ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଟି-୨୦ ବିଶ୍ୱକପ୍ ଭାଷ୍ୟକାର ପ୍ୟାନେଲରେ ୩ ଭାରତୀୟ

0

ଅଷ୍ଟ୍ରେଲିଆ; ଆରମ୍ଭ ହୋଇଛି ଟି-୨୦ ମହାକୁମ୍ଭ । ଆଇସିସି ବିଶ୍ୱକପର ଏହା ୮ମ ସଂସ୍କରଣ ହୋଇଥିବା ବେଳେ ଆସନ୍ତା ନଭେମ୍ବର ୧୩ ତାରିଖ ଯାଏଁ ଏହି ଟି-ଟ୍ୱେଣ୍ଟି କ୍ରିକେଟ୍ ଚାଲିବ। ଅଷ୍ଟ୍ରେଲିଆର ୭ଟି ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦେଶ ଭାଗ ନେବେ । ଆଜି ଶ୍ରୀଲଙ୍କା ଏବଂ ନାମ୍ବିଆ ମଧ୍ୟରେ ସକାଳ ସାଢେ ୯ଟାରେ ମ୍ୟାଚ ଆରମ୍ଭ ହୋଇଥିବା ବେଳେ ଶ୍ରୀଲଙ୍କାକୁ ମାତ୍ ଦେଇଛି ନାମ୍ବିଆ ।

ସେପଟେ ଆଇସିସି ପକ୍ଷରୁ ଟି-୨୦ ବିଶ୍ୱକପ ପାଇଁ ଘୋଷଣା କରାଯାଇଛି ଭାଷ୍ୟକାର ପ୍ୟାନେଲ । ଏହି ଟି-୨୦ ବିଶ୍ୱକପ ପାଇଁ ୨୯ ଜଣିଆ ଭାଷ୍ୟକାର ତାଲିକା ଘୋଷଣା ହୋଇଥିବା ବେଳେ ଭାରତରୁ ୩ ଜଣଙ୍କୁ ସ୍ଥାନ ମିଳିଛି । ଭାରତର ହର୍ଷ ଭୋଗଲେ, ସୁନୀଲ ଗାଭାସ୍କର ଓ ରବି ଶାସ୍ତ୍ରୀଙ୍କୁ ଟି-୨୦ ବିଶ୍ୱକପରେ ଭାଷ୍ୟକାର ଭୂମିକାରେ ଅବତୀର୍ଣ୍ଣ ହେବେ । ସେହିଭଳି ଏହି ତାଲିକାରେ ସଦ୍ୟ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଇଆନ ମୋର୍ଗାନ, ଡେଲ ଷ୍ଟେନ, ନିଲ ଓ ବ୍ରାଏନଙ୍କୁ ଦେଖିବାକୁ ମିଳିବ ।

ଅନ୍ୟ ଖେଳାଳୀଙ୍କ ମଧ୍ୟରେ ଇଆନ ବିଶପ, ଆଡାମ ଗିଲକ୍ରିଷ୍ଟ, ଇସା ଗୁହା, ରସେଲ ଆର୍ନୋଲଡ, ବାର୍ଥୱେଟ୍, ସାମୁଏଲ ବଦ୍ରି, ମାଇକେଲ କ୍ଲାର୍କ, ସନ ପୋଲକ, ସେନ ୱାଟସନ, ଡାର୍କ ନାନିଜ, ନାସିର ହୁସେନ ରହିଛନ୍ତି । ତେବେ ଏହି ବିଶ୍ୱକପରେ ସବୁଠୁ ଅଧିକ ରୋମାଞ୍ଚ ଭରିବ ଭାରତ-ପାକିସ୍ତାନ ଟକ୍କର । ଆସନ୍ତା ଅକ୍ଟୋବର ୨୩ରେ ମେଲ୍‌ବର୍ଣ୍ଣରେ ଖେଳାଯିବ ଏହି ହାଇଭୋଲଟେଜ ମୁକାବିଲା ।

Leave A Reply

Your email address will not be published.