ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ପେନ୍‌ସନ୍‌ ଯୋଜନାକୁ ନେଇ ସୁପ୍ରିମ୍‌କୋର୍ଟଙ୍କ ବଡ଼ ରାୟ

0

ନୂଆଦିଲ୍ଲୀ; ୨୦୧୪ ମସିହାର କର୍ମଚାରୀଙ୍କ ପେନସନ୍ (ସଂଶୋଧନ) ଯୋଜନା ସଂପର୍କରେ ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍‌ ପେନ୍‌ସନ୍‌ ସ୍କିମ୍‌କୁ ନେଇ ୨୦୧୪ରେ ଯେଉଁ ନୂଆ ନିୟମ ଘୋଷଣା କରାଯାଇଥିଲା, ତାକୁ ରଦ୍ଦ କରିଛନ୍ତି ସୁପ୍ରିମ୍‌କୋର୍ଟ ।

ପ୍ରଧାନ ବିଚାରପତି ୟୁୟୁ ଲଳିତ, ବିଚାରପତି ଅନିରୁଦ୍ଦ ବୋଷ ଓ ବିଚାରପତି ସୁଧାଂଶୁ ଧୁଳିଆଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣୀ କରିଛନ୍ତି ଯେ, ଏଣିକି ୧୫ ହଜାର ଟଙ୍କାରୁ କମ୍‌ ଅର୍ଥାତ୍‌ ଅନ୍ୟୁନ ୬୫୦୦ ଟଙ୍କା ବେତନ ପାଉଥିବା କର୍ମଚାରୀ ବି ପେନ୍‌ସନ୍‌ ସ୍କିମ୍‌ରେ ସାମିଲ ହୋଇପାରିବେ । ତେବେ ଏହି ସ୍କିମ୍‌ରେ ସାମିଲ ହେବା ପାଇଁ ଯେଉଁ କର୍ମଚାରୀମାନେ ବିକଳ୍ପ ବ୍ୟବସ୍ଥା ବ୍ୟବହାର କରିପାରି ନାହାନ୍ତି, ସେମାନଙ୍କୁ ସାମିଲ ହେବା ପାଇଁ ୬ ମାସ ସମୟ ଦେବାକୁ କହିଛନ୍ତି ସୁପ୍ରିମ୍‌କୋର୍ଟ । ସେହି କର୍ମଚାରୀମାନେ ୬ ମାସ ମଧ୍ୟରେ ଆବେଦନ କରିପାରିବେ ।

ସୂଚନା ଅନୁଯାୟୀ ୨୦୧୪ ପୂର୍ବରୁ ୧୫ ହଜାର ଟଙ୍କାରୁ କମ୍‌ ଦରମା ପାଉଥିବା କର୍ମଚାରୀ ବି ପେନ୍‌ସନ୍‌ ସ୍ମିମ୍‌ରେ ସାମିଲ ହେଉଥିଲେ । ଯାହାକୁ ୨୦୧୪ ପରେ ରଦ୍ଦ କରାଯାଇଥିଲା । କିନ୍ତୁ ଏବେ ପୁଣି ସେହି ନିୟମକୁ ବୈଧ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ ।ତେବେ ବେତନ ୧୫ହଜାର ଟଙ୍କାରୁ ଅଧିକ ହେଲେ କର୍ମଚାରୀଙ୍କୁ ଅତିରିକ୍ତ ୧.୧୬ପ୍ରତିଶତ ଯୋଗଦାନ କରିବା ନେଇ ୨୦୧୪ ସଂଶୋଧନ ନିୟମରେ ଯେଉଁ ପ୍ରସ୍ତାବ ରହିଥିଲା ତାକୁ ରଦ୍ଦ କରିଛନ୍ତି ଖଣ୍ଡପୀଠ । ଏହା ଇଚ୍ଛାଧିନ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ୨୦୧୪ସ୍କିମକୁ କେରଳ, ରାଜସ୍ଥାନ ଓ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଥିଲେ । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫଓ ଏବଂ କେନ୍ଦ୍ର ସରକାର ଏହାକୁ ନେଇ ସୁପ୍ରମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

Leave A Reply

Your email address will not be published.