ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଦୀପାବଳି ପାଇଁ ଉତ୍ସବମୁଖର ଗାଁ ଠୁ ସହର

0

ଭୁବନେଶ୍ବର; ଆଜି ହେଉଛି ଆଲୋକର ପର୍ବ ଦୀପାବଳି । ଦୀପ ଆଲୋକରେ ସଜେଇ ହେବ ଘର ଠାରୁ ବାହାର । ବିଶ୍ବାସ ରହିଛି ଯେ ଏହି ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଅର୍ପଣ କରାଗଲେ ସେମାନେ ମୁକ୍ତି ଲାଭ କରିଥାନ୍ତି । ପୌରାଣିକ କଥା ଅନୁଯାୟୀ ଖୁସିର ପର୍ବ, ଦୀପାବଳିରେ ଲଙ୍କା ଉପରେ ଭଗବାନ ରାମଙ୍କ ବିଜୟର ଉତ୍ସବକୁ ଆନନ୍ଦରେ ପାଳନ କରାଯାଏ | ତ୍ରେତୟା ଯୁଗରେ ପ୍ରଭୁ ରାମଚନ୍ଦ୍ର ୧୪ ବର୍ଷର ବନବାସ ଶେଷ କରି ମାତା ସୀତା ଏବଂ ଭ୍ରାତା ଲକ୍ଷ୍ମଣଙ୍କ ସହ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ପ୍ରଭୁ ରାମ ଅଯୋଧ୍ୟା ଫେରୁଥିବାରୁ ସମଗ୍ର ନଗରୀକୁ ମାଟି ଦୀପରେ ସଜାଇ ଆଲୋକିତ କରିଥିଲେ ଅଯୋଧ୍ୟାବାସୀ । ତେଣୁ ପ୍ରଭୁ ରାମଙ୍କର ପ୍ରତ୍ୟାଗମନକୁ ମନେ ରଖିବା ପାଇଁ ପ୍ରତି ବର୍ଷ ଦୀପାବଳି ପାଳନ କରାଯାଇଥାଏ ।

ଏହି ଉତ୍ସବର ଆଗମନରେ ସାରା ଦେଶ ପ୍ରଫୁଲିତ ହୋଇଥାଏ । ଆଜି ମା’ କାଳୀଙ୍କର ପୂଜା । ତେଣୁ ହିନ୍ଦୁ ରିତିନିତୀରେ ବିଧି ବିଧାନର ସହ ଆଜିର ଦିନକୁ ପାଳନ କରାଯାଇଥାଏ । ୨ବର୍ଷ ଧରି କୋଭିଡ୍ କଟକଣା ଯୋଗୁ ଦୀପାବଳି ପାଳନ ଉପରେ ବ୍ରେକ୍‌ ଲାଗିଥିଲା। ହେଲେ ଏଥର କଟକଣା ଉଠିଯାଇଥିବାରୁ ଲୋକଙ୍କ ମଧ୍ୟରେ ଦୀପାବଳି ପାଳନ ନିମନ୍ତେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ । ଲୋକଙ୍କ ଚାହିଦାକୁ ଦେଖି ଏଥର ବଜାରରେ ଭଳିକି ଭଳି ବାଣର ପସରା ମେଲିଛି । ତେବେ ଗ୍ରୀନ କ୍ରାକରକୁ ଅଧିକ ଗୁରୁତ୍ୱ ମିଳୁଛି । ଯେହେତୁ ୧୨୫ ଡେସିବିଲ୍‌ରୁ ଅଧିକ ଶବ୍ଦର ବାଣ ଉପରେ ପ୍ରତିବନ୍ଧକ ଲାଗିଛି ତେଣୁ ଚାଇନା ବମ୍ ଓ ତାଳଫୋଟକା ଭଳି ବାଣ ବଜାରରୁ ଦେଖିବାକୁ ମିଳୁନି ।

Leave A Reply

Your email address will not be published.