ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ

0

ନୂଆଦିଲ୍ଲୀ; ୫ ଦିନ ହେବ ଜଳୁଛି ମାର୍କେଟ୍ କମ୍ପ୍ଲେକ୍ସ । ଦିଲ୍ଲୀ ଚାନ୍ଦନୀଚୌକ ଭାଗିରଥି ପ୍ୟାଲେସ ବଜାରରେ ଲାଗିଥିବା ନିଆଁ ଲିଭାଇବା ପାଇଁ ୧୫୦ଟି ଦମକଳ ଗାଡି ମୁତୟନ କରାଯାଇଥିଲେ ବି ଏଯାଏଁ ସମ୍ପୂର୍ଣ୍ଣ ଆୟତ ହୋଇପାରିନାହିଁ । ଯାହା ଅଗ୍ନିଶମ ବିଭାଗର ଚିନ୍ତାର କାରଣ ପାଲଟିଛି। ବ୍ୟବସାୟୀଙ୍କ ସଂସ୍ଥା କନଫେଡେରେସନ୍ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର୍ସ କେନ୍ଦ୍ର, ଦିଲ୍ଲୀ ସରକାର ଏବଂ ବୀମା କମ୍ପାନୀଗୁଡ଼ିକୁ ଭାଗିରଥ ପ୍ୟାଲେସ୍ ବଜାରର ପ୍ରଭାବିତ ବ୍ୟବସାୟୀମାନଙ୍କ ପାଇଁ ଥଇଥାନ କାର୍ଯ୍ୟ ଆରମ୍ଭ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛି । ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ପାଖାପାଖି ୨୫୦ରୁ ଅଧିକ ଦୋକାନ ପୋଡି ପାଉଁଶ ହୋଇଯାଇଛି।

ସୂଚନା ମୁତାବକ, ନଭେମ୍ବର ୨୪ ରାତିରେ ଚାନ୍ଦନୀଚୌକ ଭାଗିରଥୀ କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ ଘଟିଥିଲା। ତେବେ ୨୫ ତାରିଖ ସକାଳ ସୁଦ୍ଧା ନିଆଁକୁ ଆୟତ କରାଯାଇଥିଲା। କିନ୍ତୁ ପୁଣି ଥରେ କିଛି ଦୋକାନରେ ନିଆଁ ଜଳୁଥିବା ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟାରେ ଇଲେକ୍ଟ୍ରିକ୍ ଓ ପ୍ଳାଷ୍ଟିକ୍ ଉପକରଣ ଥିବାରୁ ନିଆଁକୁ ସହଜରେ ଲିଭା ଯାଇପାରୁନାହିଁ ବୋଲି କୁହାଯାଉଛି।

Leave A Reply

Your email address will not be published.