ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଆରପାରିରେ ବର୍ଷିଆନ୍ ଅଭିନେତ୍ରୀ ଝରଣା ଦାସ

0

କଟକ: ବିଶିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ ଘଟିଛି। କଟକ ଚଣ୍ଡି ରୋଡ୍ ସ୍ଥିତ ବାସଭବନରେ ଗତକାଲି ବିଳମ୍ବିତ ରାତିରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।  ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଝରଣା କିଛି ଦିନ ହେବ ଅସୁସ୍ଥ ଥିଲେ। ଗତକାଲି ବିଳମ୍ବିତ ରାତିରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା।

୧୯୪୫ରେ ଜନ୍ମଗ୍ରହଣ କରିଥିବା ଝରଣା ଓଡ଼ିଆ ସିନେମା ଜଗତରେ ସୃଷ୍ଟି କରିଥିଲେ ଏକ ସ୍ବତନ୍ତ୍ର ସ୍ଥାନ।ସେ ଏକ ଖ୍ରୀଷ୍ଟିଆନ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ଓଡ଼ିଶାର ଶାସ୍ତ୍ରୀୟ ନୃତ୍ୟର ଜଣେ ଜଣାଶୁଣା ପ୍ରଶିକ୍ଷକ ଗୁରୁ କେଲୁଚରଣ ମହାପାତ୍ରଙ୍କ ଠାରୁ ନୃତ୍ୟ ଅଧ୍ୟୟନ କରିଛନ୍ତି। ଏନେଇ ତାଙ୍କୁ ୨୦୧୬ରେ ଗୁରୁ କେଳୁଚରଣ ମହାପାତ୍ର ପାଇଛନ୍ତି। ସେ ପୁରସ୍କାର ପାଇବା ପୂର୍ବରୁ ରେଡିଓ ତଥା ଆକାଶବାଣୀରେ ମଧ୍ୟ ନିଜର କଳାର ନିଦର୍ଶନ ଦେଖାଇଛନ୍ତି।

୬୦ ଦଶକରେ ଝରଣା ଅତ୍ୟନ୍ତପ୍ରଭାବଶାଳୀ ଅଭିନେତ୍ରୀ ଥିଲେ। ତାଙ୍କୁ ଦେଖିବା ପାଇଁ ଅନେକ ଦର୍ଶକଙ୍କ ଭିଡ଼ ଜମୁଥିଲା। ଏବଂ ଶ୍ରୀ ଜଗନ୍ନାଥ, ନାରୀ, ପୂଜାଫୁଲ ଏବଂ ହିରା ନୀଲା ଭି ସିନେମାରେ ତାଙ୍କର ଅଭିନୟ ତାଙ୍କୁ ବେଶ୍‌ ଲୋକପ୍ରୀୟ କରିିଥିଲା। ଶିଶୁ କଳାକାର ସମୟରୁ ଆରମ୍ଭ ହୋଇଥିଲା ତାଙ୍କ ଅଭିନୟର ଯାତ୍ରା। ଅମଡ଼ା ବାଟ, ଅଭିନେତ୍ରୀ ଏବଂ ମଲାଜହ୍ନ ପରି ମେଲୋଡ୍ରାମାରେ ଅଭିନୟ କରିଥିଲେ ଝରଣା। ଝରଣା ଦାସଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି ଏବଂ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସଂପର୍ଣ୍ଣ ନେଇ ଘେଷେଣା କରିଛନ୍ତି।

Leave A Reply

Your email address will not be published.