ପ୍ରମୁଖ ଖବର

ଭୁବନେଶ୍ୱର ସ୍ଥିତ ଲାଇଫ୍ ହୋଟେଲରେ ‘ଗୋ-ହୋମଷ୍ଟେ’ ପୋର୍ଟାଲର ଶୁଭାରମ୍ଭ
ଇଂଲଣ୍ଡକୁ ପରାସ୍ତ କରି ଫାଇନାଲ୍ ରେ ଭାରତ
ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ଗୁରୁବାର ସନ୍ଧ୍ୟାରେ ନୂଆଦିଲ୍ଲୀରେ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି
ରାଜ୍ୟସଭା ଆସନ ପାଇଁ ନାମାଙ୍କନ ଭରିଲେ ସ୍ଵାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ
ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ସୁରେଶ ପୂଜାରୀ

ଆରପାରିରେ ଅଗାଧୁଆ ମଣିଷ, ଗାଧୋଇଲା ପରେ ଚାଲିଗଲା ଜୀବନ

0
  • ୬୭ ବର୍ଷ ପରେ ଗାଧୋଇବା ହେଲା କାଳ
  • ଗାଧୋଇବା ଡର ନେଇଗଲା ଜୀବନ
  • ଚାଲିଗଲେ ବିଶ୍ୱର ସବୁଠୁ ଅପରିଷ୍କାର ବ୍ୟକ୍ତି
  • ୯୪ ବର୍ଷ ବୟସରେ ଆଖି ବୁଜିଲେ ଆମୁ ହାଜି

ଇରାନ; ଇରାନର ଆମୁ ହାଜି ଏମିତି ଜଣେ ବ୍ୟକ୍ତି, ଯିଏକି ୧୦ କିମ୍ବା ୧୫ ଦିନ ଯାଏଁ ନୁହେଁ ବରଂ ୬୭ ବର୍ଷ ଧରି ଗାଧୋଇନଥିଲେ । ତାଙ୍କୁ ଦୁନିଆର ସବୁଠାରୁ ଅପରିଷ୍କାର ବ୍ୟକ୍ତି ବୋଲି କୁହାଯାଏ । କାରଣ ସେ ୬୭ ବର୍ଷ ଧରି ଗାଧୋଇନଥିଲେ । ତାଙ୍କୁ ଦେଖି ଲାଗୁଥିଲା, ଯେପରି ତାଙ୍କର ଅବସ୍ଥା ଅତି ଖରାପ । କିନ୍ତୁ ତାହା ନୁହେଁ । ବାସ୍ତବରେ ଆମୁ ହାଜି ପାଣିକୁ ଡରୁଥିଲେ । ପାଣି ତାଙ୍କ ଭିତରେ ଏମିତି ଏକ ଅଜବ ଭୟ ସୃଷ୍ଟି କରିଥିଲା ଯେ, ସେ ଭାବିଥିଲେ ଯଦି କେବେ ଭୁଲରେ ଗାଧୋଇ ପଡ଼ିବେ, ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯିବ । ଆଉ ଏବେ ତାଙ୍କର ସେହି ଡର ତାଙ୍କୁ ମୃତ୍ୟୁର ଦ୍ବାରଦେଶକୁ ଠେଲିଦେଇଛି ।

ଦକ୍ଷିଣ ଫାର୍ସ ପ୍ରଦେଶର ଡେହାଗ ଗ୍ରାମରେ ତାଙ୍କର ୯୪ ବର୍ଷ ବୟସରେ ମୃତ୍ୟୁ ହୋଇଛି । ଆଉ ତାଙ୍କର ମୃତ୍ୟୁର କାରଣ ଭୟ ବୋଲି କୁହାଯାଉଛି । ବିଚିତ୍ର ଥିଲା ଆମୁ ହାଜିଙ୍କ ଜୀବନ । ଏକ ରିପୋର୍ଟ ମୁତାବକ, ଆମୁ ହାଜି ଅବିବାହିତ ଥିଲେ । ଅସୁସ୍ଥ ତଥା ରୋଗାକ୍ରାନ୍ତ ହୋଇଯିବା ଡରରେ ଗାଧୋଇବାଠୁ ସେ ଦୂରେଇ ରହୁଥିଲେ । କିଛି ମାସ ତଳେ ଗ୍ରାମବାସୀ ତାଙ୍କୁ ଜୋରଜବରଦସ୍ତି ଧରିବା ସହ ଗାଧୋଇବା ପାଇଁ ବାଥରୁମକୁ ନେଇଯାଇଥିଲେ । ସେହି ସମୟରେ ଅନେକ ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା ।

ତେବେ ୬୭ ବର୍ଷରେ ପ୍ରଥମଥର ଗାଧୋଇବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଚାନକ ଖରାପ ହୋଇଯାଇଥିଲା ଏବଂ କିଛି ଦିନ ତଳେ ତାଙ୍କର ମୃତ୍ୟୁ ଘଟିଥିଲା । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମୁ ହାଜି ପଶୁ ମାଂସ ଖାଇବାକୁ ପସନ୍ଦ କରୁଥିଲେ । ଏହାବ୍ୟତୀତ ପଶୁଙ୍କ ଶୁଖିଲା ମଳକୁ ଏକ ପାଇପରେ ଭର୍ତ୍ତି କରି ସିଗାରେଟ୍ ଭଳି ଟାଣୁଥିବା ଦେଖିବାକୁ ମିଳିଛି । ଏହାଛଡ଼ା ଆମୁ ଏକ ସାଥୀରେ ୫ ସିଗାଗେଟ୍‌ ଜାଳି ପିଉଥିଲେ । ଇରାନୀ ମିଡିଆ ଅନୁସାରେ, ୨୦୧୩ରେ ଅମୌ ହାଜୀଙ୍କ ଜୀବନକୁ ନେଇ ‘ଦ ଷ୍ଟ୍ରେଞ୍ଜ୍‌ ଲାଇଫ୍‌ ଅଫ୍‌ ଆମୁ ହାଜି’ ନାମକ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ତିଆରି ହୋଇଥିଲା।

Leave A Reply

Your email address will not be published.