ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ବାଣ ଫୁଟାଇବା ଉପରେ କଟକଣା କଲେ ଦିଲ୍ଲୀ ସରକାର

0

ନୂଆଦିଲ୍ଲୀ; ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଛନ୍ତି । ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ ମୂୁତାବକ ଯଦି ଦିଲ୍ଲୀରେ କେହି ବାଣ ଫୁଟାନ୍ତି ତେବେ ତାଙ୍କୁ ୬ ମାସ ଜେଲ ଦଣ୍ଡ ସହ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ରାଶି ଦେବାକୁ ପଡିବ । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

ସୂଚନାନୁସାରେ; ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। ଦୀପାବଳିରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ପୂର୍ବରୁ ହିଁ ଦିଲ୍ଲୀରେ ବାଣ ଫୁଟାଇବା ନେଇ ସରକାର ବ୍ୟାନ୍ ଲଗାଇଛନ୍ତି।

ଏବେ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରି ବାଣ ଫୁଟାଇଲେ ବ୍ୟକ୍ତିଙ୍କୁ ୨୦୦ ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୁହାଯାଇଛି। ଏଥିସହ ଯେଉଁମାନେ ବାଣଗୁଡ଼ିକୁ ଷ୍ଟୋର କରି ରଖିବ କିମ୍ବା ବାଣ ବିକ୍ରିରେ ସାମିଲ ହେବ, ତାଙ୍କ ଉପରେ ବି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ଏବଂ ୩ ବର୍ଷ ଜେଲ ଦଣ୍ଡ ମିଳିବ।

ରାଜଧାନୀରେ ଏହି ନିର୍ଦ୍ଦେଶ କଡାକଡି ପାଳନ ପାଇଁ ସରକାର ପକ୍ଷରୁ ୪୦୮ଟି ଟିମ୍ ଗଠନ କରାଯାଇଛି। ସୂଚନା ଅନୁଯାୟୀ ସେପ୍ଟେମ୍ବର ମାସରେ ଦିଲ୍ଲୀ ସରକାର ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇଥିଲେ। ବିକ୍ରି କରିବାଠାରୁ ଆରମ୍ଭ କରି ଫୁଟାଇବା ଯାଏଁ ପ୍ରତିଟି ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ନିର୍ଦ୍ଦେଶ ଆସନ୍ତା ବର୍ଷ ଜାନୁଆରୀ ୧ ପର୍ଯ୍ୟନ୍ତ ଜାରି ରହିବ।

Leave A Reply

Your email address will not be published.