ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

ଡିସେମ୍ବର ୫ରେ ହେବ ପଦ୍ମପୁର ବିଧାନସଭା ଉପନିର୍ବାଚନ

0

ପଦ୍ମପୁର; ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ଭାରତୀୟ ନିର୍ବାଚନ କମିଶନର । ଡିସେମ୍ବର ୫ତାରିଖରେ ହେବ ମତଦାନ । ଡିସେମ୍ବର ୫ତାରିଖରେ ଭୋଟ ପଡୁଥିବା ବେଳେ ଡିସେମ୍ବର ୮ତାରିଖରେ ହେବ ଭୋଟ ଗଣତି । ଆସନ୍ତା ୧୦ ତାରିଖରେ ବିଦ୍ଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ଏବଂ ନଭେମ୍ବର ୧୦ ତାରିଖରୁ ୧୭ତାରିଖ ଯାଏଁ ଚାଲିବ ନୋମିନେସନ୍ । ୭ଦିନ ଚାଲିବ ନୋମିନେସନ୍ ପ୍ରକ୍ରିୟା । ୧୮ ତାରିଖରେ ନାମାଙ୍କର ପତ୍ର ଯାଞ୍ଚ ହେବ ।

ଆଉ ମାତ୍ର ଗୋଟିଏ ମାସ ରହିଛି ନିର୍ବାଚନ । ପ୍ରତି ରାଜନୈତିକ ଦଳ ପାଇଁ ପ୍ରାର୍ଥୀ ଚୟନ କରିବା ଏବଂ ପ୍ରଚାର ଚ୍ୟାଲେଞ୍ଜ ରହିବ । ତେବେ ପ୍ରାର୍ଥୀ ଚୟନ ପରେ ୨୧ତାରିଖରୁ ୩ ତାରିଖ ଯାଏ ପ୍ରଚାର ଚାଲିବ । ଲୋକଙ୍କ ନିକଟକୁ ଯାଇ ଭୋଟ ହାତେଇବାକୁ ପ୍ରୟାସ କରିବେ ନେତା ମନ୍ତ୍ରୀ ।

Leave A Reply

Your email address will not be published.