ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଆଜି ପଡ଼ିବ ଭୋଟ୍

0

ନୂଆଦିଲ୍ଲୀ; କଂଗ୍ରେସ ସଭାପତି ନିର୍ବାଚନ ପାଇଁ ଆଜି ପଡିବ ଭୋଟ। ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ମିଳିବ ଅଣଗାନ୍ଧୀ ଅଧ୍ୟକ୍ଷ । ସକାଳ ୧୦ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ଣ ୪ଟା ଯାଏଁ ଚାଲିବ। ମୈଦାନରେ ଦୁଇ ହାଇପ୍ରୋଫାଇଲ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଏବଂ ଶଶି ଥରୁର ଅଛନ୍ତି। ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ନିର୍ବାଚନ ଜରିଆରେ ସଭାପତି ବାଛିବେ ୯ ହଜାର ପିସିସି ପ୍ରତିନିଧି । ଏଥିପାଇଁ ଦିଲ୍ଲୀ ହେଡକ୍ୱାର୍ଟର ସମେତ ଦେଶର ବିଭିନ୍ନ ରାଜ୍ୟରେ ମୋଟ ୩୬ଟି ମତଦାନ କେନ୍ଦ୍ର ଓ ୬୭ଟି ପୁଲିଂ ବୁଥ୍ ବ୍ୟବସ୍ଥା କରାଯଇଛି।

ସେପଟେ ଅଧ୍ୟକ୍ଷ ପଦ ପାଇଁ ସୋନିଆ ଗାନ୍ଧି ଓ ଝିଅ ପ୍ରିୟଙ୍କା ଗାନ୍ଧି ଦିଲ୍ଲୀରେ ଭୋଟ ଦେବେ। ଭାରତ ଯୋଡୋ ଯାତ୍ରାରେ ଥିବା ରାହୁଲ ଗାନ୍ଧି କର୍ଣ୍ଣାଟକର ସାଙ୍ଗନକଲୁରେ ଭୋଟ୍ ଦେବେ। ତେବେ ପ୍ରଥମ ଥର ପାଇଁ ସିଇଏ ଦ୍ୱାରା ପ୍ରତିନିଧିମାନଙ୍କୁ ଏକ କ୍ୟୁଆର୍-କୋଡ୍ ଯୁକ୍ତ ଆଇଡି କାର୍ଡ ଦିଆଯାଇଛି। ଯେଉଁମାନଙ୍କ ପାଖରେ ଏହି କାର୍ଡ ଅଛି ସେମାନଙ୍କୁ ଭୋଟ ଦେବାର ସୁଯୋଗ ଦିଆଯିବ। ଦଳ ପ୍ରାୟ ୬ କୋଟି ନୂଆ ସଦସ୍ୟଙ୍କ ପଞ୍ଜୀକରଣ କରିଛି। ନିର୍ବାଚନରେ ସ୍ୱଚ୍ଛତା ରକ୍ଷାରେ ଏହା ସାହାଯ୍ୟ କରିବ ବୋଲି କୁହାଯାଉଛି ।

ଆଜି ଭୋଟିଂ ସରିବା ପରେ ବାଲାଟ ବକ୍ସକୁ ସିଲ କରି ଦିଲ୍ଲୀ ସ୍ଥିତି କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟକୁ ଅଣାଯିବ । ଅକ୍ଟୋବର ୧୯ ତାରିଖରେ ନୂଆ ସଭାପତିଙ୍କ ନାଁ ଘୋଷଣା ହେବ। ୨୫ ବର୍ଷ ପରେ ଜଣେ ଅଣଗାନ୍ଧି ନେତା କଂଗ୍ରେସର ମୁଖିଆ ହେବେ। ତେବେ ଜାତୀୟ କଂଗେସର ମଙ୍ଗ କିଏ ଧରିବ ତାକୁ ହିଁ ଅପେକ୍ଷା ।

Leave A Reply

Your email address will not be published.