ପ୍ରମୁଖ ଖବର

ପ୍ରଚାର ବେଳେ ପୁରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ସଂଘବଦ୍ଧ ଆକ୍ରମଣ, ମୁଣ୍ଡରେ ଲାଗିଛି ଆଘାତ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

ପୁଣି ଫେରିଲା କରୋନା

0

ଉହାନ : ଚୀନର ଉହାନ ସହରକୁ ଫେରିଲା ମହାମାରୀ କରୋନା। ତେଣୁ ଉହାନର କେତେକ ଅଂଚଳରେ ସଂକ୍ରମଣ ଦେଖାଯିବା ପରେ ପୁଣି ଲକଡାଉନ ଘୋଷଣା କରାଯାଇଛି ।

ଉହାନ ସହରର ହାନୟାନ ଅଂଚଳରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ଅକ୍ଟୋବର ୨୬ରୁ ୩୦ ପର୍ଯ୍ୟନ୍ତ ଏହି ଅଂଚଳର ୮ ଲକ୍ଷରୁ ଅଧିକ ଲୋକମାନଙ୍କୁ ଲକଡାଉନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଗୁଆନଝୁ ଜିଲ୍ଲାରେ ବି ଲକଡାଉନ ଘୋଷଣା କରାଯାଇଛି । ଏଠାରେ ୨୭ଟି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଲକଡାଉନ ସମୟରେ ଲୋକମାନେ ବାହାରକୁ ବାହାରି ପାରିବେ ନାହିଁ ଓ ସମସ୍ତ ପ୍ରକାରର ଅତ୍ୟାବଶ୍ୟକୀୟ ସେବା ନଗର ପ୍ରଶାସନ ପକ୍ଷରୁ ଦିଆଯିବ । ସହରର ମୋଟ ୫ଟି ଜିଲ୍ଲାକୁ ହାଇରିସ୍କ ଜୋନ୍ ବୋଲି ଘୋଷଣା କରାଯାଇଛି । ଏସବୁ ଜିଲ୍ଲାରେ ସମସ୍ତଙ୍କ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉହାନର ସରକାରୀ ହସପିଟାଲରେ ଆଉଟପେସେଣ୍ଟ (ବହିର୍ବିଭାଗ)କୁ ସାମୟିକଭାବେ ବନ୍ଦ କରାଯାଇଛି । କ୍ୟାଣ୍ଟିନର ଏକ କର୍ମଚାରୀ ସଂକ୍ରମିତ ହେବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ ଯେ ତିନିବର୍ଷ ତଳେ ଅର୍ଥାତ ୨୦୧୯ ଶେଷ ବେଳକୁ ଏହି ଉହାନ ନଗରୀରେ ହିଁ ପ୍ରଥମ ଥର ପାଇଁ କରୋନା ଭୁତାଣୁ ଚିହ୍ନଟ ହୋଇଥିଲା । ମାତ୍ର କିପରି ଏହି ଭୁତାଣୁର ଉତ୍ପତ୍ତି ହେଲା ତାହା ଏବେ ବି ସଂଦେହରେ ରହିଛି । ତେବେ ଏକ ପଶୁ ବଜାରରୁ ହିଁ ଏହା ବ୍ୟାପିଥିବା ବହୁଳଭାବେ ଅନୁମାନ କରାଯାଉଛି । ପରେ ଏହି ସଂକ୍ରମଣ ସମଗ୍ର ବିଶ୍ବରେ ଏକ ମହାମାରୀରେ ପରିଣତ ହୋଇଥିଲା ।

Leave A Reply

Your email address will not be published.