ପ୍ରମୁଖ ଖବର

ନାମାଙ୍କନର ପରଦିନ ନିର୍ବାଚନରୁ ଓହରିଲେ ଭାଜପା ପ୍ରାର୍ଥୀ ଅଭିଷେକ ସିହ୍ନା
କେଜିରୁ ପିଜି ମାଗଣା ଶିକ୍ଷାକୁ ନେଇ ଦ୍ୱନ୍ଦ୍ୱ ଦୂର କଲେ ମନ୍ତ୍ରୀ, ନାମଲେଖା ଫି ଫେରସ୍ତ ପାଇବେ ଛାତ୍ରଛାତ୍ରୀ
ସୁପ୍ରିମକୋର୍ଟରେ ହଙ୍ଗାମା: ବିଚାରପତିଙ୍କ ଉପରକୁ କାଗଜ ଫିଙ୍ଗିଲେ ଆବେଦନକାରୀ
ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ୍: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଏକାଥରେ ୫ କିସ୍ତି
ପରୀକ୍ଷା ଦାବିରେ ମନ୍ତ୍ରୀଙ୍କ ପାଦତଳେ ପଡ଼ିଲେ ନର୍ସିଂ ଛାତ୍ରଛାତ୍ରୀ
ଏପ୍ରିଲ-ମେ’ରେ ପଞ୍ଚାୟତ ନିର୍ବାଚନ, ଘରକୁ ଘର ବୁଲି ପ୍ରସ୍ତୁତ ହେବ ଭୋଟର ତାଲିକା
ଗୁରୁଗ୍ରାମରେ ଏନକାଉଣ୍ଟର: ୪ ଗ୍ୟାଙ୍ଗଷ୍ଟର ନିହତ, ୩ ପୋଲିସ କର୍ମଚାରୀ ଆହତ
ମହାରାଷ୍ଟ୍ରର ରାୟଗଡ ଜିଲ୍ଲାରେ ବନ୍ୟା ପାଣିରେ ଭାସିଗଲା ୩ ହଜାର ଏଲପିଜି ସିଲିଣ୍ଡର

ତୃତୀୟ ଥର ପାଇଁ କ୍ଷମତା ହାତେଇଲେ ଜିନ୍‌ପିଙ୍ଗ

0

ଚୀନ; ଚୀନ୍‌ରେ ପୁଣି ଆରମ୍ଭ ହେଲା ଜିନ୍‌ପିଙ୍ଗ ଯୁଗ । ବିରୋଧୀଙ୍କୁ ପଛରେ ପକାଇ ଜିନପିଙ୍ଗ ପୁଣି ଥରେ ଚୀନର କ୍ଷମତା ସମ୍ଭାଳିଛନ୍ତି । ତୃତୀୟ ଥର ପାଇଁ ସେ କମ୍ୟୁନିଷ୍ଟ ପାର୍ଟିର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ତେବେ ଆଗାମୀ ୫ ବର୍ଷ ପାଇଁ ସେ ଏହି ଦାୟିତ୍ୱ ତୁଲାଇବେ । ଉଲ୍ଳେଖଯୋଗ୍ୟ, ଚୀନରେ କ୍ଷମତାର ଚାବି କମ୍ୟୁନିଷ୍ଟ ପାର୍ଟି ହାତରେ ରହିଥାଏ । ଏହି ପାର୍ଟି ହିଁ ଚୀନ ସେନାର ନେତୃତ୍ଵ କରିଥାଏ । ରବିବାର ଗ୍ରେଟ ହଲ ଅଫ୍ ଦ ପିପୁଲରେ ହେଉଥିବା ୨୦ ତମ ରାଷ୍ଟ୍ରୀୟ କଂଗ୍ରେସରେ ସେ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ପଦ ଗ୍ରହଣ କରିଛନ୍ତି ।

ଅନ୍ୟପଟେ ଦଳର ପ୍ରତିଷ୍ଠାତା ମାଓ-ସେ-ତୁଙ୍ଗଙ୍କ ପରେ ପ୍ରଥମ ନେତା ଭାବେ ତୃତୀୟ ଥର ଦେଶର ସର୍ବୋଚ୍ଚ ପଦବୀରେ ରହିବେ ଜିନପିଙ୍ଗ । ମାଓ-ସେ-ତୁଙ୍ଗଙ୍କ ପରେ ୬୯ ବର୍ଷିୟ ସି’ ହେଉଛନ୍ତି ସବୁଠୁ କ୍ଷମତାଶୀଳ ନେତା । ୧୦ ବର୍ଷ କାର୍ଯ୍ୟକାଳ ପୂରଣ କରିବା ସହ ଔପଚାରିକ ଅବସର ଗ୍ରହଣ ବୟସ ୬୮ ବର୍ଷ ଅତିକ୍ରାନ୍ତ କରି ସାରିଥିଲେ ସୁଦ୍ଧା ସେ ଦିନକ ପୂର୍ବରୁ ମହାସଭାରେ ଶକ୍ତିଶାଳୀ କେନ୍ଦ୍ରୀୟ କମିଟିକୁ ନିର୍ବାଚିତ ହୋଇଥିଲେ। ଏହାଛଡ଼ା, ଦେଶ ଶାସନ ନିମନ୍ତେ ‘ଷ୍ଟାଣ୍ଡିଙ୍ଗ୍ କମିଟି’ ସଦସ୍ୟ ଚୟନ କରୁଥିବା ୨୫ ସଦସ୍ୟବିଶିଷ୍ଟ ‘ପଲିଟିକାଲ୍ ବ୍ୟୁରୋ’କୁ ମଧ୍ୟ ‘ସେଣ୍ଟ୍ରାଲ୍ କମିଟି’ର ସଦସ୍ୟମାନେ ନିର୍ବାଚିତ କରିଥିଲେ ।

Leave A Reply

Your email address will not be published.