ପ୍ରମୁଖ ଖବର

ଚିକିଟି ନିକଟସ୍ଥ ପିତାତଳି ନିକଟରେ ଓଲଟିଲା ପୋଲିଙ୍ଗ ଅଧିକାରୀଙ୍କ ଗାଡ଼ି
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରୁଛି ପ୍ରଚାର
ପ୍ରଳୟଙ୍କରୀ ବନ୍ୟା: ଆଫଗାନିସ୍ତାନରେ ଗୋଟିଏ ଦିନରେ ୨୦୦ରୁ ଅଧିକ ମୃତ

କାହା ପାଇଁ ଗ୍ରହଣ, କାହା ପାଇଁ ପରାଗ ଶୁଭ? ଜାଣନ୍ତୁ, କଣ କହୁଛନ୍ତି ଜ୍ୟୋତିଷ..

0
  • କାର୍ତ୍ତିକ ଅମାବାସ୍ୟାରେ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ
  • ପୂର୍ବଦିନ ପୟା ଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡାକ
  • କାର୍ତ୍ତିକ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ସମ୍ପୂର୍ଣ୍ଣ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ
  • ଗ୍ରହଣ/ଉପରାଗ ଦିନ ବାର୍ଷିକ ଶ୍ରାଦ୍ଧ ଆମ-ବିଧିରେ କରଣୀୟ

ପୁରୀ; ଚଳିତବର୍ଷ କାର୍ତ୍ତିକ ମାସରେ ଦୁଇଦୁଇଟି ଗ୍ରହଣ/ଉପରାଗ ପଡ଼ୁଛି। ଅକ୍ଟୋବର ୨୫ କାର୍ତ୍ତିକ ଅମାବାସ୍ୟାରେ ପଡ଼ୁଥିବା ସୂର୍ଯ୍ୟୋପରାଗ ଆଂଶିକ ଓ ଗ୍ରସ୍ତାସ୍ତ ହୋଇଥିବା ବେଳେ ନଭେମ୍ବର ୮ କାର୍ତ୍ତିକ ପୂର୍ଣ୍ଣିମାରେ ପଡ଼ୁଥିବା ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଓ ଗ୍ରସ୍ତୋଦୟ। ଗ୍ରସ୍ତୋଦୟ ବା ଗ୍ରସ୍ତାସ୍ତ ଗ୍ରହଣ/ଉପରାଗ ଏବଂ ମାସକ ଭିତରେ ପଡ଼ୁଥିବା ଦୁଇଟି ଗ୍ରହଣ/ଉପରାଗ ସବୁବେଳେ ରାଜ୍ୟ ବା ଦେଶ ପାଇଁ କ୍ଷତିକାରକ ହୋଇଥାନ୍ତି। ତେଣୁ ଏହା ଛଅମାସ ଭିତରେ କିଛି ପ୍ରାକୃତିକ ବିପର୍ଯ୍ୟୟ ବା ବଡ଼ ଅଘଟଣର ସୂଚକ ବୋଲି ମନେହୁଏ।

କାର୍ତ୍ତିକ ଅମାବାସ୍ୟାର ସୂର୍ଯ୍ୟୋପରାଗ:

ଅକ୍ଟୋବର ୨୫ ତାରିଖ ମଙ୍ଗଳବାର କାର୍ତ୍ତିକ ଅମାବାସ୍ୟାରେ ହେଉଥିବା କେତୁଗ୍ରସ୍ତ ଖଣ୍ଡଗ୍ରାସ ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ଓଡ଼ିଶା ଓ ଭାରତ ସମେତ କେନ୍ଦ୍ରୀୟ ଓ ପଶ୍ଚିମ ଏସିଆ, ୟୁରୋପ, ପଶ୍ଚିମ ସାଇବେରିଆ ଏବଂ ଆଫ୍ରିକାର ଉତ୍ତର-ପୂର୍ବାଞ୍ଚଳକୁ ଦୃଶ୍ୟ ହେବ। ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ମତରେ ପୁରୀକୁ ଅପରାହ୍ଣ ୦୪:୫୭:୪୫ରେ ଉପରାଗ ସ୍ପର୍ଶ ହେବ। ସର୍ବାଧିକ ଗ୍ରସ୍ତ ସମୟ ସଂଧ୍ୟା ୦୫:୪୩:୧୬ ଏବଂ ସର୍ବମୋକ୍ଷ ହେବ ସଂଧ୍ୟା ୦୬:୨୫:୩୩ରେ। ପୁରୀକୁ ଘ୫:୧୨:୫୫ରେ ସୂର୍ଯ୍ୟାସ୍ତ ହେଉଥିବାରୁ ସୂର୍ଯ୍ୟାସ୍ତ ପୂର୍ବରୁ ଉପରାଗ ଲାଗି ସାରିଥିବ। ଗ୍ରହଣ ମଧ୍ୟ ଓ ସର୍ବମୋକ୍ଷ ସୂର୍ଯ୍ୟାସ୍ତ ପରେ ହେଉଥିବାରୁ ଦର୍ଶନ କରିହେବ ନାହିଁ। ତେଣୁ ଏହା ଗ୍ରସ୍ତାସ୍ତ ସୂର୍ଯ୍ୟୋପରାଗ ହେତୁ ବୁଧବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଗ୍ରହଣାଶୌଚ ଲାଗିବ। ମଙ୍ଗଳବାର ସୂର୍ଯ୍ୟୋଦୟରୁ ବୁଧବାର ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଅହୋରାତ୍ର ସୂତକ କାଳ।

ସୂର୍ଯ୍ୟୋପରାଗରେ ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ପାକତ୍ୟାଗ କରିବା ବିଧି। ତେଣୁ ପୂର୍ବ ରାତ୍ରିରୁ ପାକତ୍ୟାକ କରଣୀୟ। ସୂତକ କାଳ ମଧ୍ୟରେ ଅନ୍ନଭୋଜନ ଓ ଦେବନୀତି ନିଷେଧ। ବୁଧବାର ସ୍ନାନାନ୍ତେ ଠାକୁରମାନଙ୍କର ମହାସ୍ନାନ ପରେ ପୂଜା ଓ ରୋଷଇବାସ କରାଯାଇପାରିବ। ସେହିପରି ମଙ୍ଗଳବାରର ପ୍ରାତଃପୂଜା ପୂର୍ବରାତ୍ରର ଶେଷ ପ୍ରହରରେ ନିଶାନ୍ତ ୦୪:୫୭:୪୫ ପୂର୍ବରୁ କରାଯିବା ଉଚିତ।

ଦୀପାବଳୀ ଅମାବାସ୍ୟାର ପୟା ଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡକା ୨୪ ତାରିଖ ସୋମବାର ସନ୍ଧ୍ୟାରେ କରାଯିବ। ୨୫ ତାରଖ ସୂର୍ଯ୍ୟୋପରାଗ ଦିନ ବାର୍ଷିକ ପିତୃଶ୍ରାଦ୍ଧ ପଡ଼ିଲେ ସେଦିନ ଫଳମୂଳାଦି ଦ୍ବାରା କେବଳ ଆମଶ୍ରାଦ୍ଧ କରାଯିବ। ଗ୍ରହଣ ଦିନଠାରୁ ସପ୍ତାହବ୍ୟାପୀ ଦୂରଯାତ୍ରା, ଏକଦିନ ବିବାହ ଓ ତିନିଦିନ ବ୍ରତ ନିଷେଧ।
ଗ୍ରହଣ ଦର୍ଶନେ ଶୁଭାଶୁଭ: ମେଷ, ତୁଳା, ବିଛା, ମକର, କୁମ୍ଭ ଓ ମୀନ ରାଶିର ଏବଂ ଆର୍ଦ୍ରା, ଅଶ୍ଳେଷା, ସ୍ବାତୀ, ଜ୍ୟେଷ୍ଠା, ଶତଭିଷା ଓ ରେବତୀ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଗ୍ରହଣ ଦର୍ଶନେ ଅଶୁଭ। ଏତଦ୍ଭିନ୍ନ ରାଶି ଓ ନକ୍ଷତ୍ରଜାତ ବ୍ୟକ୍ତିଙ୍କର ଶୁଭ।

କାର୍ତ୍ତିକ ପୂର୍ଣ୍ଣିମାର ଚନ୍ଦ୍ରଗ୍ରହଣ:

ନଭେମ୍ବର ୮ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣିମାରେ ହେଉଥିବା ରାହୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ଓଡ଼ିଶା ଓ ଭାରତକୁ ଦୃଶ୍ୟ ହେବ। ଗ୍ରହଣ ସ୍ପର୍ଶ: ଦିବା ୦୨:୩୯:୧୪। ଦିନବେଳା ହେତୁ ଏହା ଅଦୃଶ୍ୟ ରହିବ। ପୁରୀକୁ ଚନ୍ଦ୍ରୋଦୟ: ସନ୍ଧ୍ୟା ୦୫:୦୬। ପୁରୀକୁ ସୂର୍ଯ୍ୟାସ୍ତ: ୦୫:୦୯:୧୪। ପୁରୀକୁ ଗ୍ରହଣ ଦୃଶ୍ୟାରମ୍ଭ: ସନ୍ଧ୍ୟା ୦୫:୦୯:୧୩। ପୂର୍ଣ୍ଣଗ୍ରାସ ଶେଷ: ସନ୍ଧ୍ୟା ୦୫:୧୧:୩୯। ଗ୍ରହଣ ସର୍ବମୋକ୍ଷ: ସନ୍ଧ୍ୟା ୦୬:୧୯:୦୭। ପୁରୀକୁ ଗ୍ରହଣ ଦୃଶ୍ୟକାଳ ଅବଧି: ଘ୦୧:୧୩:୦୭ସେ।

ଅନ୍ନଭୋଜନ ଓ ଦେବନୀତି: ଗ୍ରସ୍ତୋଦୟ ହେତୁ ଗ୍ରହଣ ସ୍ପର୍ଶର ୧୨ ଘଣ୍ଟା ପୂର୍ବରୁ ଅର୍ଥାତ୍ ପ୍ରାତଃ ୦୫:୦୯:୧୩ରୁ ପାକତ୍ୟାଗ ସହ ଅନ୍ନଭୋଜନ ଓ ଦେବନୀତି ନିଷେଧ। ତେଣୁ ତା’ ପୂର୍ବରୁ ଦେବନୀତି କରଣୀୟ। କାର୍ତ୍ତିକ ପୂର୍ଣ୍ଣିମାର ଡଙ୍ଗାଭସା କାର୍ଯ୍ୟ ମଧ୍ୟ ପ୍ରାତଃ ୦୫:୦୯:୧୩ ପୂର୍ବରୁ ଶେଷ କରିବା ଉଚିତ। ବାଳକ, ବୃଦ୍ଧ, ରୋଗୀ ଓ ଆତୁରଙ୍କ ନିମନ୍ତେ ନିୟମ ଲଂଘନୀୟ। ୮ ତାରଖ ଗ୍ରହଣ ଦିନ ବାର୍ଷିକ ପିତୃଶ୍ରାଦ୍ଧ ପଡ଼ିଲେ ସେଦିନ ଫଳମୂଳାଦି ଦ୍ବାରା କେବଳ ଆମଶ୍ରାଦ୍ଧ କରାଯିବ। ଗ୍ରହଣ ଦିନଠାରୁ ସପ୍ତାହବ୍ୟାପୀ ଦୂରଯାତ୍ରା, ଏକଦିନ ବିବାହ ଓ ତିନିଦିନ ବ୍ରତ ନିଷେଧ।

ଗ୍ରହଣ ଦର୍ଶନେ ଶୁଭାଶୁଭ: ମେଷ, ବୃଷ, କର୍କଟ, ସିଂହ, କନ୍ୟା, ତୁଳା ରାଶିର ଏବଂ ଦ୍ବିଜା, ମୃଗଶିରା, ପୂର୍ବାଫାଲ୍‌ଗୁନୀ, ଚିତ୍ରା, ପୂର୍ବାଷାଢ଼ା ଓ ଧନିଷ୍ଠା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ପାଇଁ ଗ୍ରହଣ ଦର୍ଶନେ ଅଶୁଭ। ଏତଦ୍ଭିନ୍ନ ବ୍ୟକ୍ତିଙ୍କ ପାଇଁ ଶୁଭ।

ଦୋଳଗୋବିନ୍ଦ ପଣ୍ଡା, ଜ୍ୟୋତିର୍ବିଦ୍ୟା ବାରିଧି,
ଗଣକ, ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା

Leave A Reply

Your email address will not be published.