଖରୀରେ ଥିବା ମାଛ ଉପରେ ଆକ୍ରମଣ କରିଥିଲା । ଯେହେତୁ କେବଳ ଭଗବାନଙ୍କ ପ୍ରସାଦ ଖାଉଥିଲା ତେଣୁ ବାବିୟାକୁ ବିଶ୍ୱର ଶାକାହାରୀ କୁମ୍ଭୀର ଭାବେ ପରିଗଣିତ କରାଯାଉଥିଲା । କିନ୍ତୁ ଆଜି କେରଳର କାସରଗୋଡରେ ଥିବା ଶ୍ରୀ ଆନନ୍ଦପଦ୍ମନାଭ ମନ୍ଦିରରେ ଆଖି ବୁଜିଛି ଦିବ୍ୟ ବାବିୟା ।

Leave A Reply

Your email address will not be published.