ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

କିଏ ହେବ ଧାମନଗରବାସୀଙ୍କ ନେତା?

0

ଭଦ୍ରକ: ଆରମ୍ଭ ହୋଇଗଲାଣି ଧାମନଗର ଉପ ନିର୍ବାଚନର ଭୋଟ୍‌ ଗଣତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରଶାସନିକ ସୂଚନା ଅନୁଯାୟୀ, ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଗଣନା ଆରମ୍ଭ ହୋଇଯାଇଛି। ୮ଟା ବେଳେ ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହୋଇଛି। ଭୋଟ ଗଣତି ପାଇଁ ଜିଲ୍ଲା ସଂସ୍କୃତି ଭବନରେ ୧୪ଟି ଟେବୁଲ କରାଯାଇଛି । ଏହା ବ୍ୟତୀତ ପ୍ରଶାସନ ପକ୍ଷରୁ ଆଉ ଏକ ଟେବୁଲ ରହିଛି । ଯେଉଁଠାରେ ଚୂଡ଼ାନ୍ତ ଫଳାଫଳକୁ ନିରୀକ୍ଷଣ କରାଯାଇ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ହୋଇଛି ।

ମୋଟ ୧୮ଟି ରାଉଣ୍ଡରେ ମତଗଣନା ଶେଷ ହେବ ବୋଲି ବିଭାଗୀୟ ସୂଚନାରୁ ପ୍ରକାଶ ।ପ୍ରତି ରାଉଣ୍ଡ ପରେ ଘୋଷଣା ହେବ ଫଳାଫଳ । ପ୍ରଥମେ ପୋଷ୍ଟାଲ ବାଲଟ ଗଣତି ହୋଇଛି । ପୋଷ୍ଟାଲ ବାଲଟ ଗଣତି ଶେଷ ହେବା ପରେ ଇଭିଏମ ଗଣତି ହେବ ।କାଉଣ୍ଟିଂରେ ପ୍ରତି ଟେବୁଲ ପାଇଁ ଜଣେ ସୁପରଭାଇଜର, ଜଣେ ଆସିଷ୍ଟାଣ୍ଡ ସୁପରଭାଇଜର ଆଉ ଜଣେ ମାଇକ୍ରୋ ଅବଜରଭର ରହିବେ । ଏହାସହ ପ୍ରତି ଟେବୁଲରେ ପ୍ରାର୍ଥୀମାନଙ୍କର ଜଣେ ଲେଖାଏଁ କାଉଣ୍ଟିଙ୍ଗ ଏଜେଣ୍ଟ ମଧ୍ୟ ରହିବେ । ୧୪ଟି ଟେବୁଲ୍ ବ୍ୟତୀତ ରିଟର୍ଣ୍ଣିଂ ଅଫିସରଙ୍କ ପାଇଁ ଏକ ସେଣ୍ଟ୍ରାଲ ଟେବୁଲ ରହିବ । ଧାମନଗର ବ୍ଲକରୁ ଗଣତି ଆରମ୍ଭ ହୋଇ ତିହିଡ଼ି ବ୍ଲକରେ ସରିବ ।ତେବେ କିଏ ହେବ ଧାମନଗରବାସୀଙ୍କ ନେତା ତାହା ଉପରେ ସମସ୍ତଙ୍କ ନଜର।

Leave A Reply

Your email address will not be published.