ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ପୁଣି ଫେରିଲା କରୋନା

0

ଉହାନ : ଚୀନର ଉହାନ ସହରକୁ ଫେରିଲା ମହାମାରୀ କରୋନା। ତେଣୁ ଉହାନର କେତେକ ଅଂଚଳରେ ସଂକ୍ରମଣ ଦେଖାଯିବା ପରେ ପୁଣି ଲକଡାଉନ ଘୋଷଣା କରାଯାଇଛି ।

ଉହାନ ସହରର ହାନୟାନ ଅଂଚଳରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଅକ୍ଟୋବର ୨୬ରୁ ୩୦ ପର୍ଯ୍ୟନ୍ତ ଏହି ଅଂଚଳର ୮ ଲକ୍ଷରୁ ଅଧିକ ଲୋକମାନଙ୍କୁ ଲକଡାଉନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଗୁଆନଝୁ ଜିଲ୍ଲାରେ ବି ଲକଡାଉନ ଘୋଷଣା କରାଯାଇଛି । ଏଠାରେ ୨୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଲକଡାଉନ ସମୟରେ ଲୋକମାନେ ବାହାରକୁ ବାହାରି ପାରିବେ ନାହିଁ ଓ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ସେବା ନଗର ପ୍ରଶାସନ ପକ୍ଷରୁ ଦିଆଯିବ । ସହରର ମୋଟ ୫ଟି ଜିଲ୍ଲାକୁ ହାଇରିସ୍କ ଜୋନ୍ ବୋଲି ଘୋଷଣା କରାଯାଇଛି । ଏସବୁ ଜିଲ୍ଲାରେ ସମସ୍ତଙ୍କ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉହାନର ସରକାରୀ ହସପିଟାଲରେ ଆଉଟପେସେଣ୍ଟ (ବହିର୍ବିଭାଗ)କୁ ସାମୟିକଭାବେ ବନ୍ଦ କରାଯାଇଛି । କ୍ୟାଣ୍ଟିନର ଏକ କର୍ମଚାରୀ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ ତିନିବର୍ଷ ତଳେ ଅର୍ଥାତ ୨୦୧୯ ଶେଷ ବେଳକୁ ଏହି ଉହାନ ନଗରୀରେ ହିଁ ପ୍ରଥମ ଥର ପାଇଁ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା । ମାତ୍ର କିପରି ଏହି ଭୁତାଣୁର ଉତ୍ପତ୍ତି ହେଲା ତାହା ଏବେ ବି ସଂଦେହରେ ରହିଛି । ତେବେ ଏକ ପଶୁ ବଜାରରୁ ହିଁ ଏହା ବ୍ୟାପିଥିବା ବହୁଳଭାବେ ଅନୁମାନ କରାଯାଉଛି । ପରେ ଏହି ସଂକ୍ରମଣ ସମଗ୍ର ବିଶ୍ବରେ ଏକ ମହାମାରୀରେ ପରିଣତ ହୋଇଥିଲା ।

Leave A Reply

Your email address will not be published.