ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଫାଇଟର ଜେଟ୍ ଚଲାଇବେ ସାନିଆ ମିର୍ଜା

0

ପୁଣେ; ଦେଶର ପ୍ରଥମ ମୁସଲିମ ମହିଳା ହେବେ ଉତ୍ତର ପ୍ରଦେଶର ମର୍ଜାପୁରରେ ରହୁଥିବା ସାନିଆ ମିର୍ଜା । ସେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ। ଡିସେମ୍ବର ୨୭ରେ ସେ ପୁଣେରେ ଥିବା ଏନଡିଏରେ ଜଏନ କରିବେ । ସେହିପରି ସାନିଆ ରାଜ୍ୟର ପ୍ରଥମ ମହିଳା ଭାବେ ଫାଇଟର ଜେଟ୍ ଚଳାଇ ରେକର୍ଡ ସୃଷ୍ଟି କରିବେ । ଏପରି ସଫଳତା ହାସଲ କରି ସାନିଆ କେବଳ ନିଜ ଜିଲ୍ଲା ନୁହେଁ, ବରଂ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ର୍ମିଜାପୁର ଦେହାତ କୋଟଓ୍ୱାଲି ପୁଲିସ୍ ଷ୍ଟେସନ ଅଞ୍ଚଳରେ ଥିବା ଜାସୋବର ଗାଁରେ ପୂରା ପରିବାର ସହ ରୁହନ୍ତି ସାନିଆ । ଦ୍ୱାଦଶ ବୋର୍ଡ ପରୀକ୍ଷାରେ ସେ ରାଜ୍ୟ ଟପ୍ପର ହୋଇଥିଲେ। ଟପ୍ପର ହେବା ପରେ ସେ ସେଞ୍ଚୁରିଅନ ଡିଫେନ୍ସ ଏକାଡେମୀରେ ଫାଇଟର ପାଇଲଟ ହେବାକୁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଏନଡିଏ ପରୀକ୍ଷାର ଦ୍ୱିତୀୟ ଉଦ୍ୟମରେ ସେ ସଫଳତା ପାଇଛନ୍ତି।

ତାଙ୍କ ବାପା ଶାହିଦ ଅଲୀ କହିଛନ୍ତି, ସାନିଆ ର୍ମିଜା ସବୁବେଳେ ଦେଶର ପ୍ରଥମ ଯୁଦ୍ଧ ବିମାନ ପାଇଲଟ ଅବନୀ ଚର୍ତୁବେଦୀଙ୍କୁ ଆଦର୍ଶ ମାନି ଆସିଛନ୍ତି । ପିଲାଟି ବେଳକୁ ଅବନୀଙ୍କ ଭଳି ହେବାକୁ ତାର ଇଚ୍ଛା ଥିଲା। ସାନିଆ ଦେଶର ଦ୍ୱିତୀୟ ମହିଳା ଭାବେ ଫାଇଟର ପାଇଲଟ ହେବାକୁ ଯୋଗ୍ୟତା ଅର୍ଜନ କରିଛି। ଏଥିପାଇଁ ଆମେ ବହୁତ ଖୁସି ।

Leave A Reply

Your email address will not be published.