ପ୍ରମୁଖ ଖବର

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: କାକଟପୁରରୁ ପ୍ରାର୍ଥୀ ହେଲେ ବିଶ୍ବଭୂଷଣ ଦାସ, ବିଜେପିରୁ ଟିକେଟ ନମିଳିବାରୁ କଂଗ୍ରେସରେ ସାମିଲ ହୋଇଥିଲେ
ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ
ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଭସାଣି ବେଳେ ଦୁର୍ଘଟଣା: ୩୦ରୁ ଅଧିକ ଆହତ, ୪ ଗୁରୁତର

0

କେନ୍ଦ୍ରାପଡା; କାର୍ତ୍ତିକେଶ୍ୱର ଭସାଣି ଚାଲିଥିବାବେଳେ ବାଣ ଫୁଟି ୩୦ରୁ ଅଧିକ ବ୍ୟକ୍ତି ଆହତ ହେବା ସହ ୪ ଜଣ ଗୁରୁତର ଅଛନ୍ତି। ଏହି ଅଘଟଣ ଘଟିଛି କେନ୍ଦ୍ରାପଡ଼ା ଟାଉନ୍ ବାଲିଆ ବଜାରରେ। ଏକାଧିକଙ୍କ ଅବସ୍ଥା ସଂକଟାପର୍ଣ୍ଣ ଥିବା ସୂଚନା ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଗୋଟିଏ ବାଣର ବିସ୍ଫୋରଣ ପରେ ନିଆଁ ଯାଇ ଷ୍ଟକ୍ ରଖିଥିବା ବାଣ ଉପରେ ପଡ଼ିଥିଲା। ତା’ପରେ ସମସ୍ତ ବାଣ ଏକାବେଳେ ଫୁଟିବାରୁ ପ୍ରଚଣ୍ଡ ଶବ୍ଦ କରିଥିଲା। ଏହା ଚାରିଆଡ଼କୁ ଛିଟିକିବାରେ ଲାଗିଥିଲା। ଫଳରେ ଭସାଣରେ ଡିଜେ ବଜାଇ ନାଚୁଥିବା, ବାଣ ଦେଖୁଥିବା ଓ ଆଖପାଖରେ ଦୋକାନ କରିଥିବା ଲୋକଙ୍କ ଉପରେ ବାଣ ନିଆଁ ପଡ଼ିଥିଲା। ଏଥିରେ ୩୦ରୁ ଧିକ ଲୋକ ଆହତ ହୋଇଥିଲେ।

ଆହତଙ୍କ ଭିତରୁ ୩ଜଣ ଶିଶୁ ଥିବା ବେଳେ ୪ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।ଗତ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହି ଅଘଟଣ ଘଟିଛି। ତେଣୁ ଆମ୍ବୁଲାନ୍ସରେ ଅଧିକାଂଶ ଆହତଙ୍କୁ କଟକ ପଠାଇବାକୁ ପଦକ୍ଷେପ ନିଆଯାଉଥିବା ଜଣାପଡ଼ିଛି। ସେପଟେ ଅଘଟଣ ପରେ କେନ୍ଦ୍ରାପଡ଼ା ମେଡିକାଲରେ ପ୍ରବଳ ଗହଳି ଦେଖିବାକୁ ମିଳିଛି।

Leave A Reply

Your email address will not be published.