ପ୍ରମୁଖ ଖବର

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ଗିରଫ ପ୍ରଧାନ ଶିକ୍ଷକ ନିଲମ୍ବିତ
ରାଜ୍ୟରେ ଖୋଲିବ ୮ଟି ନୂଆ ଏଡିଜେ କୋର୍ଟ
ଜିଲ୍ଲାପାଳଙ୍କୁ ରାଜ୍ୟ ସରକାରଙ୍କ ଚିଠି
ସବୁ ରାଜସ୍ୱ କାର୍ଯ୍ୟାଳୟରେ ଲାଗିବ ବାୟୋମେଟ୍ରିକ
ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ପରଲୋକ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ୨ ବର୍ଷ ପାଇଁ ଆଇଏମଡି ମହାନିର୍ଦ୍ଦେଶକ ଭାବରେ ପୁନଃନିଯୁକ୍ତି
ଅପାରଗ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର : ସରକାରଙ୍କ ଚେତାବନୀ
୧୫ ହଜାର ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ ଜୁନିଅର କ୍ଲର୍କ
ମହିଳା ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ହେଲେ ବବିତା ପାତ୍ର

ଟି-୨୦ ବିଶ୍ୱକପ୍ ଭାଷ୍ୟକାର ପ୍ୟାନେଲରେ ୩ ଭାରତୀୟ

0

ଅଷ୍ଟ୍ରେଲିଆ; ଆରମ୍ଭ ହୋଇଛି ଟି-୨୦ ମହାକୁମ୍ଭ । ଆଇସିସି ବିଶ୍ୱକପର ଏହା ୮ମ ସଂସ୍କରଣ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୧୩ ତାରିଖ ଯାଏଁ ଏହି ଟି-ଟ୍ୱେଣ୍ଟି କ୍ରିକେଟ୍ ଚାଲିବ। ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦେଶ ଭାଗ ନେବେ । ଆଜି ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ସକାଳ ସାଢେ ୯ଟାରେ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଶ୍ରୀଲଙ୍କାକୁ ମାତ୍ ଦେଇଛି ନାମ୍ବିଆ ।

ସେପଟେ ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ ପାଇଁ ଘୋଷଣା କରାଯାଇଛି ଭାଷ୍ୟକାର ପ୍ୟାନେଲ । ଏହି ଟି-୨୦ ବିଶ୍ୱକପ ପାଇଁ ୨୯ ଜଣିଆ ଭାଷ୍ୟକାର ତାଲିକା ଘୋଷଣା ହୋଇଥିବା ବେଳେ ଭାରତରୁ ୩ ଜଣଙ୍କୁ ସ୍ଥାନ ମିଳିଛି । ଭାରତର ହର୍ଷ ଭୋଗଲେ, ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କୁ ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ଅବତୀର୍ଣ୍ଣ ହେବେ । ସେହିଭଳି ଏହି ତାଲିକାରେ ସଦ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଇଆନ ମୋର୍ଗାନ, ଡେଲ ଷ୍ଟେନ, ନିଲ ଓ ବ୍ରାଏନଙ୍କୁ ଦେଖିବାକୁ ମିଳିବ ।

ଅନ୍ୟ ଖେଳାଳୀଙ୍କ ମଧ୍ୟରେ ଇଆନ ବିଶପ, ଆଡାମ ଗିଲକ୍ରିଷ୍ଟ, ଇସା ଗୁହା, ରସେଲ ଆର୍ନୋଲଡ, ବାର୍ଥୱେଟ୍, ସାମୁଏଲ ବଦ୍ରି, ମାଇକେଲ କ୍ଲାର୍କ, ସନ ପୋଲକ, ସେନ ୱାଟସନ, ଡାର୍କ ନାନିଜ, ନାସିର ହୁସେନ ରହିଛନ୍ତି । ତେବେ ଏହି ବିଶ୍ୱକପରେ ସବୁଠୁ ଅଧିକ ରୋମାଞ୍ଚ ଭରିବ ଭାରତ-ପାକିସ୍ତାନ ଟକ୍କର । ଆସନ୍ତା ଅକ୍ଟୋବର ୨୩ରେ ମେଲ୍‌ବର୍ଣ୍ଣରେ ଖେଳାଯିବ ଏହି ହାଇଭୋଲଟେଜ ମୁକାବିଲା ।

Leave A Reply

Your email address will not be published.