ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ଫାଇଟର ଜେଟ୍ ଚଲାଇବେ ସାନିଆ ମିର୍ଜା

0

ପୁଣେ; ଦେଶର ପ୍ରଥମ ମୁସଲିମ ମହିଳା ହେବେ ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା । ସେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ଡିସେମ୍ବର ୨୭ରେ ସେ ପୁଣେରେ ଥିବା ଏନଡିଏରେ ଜଏନ କରିବେ । ସେହିପରି ସାନିଆ ରାଜ୍ୟର ପ୍ରଥମ ମହିଳା ଭାବେ ଫାଇଟର ଜେଟ୍ ଚଳାଇ ରେକର୍ଡ ସୃଷ୍ଟି କରିବେ । ଏପରି ସଫଳତା ହାସଲ କରି ସାନିଆ କେବଳ ନିଜ ଜିଲ୍ଲା ନୁହେଁ, ବରଂ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ର୍ମିଜାପୁର ଦେହାତ କୋଟଓ୍ୱାଲି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଜାସୋବର ଗାଁରେ ପୂରା ପରିବାର ସହ ରୁହନ୍ତି ସାନିଆ । ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ। ଟପ୍ପର ହେବା ପରେ ସେ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀରେ ଫାଇଟର ପାଇଲଟ ହେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏନଡିଏ ପରୀକ୍ଷାର ଦ୍ୱିତୀୟ ଉଦ୍ୟମରେ ସେ ସଫଳତା ପାଇଛନ୍ତି।

ତାଙ୍କ ବାପା ଶାହିଦ ଅଲୀ କହିଛନ୍ତି, ସାନିଆ ର୍ମିଜା ସବୁବେଳେ ଦେଶର ପ୍ରଥମ ଯୁଦ୍ଧ ବିମାନ ପାଇଲଟ ଅବନୀ ଚର୍ତୁବେଦୀଙ୍କୁ ଆଦର୍ଶ ମାନି ଆସିଛନ୍ତି । ପିଲାଟି ବେଳକୁ ଅବନୀଙ୍କ ଭଳି ହେବାକୁ ତାର ଇଚ୍ଛା ଥିଲା। ସାନିଆ ଦେଶର ଦ୍ୱିତୀୟ ମହିଳା ଭାବେ ଫାଇଟର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛି। ଏଥିପାଇଁ ଆମେ ବହୁତ ଖୁସି ।

Leave A Reply

Your email address will not be published.