ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଦିଲ୍ଲୀରେ ପୁଣି ବଢିଲା ପ୍ରଦୂଷଣ

0

ନୂଆଦିଲ୍ଲୀ; ଆଗକୁ ଦୀପାବଳି ଥିବାବେଳେ ରାଜଧାନୀର ଆକାଶ ଧୂଆଁରେ ଢ଼ାଙ୍କି ହୋଇଯାଇଛି। ବାୟୁର ମାନ ଖରାପ ହେବା ଯୋଗୁଁ ପୁଣି ଅସ୍ତବ୍ୟସ୍ତ ହେଲେଣି ଦିଲ୍ଲୀବାସୀ । ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା କଟକଣା ଲାଗୁ କରାଯାଇଛି।

ସୂଚନାନୁସାରେ : ଶନିବାର ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବାୟୁର ଗୁଣବତ୍ତା ୩୦୦ ଉପରେ ଥିଲା । ତେବେ ନୋଏଡାରେ ସ୍ଥିତି ଗୁରୁତର ରହିଛି । ଭାରତୀୟ ପାଣିପାଗ ବିଭାଗ ମୁତାବକ, ଦିଲ୍ଲୀରେ ଶନିବାର ନ୍ୟୁନତମ ତାପମାତ୍ରା ୧୭.୪ ଡିଗ୍ରୀ ରେକର୍ଡ କରାଯାଇଥିଲା, ଯାହା ସାଧାରଣ ତାପମାତ୍ରା ଠାରୁ କମ୍ ଥିଲା। ଏହି କାରଣରୁ ଆଗାମୀ ଦିନରେ ପରିସ୍ଥିତି ଅଧିକ ଗୁରୁତର ହୋଇପାରେ ବୋଲି ଅନୁମାନ କରାଯାଉଛି।

ଏଥିପାଇଁ ପ୍ରଶାସନ ପକ୍ଷରୁ କଡା କଟକଣା ଲାଗୁ କରାଯାଇଛି । ଗ୍ରେଡେଡ୍ ରେସ୍‌ପନ୍ସ ଆକ୍ସନ ପ୍ଲାନ୍ ଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟ ଲାଗୁ କରିଛି । ହୋଟେଲ, ରେଷ୍ଟୁରାଣ୍ଟ ଏବଂ ଖୋଲା ଭୋଜନାଳୟରେ କୋଇଲା ଓ କାଠ ଜାଳିବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅତ୍ୟାବଶ୍ୟକ ସେବା ବ୍ୟତୀତ ଡିଜେଲ ଜେନେରେଟର ବ୍ୟବହାର ମଧ୍ୟ ନିଷେଧ କରାଯାଇଛି ଏବଂ ପାର୍କିଂ ଦେୟ ମଧ୍ୟ ବୃଦ୍ଧି କରାଯିବ ବୋଲି କୁହାଯାଇଛି । ପ୍ରଦୂଷଣ ରୋକିବା ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଥିଲେ ଯେ ଏକ୍ୟୁଆଇ ୦ରୁ ୫୦ ହେଲେ ତାହାକୁ ଉତ୍ତମ କୁହାଯାଏ । ୫୧ରୁ ୧୦୦ ହେଲେ ସନ୍ତୋଷଜନକ, ୧୦୧ରୁ ୨୦୦ ହେଲେ ମଧ୍ୟମ, ୨୦୧ରୁ ୩୦୦ ହେଲେ ଖରାପ, ୩୦୧ରୁ ୪୦୦ ହେଲେ ଅତି ଖରାପ ଓ ୪୦୧ରୁ ୫୦୦ ହେଲେ ଅତି ଗୁରୁତର ବୋଲି ଧରାଯାଏ

Leave A Reply

Your email address will not be published.