ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ବାଣ ଫୁଟାଇବା ଉପରେ କଟକଣା କଲେ ଦିଲ୍ଲୀ ସରକାର

0

ନୂଆଦିଲ୍ଲୀ; ଦିଲ୍ଲୀ ସରକାର ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଛନ୍ତି । ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ ମୂୁତାବକ ଯଦି ଦିଲ୍ଲୀରେ କେହି ବାଣ ଫୁଟାନ୍ତି ତେବେ ତାଙ୍କୁ ୬ ମାସ ଜେଲ ଦଣ୍ଡ ସହ ୨୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ରାଶି ଦେବାକୁ ପଡିବ । ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ।

ସୂଚନାନୁସାରେ; ଏଣିକି ରାଜଧାନୀରେ ବାଣ ଫୁଟାଇଲେ ଭୋଗିବାକୁ ପଡିବ ଜେଲ୍ ଦଣ୍ଡ। ଦିଲ୍ଲୀରେ ବାଣ ଫୁଟାଇଲେ ୬ ମାସର ଜେଲ ଦଣ୍ଡ ସାଙ୍ଗକୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। ଦୀପାବଳିରେ ବାୟୁ ଓ ଶବ୍ଦ ପ୍ରଦୂଷଣକୁ ନଜରରେ ରଖି ଦିଲ୍ଲୀ ସରକାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।ପୂର୍ବରୁ ହିଁ ଦିଲ୍ଲୀରେ ବାଣ ଫୁଟାଇବା ନେଇ ସରକାର ବ୍ୟାନ୍ ଲଗାଇଛନ୍ତି।

ଏବେ ଆଉ ଏକ ନୂଆ ନିର୍ଦ୍ଦେଶନାମା ଜାରି କରି ବାଣ ଫୁଟାଇଲେ ବ୍ୟକ୍ତିଙ୍କୁ ୨୦୦ ଟଙ୍କା ଜରିମାନା ସହ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି କୁହାଯାଇଛି। ଏଥିସହ ଯେଉଁମାନେ ବାଣଗୁଡ଼ିକୁ ଷ୍ଟୋର କରି ରଖିବ କିମ୍ବା ବାଣ ବିକ୍ରିରେ ସାମିଲ ହେବ, ତାଙ୍କ ଉପରେ ବି ୫୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ଏବଂ ୩ ବର୍ଷ ଜେଲ ଦଣ୍ଡ ମିଳିବ।

ରାଜଧାନୀରେ ଏହି ନିର୍ଦ୍ଦେଶ କଡାକଡି ପାଳନ ପାଇଁ ସରକାର ପକ୍ଷରୁ ୪୦୮ଟି ଟିମ୍ ଗଠନ କରାଯାଇଛି। ସୂଚନା ଅନୁଯାୟୀ ସେପ୍ଟେମ୍ବର ମାସରେ ଦିଲ୍ଲୀ ସରକାର ବାଣ ଉପରେ ସମ୍ପୂର୍ଣ୍ଣ ବ୍ୟାନ୍ ଲଗାଇଥିଲେ। ବିକ୍ରି କରିବାଠାରୁ ଆରମ୍ଭ କରି ଫୁଟାଇବା ଯାଏଁ ପ୍ରତିଟି ଜିନିଷ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହି ନିର୍ଦ୍ଦେଶ ଆସନ୍ତା ବର୍ଷ ଜାନୁଆରୀ ୧ ପର୍ଯ୍ୟନ୍ତ ଜାରି ରହିବ।

Leave A Reply

Your email address will not be published.