ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ନେପାଳୀ ସନ୍ନ୍ୟାସିନୀ ଛଦ୍ମବେଶୀ ଚୀନା ମହିଳା ଗିରଫ

0

ନୂଆଦିଲ୍ଲୀ: ରାଜଧାନୀରେ ନେପାଳୀ ସନ୍ନ୍ୟାସିନୀ ଚଦ୍ମବେଶ ପକାଇ ବାସ କରୁଥିବା ଜଣେ ଚୀନା ମହିଳାଙ୍କୁ ଦିଲ୍ଲୀ ପୁଲିସର ସ୍ପେସାଲ୍‌ ସେଲ୍‌ ଦେଶ-ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବା ଅଭି‌ଯୋଗରେ ଗିରଫ କରିଛି।

ରାଜଧାନୀ ଦିଲ୍ଲୀରେ ନକଲି ପରିଚୟ ଏବଂ ଦେଶ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବା ଅଭିଯୋଗରେ ପୁଲିସ ଜଣେ ଚାଇନା ମହିଳାଙ୍କୁ ଗିରଫ କରିଛି।  ମହିଳା ଜଣକ ହେଉଛନ୍ତି  କାଇ ରୁଓ ଏବଂ ତାଙ୍କ ଘର ଚାଇନାର  ହାଇନାନ ପ୍ରୋଭିନ୍ସରେ ବୋଲି ଜଣାପଡ଼ିଛି। ମହିଳା ଜଣକୁ ଦିଲ୍ଲୀ ପୁଲିସ ମଞ୍ଜୁ କା ତିଲାରୁ ଗିରଫ କରିଛି। ମହିଳା ଜଣକ ଏଠାରେ ଜଣେ ବୌଦ୍ଧ ସନ୍ନ୍ୟାସିନୀ ଭାବେ ଡୋଲମା ଲାମା ନାମରେ ନକଲି ପରିଚୟ ଦେଇ ରହୁଥିଲେ। ମହିଳା ସ୍ୱଳ୍ପ ଜଣକ ଚୁଟି ଥିବା ବେଳେ  ପାରମ୍ପରିକ ବୌଦ୍ଧ ବସ୍ତ୍ର ପରିଧାନ କରିଛନ୍ତି। ମହିଳା ଜଣକ  ନିଜକୁ ନେପାଳୀ ବୋଲି ପରିଚୟ ଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ନର୍ଥ କ୍ୟାମ୍ପସ ନିକଟରେ ତିବତ୍ତୀୟ ଶରଣାର୍ଥୀ କଲୋନୀ ନିକଟରେ ରହୁଥିଲେ।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ସୋମବାର ଦିବା ପ୍ରାୟ ୧ଟା ବେଳେ ଦିଲ୍ଲୀର ମଞ୍ଜୁ କା ତିଲାର ଉକ୍ତ ଚୀନା ମହିଳାଙ୍କୁ ଅଟକ ରଖାଯାଇଥିଲା। ଯାଞ୍ଚ ବେଳେ ତାଙ୍କ ପାଖରୁ ଏକ ନେପାଳୀ ନାଗରିକତ୍ବ ସାର୍ଟିଫିକେଟ୍‌ ମିଳିଥିଲା। ସେଥିରେ ଉଲ୍ଲେଖ ଅଛି ଯେ, ସେ ହେଉଛନ୍ତି ନେପାଳର କାଠମଣ୍ଡୁବାସିନୀ ଦୋଲ୍‌ମା ଲାମା।

‘ଫରେନ୍‌ ରିଜିଓନାଲ୍‌ ରେଜିଷ୍ଟ୍ରେସନ୍‌ ଅଫିସ୍‌’ (ଏଫ୍‌ଆର୍‌ଆର୍‌ଓ) ସହିତ ଯୋଗାଯୋଗ କରିବା ପରେ ଜଣାପଡ଼ିଲା ଯେ, ଗିରଫ ମହିଳାଜଣକ ଚୀନା ନାଗରିକ ଏବଂ ୨୦୧୯ରେ ସେ ଜଣେ ଚୀନା ବ୍ୟକ୍ତି ଭାବେ ଭାରତକୁ ଆସିଥିଲେ। ’ଇଣ୍ଡିଆନ୍‌ ପେନାଲ୍‌ କୋଡ୍‌ ଆଣ୍ଡ୍‌ ଫରେନ୍‌ ଆକ୍ଟ୍କ୍‌’ ଧାରା ୧୨୦ ବି, ୪୧୯, ୪୨୦, ୪୬୭ ଏବଂ ଅନ୍ୟାନ୍ୟ ଧାରା ଅନୁଯାୟୀ ଅକ୍ଟୋବର ୧୭ ତାରିଖରେ ତାଙ୍କ ନାମରେ ମାମଲା ରୁଜୁ କରାଯାଇଛି। ୧୪ ଦିନ ଲାଗି ଉକ୍ତ ଚୀନା ମହିଳାଙ୍କୁ ପୁଲିସ ହାଜତକୁ ପଠାଇ ଦିଆଯାଇଛି।

Leave A Reply

Your email address will not be published.