ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

ଡିସେମ୍ବର ପହିଲାରୁ ଲଞ୍ଚ ହେବ ଡିଜିଟାଲ ମୁଦ୍ରା

0

ନୂଆଦିଲ୍ଲୀ; ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ ଘୋଷଣା । ଡିସେମ୍ବର ପହିଲାରୁ ଖୁଚୁରା ବଜାରରେ ଲଞ୍ଚ କରାଯିବ ଡିଜିଟାଲ ମୁଦ୍ରା ।ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଡିଜିଟାଲ ମୁଦ୍ରାକୁ ‘ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି’ ବୋଲି ନାମକରଣ କରାଯାଇଛି । ଡିସେମ୍ବର ପହିଲାରୁ ଏହାର ପ୍ରଚଳନ ଦେଶର କିଛି ନିର୍ବାଚିତ ସ୍ଥାନରେ କରାଯିବ ।

ଏହି କ୍ରମରେ ଡିଜିଟାଲ ମୁଦ୍ରାର ନିର୍ମାଣ, ବଣ୍ଟନ ଓ ଖୁଚୁରା କାରବାରରେ ପରୀକ୍ଷା କରାଯିବ । ଏହି ଡିଜିଟାଲ ମୁଦ୍ରା ଡିଜିଟାଲ ଟୋକନ ଭଳି କାମ କରିବ । ଭାରତୀୟ ରିଜର୍ଭବ୍ୟାଙ୍କ ଦ୍ୱାରା ଜାରି କରାଯିବାକୁ ଥିବା ଏହି ଡିଜିଟାଲ ମୁଦ୍ରା ଏବେ ପ୍ରଚଳିତ ଟଙ୍କାର ସ୍ୱରୂପ ହେବ । ଏହି ମୁଦ୍ରା ନୋଟ୍ ଭଳି ସମ୍ପୂର୍ଣ୍ଣ ବୈଦ୍ଧ ଓ ମାନ୍ୟତାପ୍ରାପ୍ତ ହେବ । ଏହାକୁ ଆପଣ ଦେଣନେଣରେ ବ୍ୟବହାର କରିପାରିବେ ।

ଏହି ଡିଜିଟାଲ ମୁଦ୍ରାର ବଣ୍ଟନ ବ୍ୟାଙ୍କ ମାଧ୍ୟମରେ କରାଯିବ । ଏହାକୁ ଡିଜିଟାଲ ୱାଲେଟ ମାଧ୍ୟମରେ ବ୍ୟକ୍ତିରୁ ବ୍ୟକ୍ତି ବା ବ୍ୟକ୍ତିରୁ ବ୍ୟବସାୟୀଙ୍କ ମଧ୍ୟରେ କାରବାର କରାଯାଇପାରିବ । ଏହା ପୂର୍ବରୁ ନଭେମ୍ବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ହୋଲସେଲ କାରବାର ପାଇଁ ଡିଜିଟାଲ ମୁଦ୍ରା ଲଂଚ କରିସାରିଛି । ଏହି ପାଇଲଟ ପ୍ରୋଜେକ୍ଟରେ ଭାଗ ନେବାକୁ ୮ ଟି ବ୍ୟାଙ୍କକୁ ଚିହ୍ନଟ କରାଯାଇଛି ।

Leave A Reply

Your email address will not be published.