ପ୍ରମୁଖ ଖବର

ଅକ୍ଟୋବର-ଡିସେମ୍ବରରେ ବଢ଼ିପାରେ ରେପୋ ରେଟ୍‌, ମହଙ୍ଗା ତେଲ ନେଇ ଚିନ୍ତା
ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି, ବିଶ୍ୱ ମଞ୍ଚରେ ଓଡ଼ିଶାର ସ୍ୱାଦ
ନୂଆଦିଲ୍ଲୀରେ ବିଶ୍ୱ ନେତାଙ୍କ ସମାଗମ, ଆରମ୍ଭ ହେଲା ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ
ଦିଲ୍ଲୀର ନିର୍ମାଣ ଶ୍ରମିକଙ୍କୁ ମିଳିବ ମାଗଣା ଚିକିତ୍ସା, ସ୍ୱାସ୍ଥ୍ୟ ଯୋଜନାକୁ ଉପରାଜ୍ୟପାଳଙ୍କ ମଞ୍ଜୁରି
ଦିଲ୍ଲୀର ନେତା-ଅଧିକାରୀଙ୍କ ସମ୍ପତ୍ତି ସାର୍ବଜନୀନ କରାଯାଉ: କିରଣ ବେଦୀ

ରହସ୍ୟରେ ମା’ ତାରାତାରିଣୀଙ୍କ ଚଣା ଭୋଗ

0

ଗଞ୍ଜାମ; ୫୧ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ଅଟେ ଓଡିଶାର ଗଞ୍ଜାମ ଜିଲ୍ଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଶକ୍ତିପୀଠ । ଏଠାରେ ମା ପାର୍ବତୀଙ୍କର ସ୍ତନ ପଡିଥିବାରୁ ଏହା ଦେଶର ୪ ଆଦିଶକ୍ତି ପୀଠ ଓ ତନ୍ତ୍ର ପୀଠ ମଧ୍ୟରୁ ଅନ୍ୟତମ । ଏହି ଶକ୍ତିପୀଠରେ ତାରା ଓ ତାରିଣୀ ରୂପରେ ଦୁଇ ଭଉଣୀ ପୂଜା ପାଉଛନ୍ତି ।

କିମ୍ବଦନ୍ତୀ ଅନୁଯାୟୀ, ଗଞ୍ଜାମର ଆଠଗଡ଼ ଅନ୍ତର୍ଗତ ବୀର ଜଗନ୍ନାଥ ଶାସନରେ କୁମାରୀ ନାମକ ଗାଁରେ ଏକ ମଧ୍ୟବିତ୍ତ ପରିବାରରେ ବସୁ ପ୍ରହରାଜ ନାମରେ ଏକ ମହାଜ୍ଞାନୀ ଓ ତାନ୍ତ୍ରିକ ଥିଲେ । ସେ ନିଃସନ୍ତାନ ଥିଲେ । ତେଣୁ ସେ ଦୁଇଟି କନ୍ୟା ସନ୍ତାନ ଆଣି ଲାଳନ ପାଳନ କରିଥିଲେ । ସେହି ଦୁଇ ରୂପସୀ କନ୍ୟାଙ୍କ ଲାଳନ ପାଳନରେ ବସୁ ପ୍ରହରାଜ କୌଣସି ଅବହେଳା କରି ନଥିଲେ । ଦିନେ ସେ ଦୁଇଝିଅ ହଠାତ୍‌ ସମସ୍ତଙ୍କ ଅଜ୍ଞାତସାରରେ ଗୃହତ୍ୟାଗ କଲେ, ବାଟରେ କୌଣସି କାଚରାଠାରୁ ଚୁଡ଼ି ପିନ୍ଧିଥିଲେ ଏବଂ ବସୁ ପ୍ରହରାଜଠାରୁ ପ୍ରାପ୍ୟ ନେଇଯିବା ପାଇଁ କହିଥିଲେ । ପ୍ରହରାଜ ବହୁତ ଖୋଜା ଖୋଜି କଲେ ମଧ୍ୟ ନିରାଶ ହେବାକୁ ପଡ଼ିଲା ।

କିଛିଦିନ ଉତ୍ତାରୁ ସ୍ୱପ୍ନରେ ଦେବୀଦ୍ୱୟ ଦର୍ଶନ ଦେଇ ସବୁକିଛି ବର୍ଣ୍ଣନା କଲେ । ପ୍ରହରାଜଙ୍କୁ ସ୍ୱପ୍ନାଦେଶ ହେଲା ଯେ ସେ ଦୁଇଭଉଣୀଙ୍କର ପୂର୍ଣ୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି । ସେଦିନ ବସୁ ପ୍ରହରାଜ ଏକୁଟିଆ ତାରାତାରିଣୀ ପର୍ବତ ଉପରେ ପହଞ୍ଚିଲେ । ସେଠାରେ ଦେଖିଲେ ସ୍ଥନାକୃତି ଦୁଇଟି ଶିଳା ପୂର୍ଣ୍ଣଗିରି ପର୍ବତ ଉପରେ ଅବସ୍ଥାନ କରୁଛନ୍ତି । ବସୁ ପ୍ରହରାଜ ମାଆଙ୍କ ମହିମା ଜାଣିବା ପରେ ଦୁଇଟି ବିଗ୍ରହ ପ୍ରତିଷ୍ଠା କରି ତନ୍ତ୍ର ସାଧନାଦ୍ୱାରା ସେଥିରେ ପ୍ରାଣ ପ୍ରତିଷ୍ଠା କଲେ । ଏହାପରେ ବିଶିଷ୍ଟ କାରିଗରଙ୍କୁ ଡକାଇ ବିଧି ଅନୁସାରେ ଅକ୍ଷୟତୃତୀୟା ଦିନ ମନ୍ଦିର ନିର୍ମାଣ ପାଇଁ ଶୁଭାରମ୍ଭ କରିଥିଲେ । ସେ ଦୁଇ ମୂର୍ତ୍ତି ଅଧୁନା ତାରା ଓ ତାରିଣୀ ନାମରେ ବିଖ୍ୟାତ ।

ଅନ୍ୟପଟେ ମାନସିକ ପୁର୍ଣ୍ଣ କରୁଥିବା ଏହି ପୀଠର ମହିମା ଯୋଗୁଁ ଏହା ବେଶ ପ୍ରସିଦ୍ଧି ଲାଭ କରିଛି । ଭାରତରେ ଥିବା ସବୁ ପ୍ରସିଦ୍ଧ ଶକ୍ତିପୀଠ ମଧ୍ୟରେ ମା’ତାରାତାରିଣୀଙ୍କ ପୀଠର ସ୍ୱାତନ୍ତ୍ର୍ୟତା ରହିଛି । ବିଶ୍ୱାସ ରହିଛି ମା’ଙ୍କ ପାଖରେ ଯିଏ ସୁଦ୍ଧ ଚିତରେ ଯାହା ମାନସିକ କରେ ତାହା ପୂରଣ ହୋଇଥାଏ । ତେଣୁ ଦୂର ଦୂରାନ୍ତରୁ ଅନେକ ଲୋକ ଏଠାକୁ ମା’ଙ୍କ ଆଶିଷ ପାଇବା ପାଇଁ ଧାଇଁ ଆସନ୍ତି ।

ତେବେ ବିଶେଷ କରି ମୁକ ବଧିରଙ୍କ ପାଇଁ ଲାଗି ହେଉଥିବା ଚଣା ଭୋଗ ପ୍ରସିଦ୍ଧ । କାହିଁ କେତେ ଦୂରରୁ ମୁକ ବଧୀର ମାନେ ମା’ଙ୍କୁ ଚଣା ଭୋଗ ଲାଗି କରି ପାହାଚରେ ଫିଙ୍ଗିଥାନ୍ତି । ଏପରି କରିବା ଦ୍ୱାରା ରୋଗୀ ମୁକ ଓ ବଧିର ଆଦି ଯନ୍ତ୍ରଣାରୁ ମୁକ୍ତ ହୋଇଥାଆନ୍ତି ବୋଲି ବିଶ୍ୱାସ ରହିଛି । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ମୁକ ବଧିରଙ୍କ ସହିତ ଶହ ଶହ ଶ୍ରଦ୍ଧାଳୁଙ୍କ ଭିଡ ଜମେ । କିମ୍ବଦନ୍ତୀ କହେ ମାତା ପାର୍ବତୀଙ୍କ ଶରୀରର ଅଂଶ ଯେଉଁ ଯେଉଁ ସ୍ଥାନରେ ପଡିଛି ତାହା ଆଦିଶକ୍ତି ପୀଠ ନାମରେ ପରିଚିତ । ସେହିପରି ମା ତାରାତାରିଣୀ ମଧ୍ୟ ଆଦିଶକ୍ତି ପୀଠରେ ନାମିତ । ବିଶ୍ୱାସ ଓ ଶକ୍ତିର ପୀଠ ହେଉଛି ଏହି ମନ୍ଦିର

Leave A Reply

Your email address will not be published.