ପ୍ରମୁଖ ଖବର

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଟେଣ୍ଟ, ୩ ମୃତ
ଇବୋଲାକୁ ନେଇ ସତର୍କ ଭାରତ, ସମସ୍ତ ରାଜ୍ୟ ସହ କେନ୍ଦ୍ରର ସମୀକ୍ଷା ବୈଠକ
ଝାରସୁଗୁଡ଼ା ଡିଏଚଏଚରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୩ ଗିରଫ
ପଶ୍ଚିମବଙ୍ଗର ସମସ୍ତ ମଦ୍ରାସାରେ ‘ବନ୍ଦେ ମାତରମ୍’ ଗାନ ବାଧ୍ୟତାମୂଳକ
ପାକିସ୍ତାନରେ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହମଜା ବୁରହାନ ନିହତ
ଝିଅକୁ ହତ୍ୟା କରି ଖଣ୍ଡ ଖଣ୍ଡ କଲା ବାପା, ଟ୍ରେନରେ ଛାଡିଦେଲା ମୃତଦେହ
ପେଟ୍ରୋଲ-ଡିଜେଲ ଦର ବୃଦ୍ଧିର ପ୍ରଭାବ: ମହଙ୍ଗା ହେଲା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ
ରଥଯାତ୍ରା ପାଇଁ ଓଡ଼ିଶା ପୋଲିସର ବ୍ୟାପକ ପ୍ରସ୍ତୁତି, ଡିଜିପିଙ୍କ ଉଚ୍ଚସ୍ତରୀୟ ବୈଠକ

ବରିଷ୍ଠ ଅଫିସରଙ୍କୁ ଗୁରୁଦାୟିତ୍ବ ଧରାଇଲେ ନବୀନ

0
  • ୩୧ରେ ଜିଭିଭି ଶର୍ମା ଓ ମଧୁସୂଦନ ଅବସର ନେବେ
  • କେନ୍ଦ୍ରୀୟ ଡେପୁଟେସନରେ ଯିବେ ସଂଜୀବ ଚୋପ୍ରା
  • ରାଜକୁମାର ରାଜସ୍ବ ପର୍ଷଦ ସଭ୍ୟ, ପ୍ରଦୀପଙ୍କୁ ଏପିସି ଦାୟିତ୍ବ
  • ଦେଓରଂଜନ ଗୃହ ସଚିବ ନିଯୁକ୍ତ, ସତ୍ୟବ୍ରତଙ୍କୁ ଭାଷା ସଂସ୍କୃତି
  • ରୁପାରୋଶନ ଓ ଶାଶ୍ବତ ମିଶ୍ରଙ୍କୁ ବି ଅଧିକ ଦାୟିତ୍ବ ମିଳିଲା

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି। ବରିଷ୍ଠ ଆଇଏଏସ୍ ଅଫିସର ତଥା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର ଅଧିକାରୀ ରାଜ କୁମାର ଶର୍ମାଙ୍କୁ ରାଜସ୍ବ ପରିଷଦର ସଭ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୋପବନ୍ଧୁ ପ୍ରଶାସନିକ ଏକାଡେମିର ମହାନିର୍ଦେଶକ ଥିଲେ। ସେଠାରେ ଥିବା ବରିଷ୍ଠ ଅଫିସର ଜି ଭି ଭି ଶର୍ମା ଆସନ୍ତା ୩୧ ତାରିଖ ଦିନ ଅବସର ନେଉଛନ୍ତି।

ସେହିଭଳି ଉନ୍ନୟନ କମିସନର ପ୍ରଦୀପ କୁମାର ଜେନାଙ୍କୁ ଅତିରିକ୍ତ ଭାବେ କୃଷି ଉତ୍ପାଦନ କମିସନର ଦାୟିତ୍ବ ଦିଆଯାଇଛି। ଅତିରିକ୍ତ ମୁଖ୍ୟ ସଚିବ ସଂଜୀବ ଚୋପ୍ରା କେନ୍ଦ୍ରକୁ ଡେପୁଟେସନରେ ଏହି ପଦବି ଖାଲି ପଡ଼ିବ। ସେହିଭଳି ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ଓଡ଼ିଆ ଭାଷା ଓସଂସ୍କୃତି ବିଭାଗ ଦାୟିତ୍ବ ଅତିରିକ୍ତ ଭାବେ ତୁଲାଇବେ। ଏହି ପଦବିରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ମଧୁସୂଦନ ପାଢୀ ଆସନ୍ତା ୩୧ ତାରିଖ ଦିନ ଅବସର ନେଉଛନ୍ତି।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ପଦବି ଭାବେ ଗୃହ ସଚିବ ଭାବେ ଦେଓରଂଜନ ସିଂହ ଦାୟିତ୍ବ ତୁଲାଇବେ। ସେ ପୂର୍ବଭଳି ଇସ୍ପାତ ଓ ଖଣି ବିଭାଗ ସମେତ ଓଏମ୍‌ସି ଓ ଇଡ଼କଲ୍ ଆଦି ଦାୟିତ୍ବରେ ରହିବେ। ରାଜ୍ୟ ସରକାର ରାଜ୍ୟପାଳଙ୍କ ସଚିବ ଶାଶ୍ବତ ମିଶ୍ରଙ୍କୁ ଅତିରିକ୍ତ ଭାବେ ଏମଏସ୍‌ଏମ୍ଇ ବିଭାଗ ଦାୟିତ୍ବ ଦେଇଛନ୍ତି। ଏହି ଦାୟିତ୍ବ ଶ୍ରୀ ସାହୁଙ୍କ ହାତରେ ଥିଲା। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ରୁପାରୋଶନ ସାହୁଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ଅତିରିକ୍ତ ଦାୟିତ୍ବ ମିଳିଛି। ଉଭୟ ଶ୍ରୀ ମିଶ୍ର ଓ ଶ୍ରୀମତୀ ସାହୁଙ୍କ ହାତରେ ଥିବା ଅନ୍ୟ ଗୁରୁତ୍ବପୂର୍ଣ୍ଣ ପଦବି ପୂର୍ବଭଳି ରହିବ।

Leave A Reply

Your email address will not be published.