ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ପର୍ଥରେ ମୁହାଁମୁହିଁ ହେବେ ଭାରତ ଓ ଦକ୍ଷିଣ ଆଫ୍ରିକା

0

ପର୍ଥ: ଆଜି ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆର ପର୍ଥରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଟିମ୍ ଇଣ୍ଡିଆ । ଅପରାହ୍ନ ୪ଟାରେ ଖେଳାଯିବ ଏହି ମ୍ୟାଚ୍।ମ୍ୟାଚ୍ କୁ ନେଇ କ୍ରିକେଟପ୍ରେମୀମାନଙ୍କ ମନରେ ଉତ୍ସାହ ଦେଖାଦେଇଛି। ଚଳିତ ଟି-୨୦ ବିଶ୍ବକପ୍‌ରେ ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ସେମିଫାଇନାଲ୍‌‌ ଦୌଡ଼ରେ ଆଗରେ ରହିଛି। ଦୁଇଟି ମ୍ୟାଚ ଜିତି ୪ ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଦଳ ।

୧୧ ଜଣଙ୍କ ମଧ୍ୟରେ କେବଳ କେ.ଏଲ୍‌ ରାହୁଲଙ୍କୁ ଛାଡ଼ିଦେଲେ ଅନ୍ୟମାନେ ପ୍ରଭାବୀ ପ୍ରଦର୍ଶନ ଦେଇଚାଲିଛନ୍ତି । ହେଲେ ରାହୁଲ ଦୁଇଟି ମ୍ୟାଚ୍‌ରେ ମାତ୍ର ୧୩ ରନ୍‌ କରିଛନ୍ତି । ତେଣୁ ଆସନ୍ତାକାଲି ଖେଳାଳି ତାଲିକାରେ ପରିବର୍ତ୍ତନ ନେଇ ଆକଳନ କରିଛନ୍ତି କ୍ରୀଡାବିତ୍। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୨ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ମ୍ୟାଚ ବର୍ଷା କାରଣରୁ ବାତିଲ ହୋଇଥିଲା ।

ସୂଚନାଯୋଗ୍ୟ; ପୂର୍ବରୁ ଖେଳାଯାଇଥିବା ବିଶ୍ବକପରେ ଦୁଇ ଦଳ ୫ଥର ମୁହାଁମୁହିଁ ହୋଇଛନ୍ତି । ସେଥିରୁ ଭାରତ ୪ଟିରେ ବିଜୟୀ ହୋଇଛି । ୨୦୧୦. ୨୦୧୨ ଏବଂ ୨୦୧୪ ସଂସ୍କରଣରେ ଭାରତ ଲଗାତର ବିଜୟୀ ହୋଇଛି । ଅନ୍ତର୍ଜାତୀୟ ଟି-୨୦ରେ ମଧ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ପ୍ରଦର୍ଶନ ଭଲ ରହିଛି ।

Leave A Reply

Your email address will not be published.