ପ୍ରମୁଖ ଖବର

ତାମିଲନାଡୁ କ୍ୟାବିନେଟରେ ବିଭାଗ ବଣ୍ଟନ କଲେ ସିଏମ୍ ବିଜୟ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁଣେର ଶିକ୍ଷୟିତ୍ରୀ ଗିରଫ
ମେ’ ୨୨ରେ ମୋଦିଙ୍କୁ ଭେଟିବେ ତାମିଳନାଡୁ ମୁଖ୍ୟମନ୍ତ୍ରୀ ବିଜୟ
ତରଭୁଜ ଖାଇ ପରିବାରର ୫ ଅସୁସ୍ଥ, ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ
ନାବାଳିକା ନିର୍ଯାତନା ମାମଲାରେ ଗିରଫ ହେବେ ବିଜେପି ମନ୍ତ୍ରୀ ସଞ୍ଜୟ ଙ୍କପୁଅ
ରାଜ୍ୟରେ ନାହିଁ ତୈଳ ସଙ୍କଟ : ଆଇଓସିଏଲ୍
ଓସିଏସ୍ ପ୍ରାରମ୍ଭିକ ପରୀକ୍ଷା ଜୁନ୍ ୭ରେ ହେବ

ଦଫା ୩୫୪କୁ ନେଇ ଏମିତି ରାୟ ଦେଲେ କୋର୍ଟ

0

ମୁମ୍ବାଇ; ଯୌନ ଉତ୍ପୀଡନକୁ ନେଇ ମୁମ୍ବାଇ କୋର୍ଟ ଏକ ରାୟ ଦେଇଛନ୍ତି । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଜଣେ ୨୫ବର୍ଷିୟ ବ୍ୟବସାୟୀଙ୍କୁ ଦୋଷୀ ସାବ୍ୟସ୍ତ କରି ଦେଢବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି । ତେବେ ସେହି ବ୍ୟକ୍ତି ଜଣକ ଏକ ନାବାଳିକାକୁ ‘ଆଇଟମ୍’ କହିବା ସହିତ ନାବାଳିକାର କେଶ ଟାଣିଥିଲେ । ଯାହାକୁ ନେଇ ସ୍ୱତନ୍ତ୍ର କୋର୍ଟ ଧାରା ୩୫୪ ଅନୁଯାୟୀ ବ୍ୟକ୍ତିଙ୍କୁ ଦଣ୍ଡିତ କରିଛନ୍ତି ।

ସୁଚନା ଅନୁଯାୟୀ ସ୍ୱତନ୍ତ୍ର ଜଜ୍ ଏସ.ଜେ ଅନସାରୀ କହିଛନ୍ତି ଯେ କୌଣସି ବ୍ୟକ୍ତି ଯୁବତୀଙ୍କୁ ଆଇଟମ୍ ଶବ୍ଦ କହି ସମ୍ବୋଧନ କରିବା ଏକ ଅପରାଧ । ସାଧାରଣତଃ ଏହି ଶବ୍ଦକୁ ଯୁବକମାନେ ଝିଅମାନଙ୍କୁ ଅପମାନଜନକ ଢଙ୍ଗରେ ସମ୍ବୋଧନ କରିବା ପାଇଁ ବ୍ୟବହାର କରିଥାନ୍ତି । ତେବେ ଝିଅମାନଙ୍କୁ ଅବାଞ୍ଛିତ ଆଚରଣରୁ ରକ୍ଷା କରିବା ନିମନ୍ତେ ଏଭଳି ରୋଡ ସାଇଟ ରୋମିଓଙ୍କୁ ଦଣ୍ଡ ଦେବା ଆବଶ୍ୟକ । ଏହି ଅପରାଧ ପାଇଁ ଦୋଷୀଙ୍କ ପାଇଁ କୌଣସି ସହନଶୀଳତା ଦେଖାଇ ଦିଆଯାଇପାରିବ ନାହିଁ ଏବଂ କଠୋର ଦଣ୍ଡ ଦିଆଯିବ ବୋଲି କୋର୍ଟ କହିଛନ୍ତି ।

ଉଲ୍ଲେଖଯୋଗ୍ୟ; ପୀଡିତା ଜଣକ ଏକ ମାସ ପୂର୍ବରୁ ମୁମ୍ବାଇର ସାକିନାକାକୁ ସିଫ୍ଟ ହୋଇଥିଲେ । ଅଭିଯୁକ୍ତ ଓ ତା ସାଙ୍ଗମାନେ ମିଶି ଯୁବତୀଙ୍କୁ ହଇରାଣ କରୁଥିବାର ଅଭିଯୋଗ କରିଥିଲେ ।ଅଭିଯୁକ୍ତ ଜଣକ ଲଗାତର ପୀଡିତାଙ୍କ ପିଛା କରିବା ସହ ଯୁବତୀଙ୍କୁ ଆଇଟମ୍ କହି ସମ୍ବୋଧନ କରୁଥିଲେ । ଏହାପରେ ଯୁବତୀ ଜଣକ ପୋଲିସରେ ଅଭିଯୋଗ କରିଥିଲେ । ନାବାଳିକା ଜଣକ ସ୍କୁଲରୁ ଫେରୁଥିବା ବେଳେ ଅଭିଯୁକ୍ତ ଜଣକ ନାବାଳିକାର କେଶ ଭିଡିବା ସହିତ ନାବାଳିକାକୁ ‘ଆଇଟମ’ ବୋଲି ସମ୍ବୋଧନ କରିଥିଲେ ।

ସେପଟେ ଅଭିଯୁକ୍ତଙ୍କ ଓକିଲ ଏହି ଘଟଣାକୁ ମିଥ୍ୟା ବୋଲି ଦର୍ଶାଇଥିଲେ । ସେ କହିଥିଲେ ଯେ ପୀଡିତା ଓ ଅଭିଯୁକ୍ତ ପରସ୍ପରକୁ ଜାଣିଛନ୍ତି । କିନ୍ତୁ ପୀଡିତାଙ୍କ ମାତା ପିତା ସେମାନଙ୍କ ସମ୍ପର୍କରେ ଖୁସି ନଥିବାରୁ ଏଭଳି ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣାରେ କୋର୍ଟ ଯୁବତୀଙ୍କ ସପକ୍ଷରେ କହିଛନ୍ତି । କୋର୍ଟ କହିଛନ୍ତି ଯୁବତୀଙ୍କ ସହ ଆରୋପୀଙ୍କର କୌଣସି ପରିଚୟ ନାହିଁ । ଅଭିଯୁକ୍ତ ଯାହା ବି କରିଛନ୍ତି ତାହା ସମ୍ପର୍ଣ୍ଣ ଅନୁଚିତ । ଜଜ୍ କହିଛନ୍ତି ଯେ ଦୋଷୀ ଜାଣିଶୁଣି ଏହି ପୀଡିତାଙ୍କ କେଶ ଟାଣିବା ସହିତ ତାଙ୍କୁ ‘ଆଇଟମ’ ବୋଲି କହିଥିଲେ । କୋର୍ଟ ତାଙ୍କୁ ଅଇପିସିର ଧାରା ୩୫୪ ଏବଂ ପୋକ୍ସୋ ଆକ୍ଟ ଆଧାରରେ ଦୋଷୀ ସାବ୍ୟସ୍ତ କରିଛନ୍ତି ।

Leave A Reply

Your email address will not be published.