ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

ତାଇଓ୍ବାନ ବିରୋଧରେ ଯୁଦ୍ଧମୁହାଁ ଚୀନ

0

ଚୀନ; ଆଗକୁ ହୋଇପାରେ ଚୀନ-ତାଇଓ୍ବାନ ଯୁଦ୍ଧ । କାରଣ ବଢିବାରେ ଲାଗିଛି ଚୀନ-ତାଇଓ୍ବାନ ବିବାଦ । ପୁଣି ତାଇଓ୍ବାନ ସୀମାରେ ପ୍ରବେଶ କରିଛି ଚୀନର ୯ଟି ଜେଟ । ଏଥିସହିତ ସୀମାରେ ୪ଟି ଯୁଦ୍ଧଜାହାଜ ସହ ପାଟ୍ରୋଲ ଏୟାରକ୍ରାଫ୍ଟ ଓ ଭୂପୃଷ୍ଠରୁ ନିକ୍ଷେପ ହୋଇପାରୁଥିବା ମିସାଇଲ ମୁତୟନ ହୋଇଛି । ଚୀନର ବିମାନଗୁଡିକ ତାଇଓ୍ବାନ ଷ୍ଟ୍ରେଟର ମଧ୍ଯମା ଲାଇନକୁ ଅତିକ୍ରମ କରିଥିବା ସୂଚନା ମିଳିଛି । ରବିବାର ଚୀନର ୮ଟି ଯୁଦ୍ଧବିମାନ ଓ ୪ଟି ନୌଜାହାଜ ମୁତୟନ ହେବା ପରେ ସୋମବାର ପୁଣି ଥରେ ଓ୍ବାର ଫୁଟେଜରେ ରହି ଯୁଦ୍ଧାସ୍ତ୍ର ମୁତୟନ କରିଛି ।

ସେପଟେ ଚୀନର ସମ୍ଭାବ୍ୟ ଆକ୍ରମଣକୁ ଆଶଙ୍କା କରି ତାଇଓ୍ବାନ ଆର୍ମି ସତର୍କ ହୋଇଛି ଏବଂ ଯୁଦ୍ଧ ବିମାନକୁ ଆଲର୍ଟରେ ରଖିଛି । ତାଇଓ୍ବାନ ପ୍ରତିରକ୍ଷା ମନ୍ତ୍ରାଳୟ କହିଛି ଏୟାରପାଟ୍ରୋଲ ଉପରେ ବର୍ତ୍ତମାନ ଗୁରୁତ୍ବ ଦିଆଯାଉଛି ଏବଂ ଚୀନର ମିସାଇଲ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି । ଗତ ନଭେମ୍ବର ୬ ତାରିଖରେ ତାଇଓ୍ବାନ ସୀମା ଭିତରେ ଚୀନର ୪୬ଟି ଯୁଦ୍ଧବିମାନ ଓ ୪ଟି ନୌଜାହଜ ସମରାଭ୍ୟାସ ପ୍ରଦର୍ଶନ କରିଥିଲେ ।

Leave A Reply

Your email address will not be published.