ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ନେପାଳୀ ସନ୍ନ୍ୟାସିନୀ ଛଦ୍ମବେଶୀ ଚୀନା ମହିଳା ଗିରଫ

0

ନୂଆଦିଲ୍ଲୀ: ରାଜଧାନୀରେ ନେପାଳୀ ସନ୍ନ୍ୟାସିନୀ ଚଦ୍ମବେଶ ପକାଇ ବାସ କରୁଥିବା ଜଣେ ଚୀନା ମହିଳାଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଦେଶ-ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭି‌ଯୋଗରେ ଗିରଫ କରିଛି।

ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ପୁଲିସ ଜଣେ ଚାଇନା ମହିଳାଙ୍କୁ ଗିରଫ କରିଛି।  ମହିଳା ଜଣକ ହେଉଛନ୍ତି  କାଇ ରୁଓ ଏବଂ ତାଙ୍କ ଘର ଚାଇନାର  ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା ଜଣକୁ ଦିଲ୍ଲୀ ପୁଲିସ ମଞ୍ଜୁ କା ତିଲାରୁ ଗିରଫ କରିଛି। ମହିଳା ଜଣକ ଏଠାରେ ଜଣେ ବୌଦ୍ଧ ସନ୍ନ୍ୟାସିନୀ ଭାବେ ଡୋଲମା ଲାମା ନାମରେ ନକଲି ପରିଚୟ ଦେଇ ରହୁଥିଲେ। ମହିଳା ସ୍ୱଳ୍ପ ଜଣକ ଚୁଟି ଥିବା ବେଳେ  ପାରମ୍ପରିକ ବୌଦ୍ଧ ବସ୍ତ୍ର ପରିଧାନ କରିଛନ୍ତି। ମହିଳା ଜଣକ  ନିଜକୁ ନେପାଳୀ ବୋଲି ପରିଚୟ ଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସ ନିକଟରେ ତିବତ୍ତୀୟ ଶରଣାର୍ଥୀ କଲୋନୀ ନିକଟରେ ରହୁଥିଲେ।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ସୋମବାର ଦିବା ପ୍ରାୟ ୧ଟା ବେଳେ ଦିଲ୍ଲୀର ମଞ୍ଜୁ କା ତିଲାର ଉକ୍ତ ଚୀନା ମହିଳାଙ୍କୁ ଅଟକ ରଖାଯାଇଥିଲା। ଯାଞ୍ଚ ବେଳେ ତାଙ୍କ ପାଖରୁ ଏକ ନେପାଳୀ ନାଗରିକତ୍ବ ସାର୍ଟିଫିକେଟ୍‌ ମିଳିଥିଲା। ସେଥିରେ ଉଲ୍ଲେଖ ଅଛି ଯେ, ସେ ହେଉଛନ୍ତି ନେପାଳର କାଠମଣ୍ଡୁବାସିନୀ ଦୋଲ୍‌ମା ଲାମା।

‘ଫରେନ୍‌ ରିଜିଓନାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସ୍‌’ (ଏଫ୍‌ଆର୍‌ଆର୍‌ଓ) ସହିତ ଯୋଗାଯୋଗ କରିବା ପରେ ଜଣାପଡ଼ିଲା ଯେ, ଗିରଫ ମହିଳାଜଣକ ଚୀନା ନାଗରିକ ଏବଂ ୨୦୧୯ରେ ସେ ଜଣେ ଚୀନା ବ୍ୟକ୍ତି ଭାବେ ଭାରତକୁ ଆସିଥିଲେ। ’ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ ଆଣ୍ଡ୍‌ ଫରେନ୍‌ ଆକ୍ଟ୍କ୍‌’ ଧାରା ୧୨୦ ବି, ୪୧୯, ୪୨୦, ୪୬୭ ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ଅକ୍ଟୋବର ୧୭ ତାରିଖରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ୧୪ ଦିନ ଲାଗି ଉକ୍ତ ଚୀନା ମହିଳାଙ୍କୁ ପୁଲିସ ହାଜତକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.