ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଦଫା ୩୫୪କୁ ନେଇ ଏମିତି ରାୟ ଦେଲେ କୋର୍ଟ

0

ମୁମ୍ବାଇ; ଯୌନ ଉତ୍ପୀଡନକୁ ନେଇ ମୁମ୍ବାଇ କୋର୍ଟ ଏକ ରାୟ ଦେଇଛନ୍ତି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜଣେ ୨୫ବର୍ଷିୟ ବ୍ୟବସାୟୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ସେହି ବ୍ୟକ୍ତି ଜଣକ ଏକ ନାବାଳିକାକୁ ‘ଆଇଟମ୍’ କହିବା ସହିତ ନାବାଳିକାର କେଶ ଟାଣିଥିଲେ । ଯାହାକୁ ନେଇ ସ୍ୱତନ୍ତ୍ର କୋର୍ଟ ଧାରା ୩୫୪ ଅନୁଯାୟୀ ବ୍ୟକ୍ତିଙ୍କୁ ଦଣ୍ଡିତ କରିଛନ୍ତି ।

ସୁଚନା ଅନୁଯାୟୀ ସ୍ୱତନ୍ତ୍ର ଜଜ୍ ଏସ.ଜେ ଅନସାରୀ କହିଛନ୍ତି ଯେ କୌଣସି ବ୍ୟକ୍ତି ଯୁବତୀଙ୍କୁ ଆଇଟମ୍ ଶବ୍ଦ କହି ସମ୍ବୋଧନ କରିବା ଏକ ଅପରାଧ । ସାଧାରଣତଃ ଏହି ଶବ୍ଦକୁ ଯୁବକମାନେ ଝିଅମାନଙ୍କୁ ଅପମାନଜନକ ଢଙ୍ଗରେ ସମ୍ବୋଧନ କରିବା ପାଇଁ ବ୍ୟବହାର କରିଥାନ୍ତି । ତେବେ ଝିଅମାନଙ୍କୁ ଅବାଞ୍ଛିତ ଆଚରଣରୁ ରକ୍ଷା କରିବା ନିମନ୍ତେ ଏଭଳି ରୋଡ ସାଇଟ ରୋମିଓଙ୍କୁ ଦଣ୍ଡ ଦେବା ଆବଶ୍ୟକ । ଏହି ଅପରାଧ ପାଇଁ ଦୋଷୀଙ୍କ ପାଇଁ କୌଣସି ସହନଶୀଳତା ଦେଖାଇ ଦିଆଯାଇପାରିବ ନାହିଁ ଏବଂ କଠୋର ଦଣ୍ଡ ଦିଆଯିବ ବୋଲି କୋର୍ଟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ; ପୀଡିତା ଜଣକ ଏକ ମାସ ପୂର୍ବରୁ ମୁମ୍ବାଇର ସାକିନାକାକୁ ସିଫ୍ଟ ହୋଇଥିଲେ । ଅଭିଯୁକ୍ତ ଓ ତା ସାଙ୍ଗମାନେ ମିଶି ଯୁବତୀଙ୍କୁ ହଇରାଣ କରୁଥିବାର ଅଭିଯୋଗ କରିଥିଲେ ।ଅଭିଯୁକ୍ତ ଜଣକ ଲଗାତର ପୀଡିତାଙ୍କ ପିଛା କରିବା ସହ ଯୁବତୀଙ୍କୁ ଆଇଟମ୍ କହି ସମ୍ବୋଧନ କରୁଥିଲେ । ଏହାପରେ ଯୁବତୀ ଜଣକ ପୋଲିସରେ ଅଭିଯୋଗ କରିଥିଲେ । ନାବାଳିକା ଜଣକ ସ୍କୁଲରୁ ଫେରୁଥିବା ବେଳେ ଅଭିଯୁକ୍ତ ଜଣକ ନାବାଳିକାର କେଶ ଭିଡିବା ସହିତ ନାବାଳିକାକୁ ‘ଆଇଟମ’ ବୋଲି ସମ୍ବୋଧନ କରିଥିଲେ ।

ସେପଟେ ଅଭିଯୁକ୍ତଙ୍କ ଓକିଲ ଏହି ଘଟଣାକୁ ମିଥ୍ୟା ବୋଲି ଦର୍ଶାଇଥିଲେ । ସେ କହିଥିଲେ ଯେ ପୀଡିତା ଓ ଅଭିଯୁକ୍ତ ପରସ୍ପରକୁ ଜାଣିଛନ୍ତି । କିନ୍ତୁ ପୀଡିତାଙ୍କ ମାତା ପିତା ସେମାନଙ୍କ ସମ୍ପର୍କରେ ଖୁସି ନଥିବାରୁ ଏଭଳି ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ କୋର୍ଟ ଯୁବତୀଙ୍କ ସପକ୍ଷରେ କହିଛନ୍ତି । କୋର୍ଟ କହିଛନ୍ତି ଯୁବତୀଙ୍କ ସହ ଆରୋପୀଙ୍କର କୌଣସି ପରିଚୟ ନାହିଁ । ଅଭିଯୁକ୍ତ ଯାହା ବି କରିଛନ୍ତି ତାହା ସମ୍ପର୍ଣ୍ଣ ଅନୁଚିତ । ଜଜ୍ କହିଛନ୍ତି ଯେ ଦୋଷୀ ଜାଣିଶୁଣି ଏହି ପୀଡିତାଙ୍କ କେଶ ଟାଣିବା ସହିତ ତାଙ୍କୁ ‘ଆଇଟମ’ ବୋଲି କହିଥିଲେ । କୋର୍ଟ ତାଙ୍କୁ ଅଇପିସିର ଧାରା ୩୫୪ ଏବଂ ପୋକ୍ସୋ ଆକ୍ଟ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Leave A Reply

Your email address will not be published.