ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଦୀପାବଳି ପାଇଁ ଉତ୍ସବମୁଖର ଗାଁ ଠୁ ସହର

0

ଭୁବନେଶ୍ବର; ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଦୀପ ଆଲୋକରେ ସଜେଇ ହେବ ଘର ଠାରୁ ବାହାର । ବିଶ୍ବାସ ରହିଛି ଯେ ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଗଲେ ସେମାନେ ମୁକ୍ତି ଲାଭ କରିଥାନ୍ତି । ପୌରାଣିକ କଥା ଅନୁଯାୟୀ ଖୁସିର ପର୍ବ, ଦୀପାବଳିରେ ଲଙ୍କା ଉପରେ ଭଗବାନ ରାମଙ୍କ ବିଜୟର ଉତ୍ସବକୁ ଆନନ୍ଦରେ ପାଳନ କରାଯାଏ | ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷର ବନବାସ ଶେଷ କରି ମାତା ସୀତା ଏବଂ ଭ୍ରାତା ଲକ୍ଷ୍ମଣଙ୍କ ସହ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଭୁ ରାମ ଅଯୋଧ୍ୟା ଫେରୁଥିବାରୁ ସମଗ୍ର ନଗରୀକୁ ମାଟି ଦୀପରେ ସଜାଇ ଆଲୋକିତ କରିଥିଲେ ଅଯୋଧ୍ୟାବାସୀ । ତେଣୁ ପ୍ରଭୁ ରାମଙ୍କର ପ୍ରତ୍ୟାଗମନକୁ ମନେ ରଖିବା ପାଇଁ ପ୍ରତି ବର୍ଷ ଦୀପାବଳି ପାଳନ କରାଯାଇଥାଏ ।

ଏହି ଉତ୍ସବର ଆଗମନରେ ସାରା ଦେଶ ପ୍ରଫୁଲିତ ହୋଇଥାଏ । ଆଜି ମା’ କାଳୀଙ୍କର ପୂଜା । ତେଣୁ ହିନ୍ଦୁ ରିତିନିତୀରେ ବିଧି ବିଧାନର ସହ ଆଜିର ଦିନକୁ ପାଳନ କରାଯାଇଥାଏ । ୨ବର୍ଷ ଧରି କୋଭିଡ୍ କଟକଣା ଯୋଗୁ ଦୀପାବଳି ପାଳନ ଉପରେ ବ୍ରେକ୍‌ ଲାଗିଥିଲା। ହେଲେ ଏଥର କଟକଣା ଉଠିଯାଇଥିବାରୁ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ନିମନ୍ତେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଲୋକଙ୍କ ଚାହିଦାକୁ ଦେଖି ଏଥର ବଜାରରେ ଭଳିକି ଭଳି ବାଣର ପସରା ମେଲିଛି । ତେବେ ଗ୍ରୀନ କ୍ରାକରକୁ ଅଧିକ ଗୁରୁତ୍ୱ ମିଳୁଛି । ଯେହେତୁ ୧୨୫ ଡେସିବିଲ୍‌ରୁ ଅଧିକ ଶବ୍ଦର ବାଣ ଉପରେ ପ୍ରତିବନ୍ଧକ ଲାଗିଛି ତେଣୁ ଚାଇନା ବମ୍ ଓ ତାଳଫୋଟକା ଭଳି ବାଣ ବଜାରରୁ ଦେଖିବାକୁ ମିଳୁନି ।

Leave A Reply

Your email address will not be published.